ଅଗଷ୍ଟ ୩ରୁ ‘ମେଟଲ୍‌ ମିଟ୍‌-୨୦୧୯’

ଭୁବନେଶ୍ୱର,୨।୭(ବ୍ୟୁରୋ): ବର୍ଷକର ପ୍ରତୀକ୍ଷା ପରେ ପୁଣିଥରେ ଫେରୁଛି ଓଡିଶାର ପ୍ରଥମ ଏବଂ ଏକମାତ୍ର କୁଇଜ୍‌ ମହାକୁମ୍ଭ ‘ମେଟଲ୍‌ ମିଟ୍‌- ୨୦୧୯’। ଅଗଷ୍ଟ ୩ ଓ ୪ ତାରିଖ ଦୁଇଦିନ ଧରି ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ୍‌ ହୋଟେଲରେ ହେବାକୁ ଥିବା ଏହି ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତା ଚଳିତବର୍ଷ ଆହୁରି ଆକର୍ଷଣୀୟ ରହିବ। ଓଡିଶାର ଛାତ୍ରୀଛାତ୍ରମାନଙ୍କୁ କୁଇଜ୍‌ପ୍ରତି ଆକର୍ଷିତ କରିବା ଏବଂ ରାଜ୍ୟରେ କୁଇଜ୍‌ ଅନୁକୂଳ ବାତାବରଣ ସୃଷ୍ଟିକରିବା ଲକ୍ଷ୍ୟରେ ଦୈନିକ ଇଂଲିଶ ଖବରକାଗଜ ‘ଓଡିଶା ପୋଷ୍ଟ’ ପକ୍ଷରୁ ଲଗାତର ୪ର୍ଥ ବର୍ଷ ପାଇଁ ଏହା ଆୟୋଜିତ ହେବ। ଚଳିତବର୍ଷ ମେଟଲ୍‌ ମିଟ୍‌ରେ ସମଗ୍ର ଓଡ଼ିଶାରୁ ପ୍ରାୟ ୧୦୦ଟି ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ଅଂଶଗ୍ରହଣ କରିବେ। ଏଥର ମଧ୍ୟ ଉଭୟ ଜୁନିୟର୍‌ ଏବଂ ସିନିୟର୍‌ କାଟାଗୋରୀରେ ଏହି ‘ବ୍ୟାଟଲ୍‌ ଅଫ୍‌ ବ୍ରେନ୍ସ’ ଅନୁଷ୍ଠିତ ହେବ।
ଅଗଷ୍ଟ ୩ରେ ‘ମେଟଲ୍‌ ମିଟ୍‌- ୨୦୧୯’ର ପ୍ରିଲିମ୍ସ ରାଉଣ୍ଡ୍‌ ଓ ୪ରେ ଗ୍ରାଣ୍ଡ୍‌ ଫିନାଲେ ଅନୁଷ୍ଠିତ ହେବ। ପ୍ରିଲିମ୍ସ ରାଉଣ୍ଡରେ ପ୍ରତିଯୋଗୀମାନେ ସାଧାରଣ ଜ୍ଞାନ କ୍ଷେତ୍ରରେ ରହିଥିବା ନିଜର ପ୍ରତିଭାର ପ୍ରଦର୍ଶନ କରିବେ। ପ୍ରିଲିମ୍ସରେ ଭଲ ପ୍ରଦର୍ଶନ କରିଥିବା ଜୁନିୟର ଏବଂ ସିନିୟର ବିଭାଗର ୮ଟି ଲେଖାଏ ଟିମ୍‌ ଗ୍ରାଣ୍ଡ୍‌ ଫିନାଲେକୁ ଯିବାକୁ ଯୋଗ୍ୟ ବିବେଚିତ ହେବ। କୁଇଜ୍‌ର ଏହି ମହାକୁମ୍ଭକୁ ଚଳିତବର୍ଷ ଲୋକପ୍ରିୟ ହୋଷ୍ଟ୍‌ ତଥା ଖ୍ୟାତନାମା କୁଇଜ୍‌ ମାଷ୍ଟର ଅଜୟ ପୁନିଆ ପରିଚାଳନା କରିବେ। ପୁରସ୍କାର ବାବଦରେ ମୋଟ ୩.୫ ଲକ୍ଷ ଟଙ୍କା ରହିଥିବାବେଳେ ଉଭୟ ବିଭାଗର ବିଜେତାଙ୍କୁ ୧ଲକ୍ଷ, ପ୍ରଥମ ରନର୍ସଅପ୍‌କୁ ୫୦ ହଜାର ଏବଂ ୨ୟ ରନର୍ସଅପ୍‌କୁ ୨୫ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯିବ। ଜୁନିୟର କାଟାଗୋରୀରେ ଯୁକ୍ତ ଦୁଇ ବା ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ଅଂଶଗ୍ରହଣ କରିପାରିବେ। ସେହିଭଳି ସିନିୟର୍‌ କାଟାଗୋରୀରେ ଯୁକ୍ତ ୩, ଇଞ୍ଜିନିୟରିଂ, ମେଡିକାଲ ଏବଂ ମ୍ୟାନେଜମେଣ୍ଟ ଛାତ୍ରୀଛାତ୍ରମାନେ ଭାଗନେବେ।
ସୂଚନାଯୋଗ୍ୟ, ‘ମେଟଲ୍‌ ମିଟ୍‌’ର ୩ୟ ୨୦୧୮ ସଂସ୍କରଣରେ ଜୁନିୟର ବିଭାଗରେ ଭୁବନେଶ୍ୱରର ମଦର୍ସ ପବ୍ଲିକ୍‌ ସ୍କୁଲ ଚାମ୍ପିୟନ୍‌ ହୋଇଥିବାବେଳେ ସିନିୟର ବିଭାଗରେ ପ୍ରଥମ ସ୍ଥାନରେ ରହିଥିଲା ଭୁବନେଶ୍ୱରର କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି(ସିଇଟି)। ସେହିଭଳି ଜୁନିୟର ବିଭାଗରେ କଟକ ସିଡିଏ ଡିଏଭି ପବ୍ଲିକ୍‌ ସ୍କୁଲ୍‌ ପ୍ରଥମ ରନର୍ସଅପ୍‌ ହୋଇଥିବା ବେଳେ ଡିଏଭି ପବ୍ଲିକ୍‌ ସ୍କୁଲ, ପୋଖରୀପୁଟ ୨ୟ ରନର୍ସଅପ୍‌ ହୋଇଥିଲା। ସିନିୟର ବିଭାଗରେ ବିଜୟୀ ଟିମ୍‌କୁ କଡା ଟକ୍କର ଦେଇ କିଟ୍‌ ପ୍ରଥମ ରନର୍ସଅପ୍‌ ଏବଂ ଭୁବନେଶ୍ୱରର ସିଲିକନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଏସ୍‌ଆଇଟି) ଦ୍ୱିତୀୟ ରନର୍ସଅପ୍‌ ସ୍ଥାନ ଅଧିକାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri