Categories: ଜାତୀୟ

ଅଗଷ୍ଟ ୩୧ରେ ପ୍ରକାଶ ପାଇବ ଆସାମ ଏନ୍‌ଆର୍‌ସିର ଅନ୍ତିମ ତାଲିକା

ଗୁଆହାଟି,୩୦।୮: ଆସାମର ଏନ୍‌ଆର୍‌ସି ବା ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟରର ଚୁଡାନ୍ତ ତାଲିକା ଅଗଷ୍ଟ ୩୧ ତାରିଖ ଅର୍ଥାତ୍‌ ଶନିବାର ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ଏହାକୁ ନେଇ ଭୟଭୀତ ହେବା ବା ମିଥ୍ୟା କଥାରେ ବିଶ୍ୱାସ ନ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଯଦି କାହାର ନାଁ ଉକ୍ତ ତାଲିକାରେ ନ ଥିବ ତେବେ ସେମାନଙ୍କୁ ତୁରନ୍ତ ବିଦେଶୀ ଘୋଷଣା କରାଯିବ ନାହିଁ ବୋଲି କହିଛି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ। ଏହାପରେ ସେମାନେ ବିଦେଶୀ ଟ୍ରିବ୍ୟୁନାଲରେ ଆବେଦନ କରିପାରିବେ। ଏହି ଆବେଦନର ଅବଧି ୬୦ଦିନ ପରିବର୍ତ୍ତେ ୧୨୦ ଦିନ କରାଯାଇଛି।

Share