ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି

କଟକ ଅଫିସ,୧।୬: ଅଗ୍ନିଶମ ଡିଜି ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍‌ ଅଫିସର ସତ୍ୟଜିତ ମହାନ୍ତି। ସ୍ବତନ୍ତ୍ର ଡିଜି(ଗୁଇନ୍ଦା) ମହାନ୍ତି ଅଗ୍ନିଶମ ବିଭାଗର ଡିଜି ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ। ପୂର୍ବତନ ଅଗ୍ନିଶମ ଡିଜି ସୁନୀଲ ରଏଙ୍କ ଅବସର ପରେ ଗୃହ ବିଭାଗ ତରଫରୁ ୧୯୮୮ ବ୍ୟାଚ ଆଇପିଏସ ଅଫିସର ମହାନ୍ତିଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏଥିସହିତ ସେ ହୋମଗାର୍ଡର କମାଣ୍ଡାଣ୍ଟ ଜେନେରାଲ ଏବଂ ସିଭିଲ ଡିଫେନ୍ସ ନିର୍ଦ୍ଦେଶକ ଦାୟିତ୍ୱରେ ମଧ୍ୟ ରହିବେ।