ଅଗ୍ନିକାଣ୍ଡରେ ୧୨ ବଖରା ଭସ୍ମୀଭୂତ

ବ୍ରହ୍ମଗିରି, ୮ା୧୨(ଡି.ଏନ୍‌.ଏ.)

ବ୍ରହ୍ମଗିରି ବ୍ଲକ ଚଣ୍ଡପଡ଼ା ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୨ ବଖରା ଭସ୍ମୀଭୂତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଗ୍ରାମରେ ସମସ୍ତେ ଶୋଇଯିବା ପରେ ବିଳମ୍ବିତ ରାତିରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡରେ ଉକ୍ତ ଗ୍ରାମର ସୋନାଲି ଭଟ୍ଟ, ତପନ ଭଟ୍ଟ, ବିପିନ ଭଟ୍ଟ, ଚନ୍ଦନ ଭଟ୍ଟ, ଜାନକୀ ଭଟ୍ଟ, କୁଞ୍ଜବିହାରୀ ଭଟ୍ଟ, ବସନ୍ତ ଭଟ୍ଟ, ଧ୍ୱଜରାଜ ଭଟ୍ଟଙ୍କ ୧୨ ବଖରା ଘର ଜଳିଯାଇଛି ା ଖବର ପାଇ ବ୍ରହ୍ମଗିରି ଅଗ୍ନିଶମ ସେବା ସଂସ୍ଥା ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ପ୍ରତ୍ୟେକ ପରିବାରର ଆସବାବପତ୍ର, ନଗଦ ଟଙ୍କା, ସୁନା ରୁପା ପୋଡ଼ି ପାଉଁଶ ହୋଇଯିବା ସହ ଗାଈଗୋରୁ ପୋଡ଼ିଯାଇ ଗୁରୁତର ହୋଇଛନ୍ତି ା ଅଗ୍ନିବିପନ୍ନମାନେ ଖୋଲା ଆକାଶ ତଳେ ପଡି ରହିଥିବା ସମୟରେ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ା