Categories: ଜାତୀୟ

ଅଗଷ୍ଟ ୫ରୁ ଏପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରରେ ୫ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଛି: ସେନା

ଶ୍ରୀନଗର,୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସିତ ଭାଜପା ସରକାର ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦେବା ପରେ ସେଠାରେ ପରିସ୍ଥିତିକୁ ଶାନ୍ତ ରଖିବାକୁ ସବୁ ପ୍ରକାର ପ୍ରୟାସ କରାଯାଇଥିଲା। ହେଲେ ଏସବୁ ମଧ୍ୟରେ ବି ଅଗଷ୍ଟ ୫ରୁ ଅର୍ଥାତ୍‌ ପ୍ରାୟ ୩୦ ଦିନ ମଧ୍ୟରେ ଏପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରରେ ୫ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଛି ବୋଲି ବୁଧବାର ଭାରତୀୟ ସେନା ସ୍ପଷ୍ଟ କରିଛି। ପ୍ରଥମ ଥର ପାଇଁ ଏମିତି ଏକ ସରକରୀ ତଥ୍ୟ ସାମ୍ନାକୁ ଆସିଥିବା କୁହାଯାଉଛି। ସୂଚନାଯୋଗ୍ୟ, ସେଠାରେ ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏପର୍ଯ୍ୟନ୍ତ ସମସ୍ତ ଅଞ୍ଚଳରେ ମୋବାଇଲ ଓ ଇଣ୍ଟରନେଟ ସେବା ଯୋଗାଇ ଦିଆଯାଇ ନାହିଁ। ଅନେକ ସ୍ଥାନରେ ପରିସ୍ଥିତି ସାମାନ୍ୟ ମଧ୍ୟ ହୋଇ ନାହିଁ।

Share