ଅଗ୍ନି ନିରାପତ୍ତା ନିର୍ଦ୍ଦେଶାଳୟରେ ଅଦଳବଦଳ

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ରାଜ୍ୟ ସରକାର ଗୁରୁବାର ଓଡ଼ିଶା ଅଗ୍ନି ଓ ବିପର୍ଯ୍ୟୟ ପ୍ରଶମନ ଏକାଡେମୀ(ଓଏଫ୍‌ଏଡିଆରଏ)ର ନିର୍ଦ୍ଦେଶକ(ସିଏଫ୍‌ଓ) ମହେଶ୍ୱର ସ୍ବାଇଁଙ୍କୁ ଫାୟାର ପ୍ରିଭେନ୍‌ସନ ୱିଙ୍ଗ୍‌ ଅଫ୍‌ ଦ ଡାଇରେକ୍ଟୋରେଟ୍‌ ଅଫ୍‌ ଫାୟାର ସର୍ଭିସର ଅତିରିକ୍ତ ଦାୟିତ୍ୱରୁ ଅବ୍ୟାହତି ଦେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶାନାମା ଆସିବା ପର୍ଯ୍ୟନ୍ତ ମହେଶ୍ୱର କେବଳ ପୂର୍ବଭଳି ନିର୍ଦ୍ଦେଶକ(ସିଏଫ୍‌ଓ), ଓଡ଼ିଶା ଅଗ୍ନି ଓ ବିପର୍ଯ୍ୟୟ ପ୍ରଶମନ ଏକାଡେମୀର ଦାୟିତ୍ୱ ତୁଲାଇବେ। ଏ ନେଇ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ନଂ-୫୧୬୪୭ରେ ଉଲ୍ଲେଖ କରାଯାଇଛି। ଅଗ୍ନିସେବା ନିର୍ଦ୍ଦେଶାଳୟର ମୁଖ୍ୟ ଅଗ୍ନି ନିରାପତ୍ତା ଅଧିକାରୀ(ସିଏଫ୍‌ଓ)ସୁକାନ୍ତ ସେଠୀଙ୍କୁ ମୂଳ ଦାୟିତ୍ୱ ସହ ନିର୍ଦ୍ଦେଶାଳୟସ୍ଥିତ ଅଗ୍ନି ପ୍ରଶମନ ଶାଖାର ଅତିରିକ୍ତ ଦାୟିତ୍ୱପ୍ରଦାନ କରାଯାଇଛି। ଅଗ୍ନି ନିରାପତ୍ତା ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀଙ୍କୁ ଭବାନୀପାଟଣା ସର୍କଲକୁ ବଦଳି କରାଯାଇଛି। ସେହିପରି ଭବାନୀପାଟଣା ସର୍କଲ ଅଗ୍ନି ନିରାପତ୍ତା ଉପ ନିର୍ଦ୍ଦେଶକ ସଲିଲ ପ୍ରକାଶ କିଣ୍ଡୋଙ୍କୁ କଟକସ୍ଥିତ ଅଗ୍ନି ନିରାପତ୍ତା ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଛି। ଉପରୋକ୍ତ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ ଗଣମାଧ୍ୟମକୁ ଅବଗତ କରାଯାଇଛି।