Categories: ଖେଳ

ଅଗଷ୍ଟ ପହିଲାରେ ବେଲଜିଆନ୍‌ କପ୍‌ ଫାଇନାଲ

ବ୍ରସେଲ୍ସ,୨୮। ୫(ଏପି): କୋଭିଡ-୧୯ କାରଣରୁ ସ୍ଥଗିତ ରହିଥିବା ବେଲଜିଆନ୍‌ କପ୍‌ ଫାଇନାଲ ଅଗଷଟ ୧ ତାରିଖରେ ଆୟୋଜନ ହେବ। ଲିଗ୍‌ର ନୂଆ ସେସନ ଆରମ୍ଭ ହେବାର ଠିକ୍‌ ଗୋଟିଏ ସପ୍ତାହ ପୂର୍ବରୁ ଏହି ଫାଇନାଲ ଖେଳାଯିବ। ଏହି ନିର୍ଣ୍ଣାୟକ ମୁକାବିଲା ଫାଙ୍କା କିଙ୍ଗ୍‌ ବାଉଡୋଉନ୍‌ ଷ୍ଟାଡିୟମରେ କ୍ଲବ ବ୍ରୁଗ୍‌ ଓ ଆଣ୍ଟଓ୍ବେର୍ପ ମଧ୍ୟରେ ଖେଳାଯିବ ବୋଲି ବେଲଜିଆନ ସକର କର୍ତ୍ତୃପକ୍ଷ କହିଛନ୍ତି। କୋଡିଡ-୧୯ ମହାମାରୀ କାରଣରୁ କ୍ଲବ ବ୍ରୁଗ୍‌କୁ ଆଗୁଆ ୧୬ତମ ବେଲଜିଆନ ଟାଇଟଲ ଚଳିତ ମାସ ପ୍ରଦାନ କରାଯାଇଥିଲା। ଫଳରେ ବ୍ରୁଗ୍‌ ପାଇଁ ଲିଗ୍‌- କପ୍‌ ଡବଲ ହାସଲ କରିବାର ସୁଯୋଗ ସୃଷ୍ଟି ହୋଇଛି। ମହାମାରୀ ପାଇଁ ବେଲଜିୟମ୍‌ରେ ସବୁ କ୍ରୀଡ଼ା ପ୍ରତିଯୋଗିତାକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି।

Share