ଅଗଷ୍ଟ କ୍ରାନ୍ତିରୁ ଆରମ୍ଭ ହୋଇଥିଲା ଇଂରେଜଙ୍କ ଫେରିବାର ଓଲଟା ଗଣତି

ନୂଆଦିଲ୍ଲୀ,୮।୮: ଜାତିର ପିତା ମହାତ୍ମା ଗାନ୍ଧୀ ୮ ଅଗଷ୍ଟ ୧୯୪୨ରେ ମୁମ୍ବାଇଠାରେ ଭାରତ ଛାଡ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହି ଆନ୍ଦୋଳନ ଅଗଷ୍ଟ କ୍ରାନ୍ତି ନାମରେ ମଧ୍ୟ ପରିଚିତ। ମହାତ୍ମାଙ୍କ ଦ୍ୱାରା କରାଯାଇଥିବା ଏହି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ କରାଯାଇଥିଲା। ପରେ ପରେ ଏହା ସାରା ଦେଶକୁ ବ୍ୟାପିଥିଲା। ଏହି ସମୟରେ ଇଂରେଜମାନେ ପାଖାପାଖି ୧୪ ହଜାର ଭାରତୀୟଙ୍କୁ ଜେଲ୍‌ରେ ବନ୍ଦୀ କରି ରଖିଥିଲେ। ଅନ୍ୟପକ୍ଷେ ଅଗଷ୍ଟ ୯କୁ ଭାରତ ଛାଡ ଆନ୍ଦୋଳନ ଭାବେ ମଧ୍ୟ ପାଳନ କରାଯାଉଥିବା ବେଳେ ଏହାକିନ୍ତୁ ୮ ଅଗଷ୍ଟରେ ଆରମ୍ଭ କରାଯାଇଥିଲା। ଅଗଷ୍ଟ ୮, ୧୯୪୨ରେ ବମ୍ବେ ବର୍ତ୍ତମାନର ମୁମ୍ବଇର ଗୌଲିୟା ଟ୍ୟାଙ୍କ ମୈଦାନରେ ଅଖିଳ ଭାରତୀୟ କଂଗ୍ରେସ ମହାସମିତି ପ୍ରସ୍ତାବ ଦେଇଥିବା ବେଳେ ଏହାକୁ ‘ଭାରତ ଛାଡ’ ପ୍ରସ୍ତାବ ବୋଲି କୁହାଯାଇଥିଲା। ତେବେ ଏହା ପରଠାରୁ ଇଂରେଜମାନେ ଫେରିଯିବାକୁ ଓଲଟା ଗଣତି ଆରମ୍ଭ କରିଥିଲେ ବୋଲି କୁହାଯାଏ।

Share