ଅଗଷ୍ଟରେ ସାର୍ବଜନୀନ ହେବ କାଳିଆ ହିତାଧିକାରୀଙ୍କ ନାମ: ମନ୍ତ୍ରୀ

ଭୁବନେଶ୍ୱର,୨୮।୭(ବ୍ୟୁରୋ): କାଳିଆ ଯୋଜନାରେ ଉପକୃତ ହୋଇଥିବା ହିତାଧିକାରୀଙ୍କ ନାମ ଆସନ୍ତା ଅଗଷ୍ଟରେ ସାର୍ବଜନୀନ କରାଯିବ। କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ କୁମାର ସାହୁ ଗୃହରେ ଆସିଥିବା ମୁଲତବୀ ପ୍ରସ୍ତାବର ଉତ୍ତର ଦେଇ ଏହା କହିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୫୧,୦୫,୨୯୦ ହିତାଧିକାରୀଙ୍କୁ କାଳିଆ ସହାୟତା ରାଶି ପ୍ରଦାନ କରାଯାଇଛି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝିଙ୍କ ସମେତ ମୁକେଶ ମହାଲିଙ୍ଗ, ଜୟନ୍ତ କୁମାର ଷଡ଼ଙ୍ଗୀ, ନବଚରଣ ମାଝି ”କାଳିଆ ଯୋଜନାରେ ହିତାଧିକାରୀ ଚୟନ ଓ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ସରକାର ବିଫଳ“ ଶୀର୍ଷକ ମୁଲବତୀ ପ୍ରସ୍ତାବ ଆଣିଥିଲେ। ଏହା ଉପରେ ମୋହନ କହିବାର କିଛି ସମୟ ପରେ ଉପବାଚସ୍ପତି ରଜନୀକାନ୍ତ ସିଂ ବକ୍ତବ୍ୟ ସଂକ୍ଷିପ୍ତ କରିବାକୁ କହିଥିଲେ। ହେଲେ ଏଥିରେ ମୋହନ ମାଝି ଅସନ୍ତୁଷ୍ଟ ହୋଇ ନିଜ ବକ୍ତବ୍ୟ ବନ୍ଦ କରିଦେଇଥିଲେ। ଏହା ପରେ ଅନ୍ୟ କୌଣସି ଭାଜପା ସଭ୍ୟ ମଧ୍ୟ କହି ନ ଥିଲେ। ମନ୍ତ୍ରୀ ଉତ୍ତର ରଖିବାର କିଛି ସମୟ ପରେ ଉପସ୍ଥିତ ସମସ୍ତ ଭାଜପା ସଦସ୍ୟ କକ୍ଷତ୍ୟାଗ କରିଥିଲେ। ମୋହନ ନିଜ ସ୍ବଳ୍ପ ବକ୍ତବ୍ୟ କାଳରେ କାଳିଆ ଯୋଜନା ହିତାଧିକାରୀ ଚୟନରେ ତ୍ରୁଟି ଏବଂ ତରବରିଆ ଭାବେ ଏହାକୁ ଲାଗୁ କରାଯାଇଥିବା ଅଭିଯୋଗ କରିଥିଲେ। କଂଗ୍ରେସ ଏବଂ ବିଜେଡି ସଦସ୍ୟମାନେ ମୁଲତବୀ ପ୍ରସ୍ତାବରେ ଭାଗ ନେଇଥିଲେ। ମନ୍ତ୍ରୀ ଅରୁଣଙ୍କ ଉତ୍ତର ପରେ ପ୍ରସ୍ତାବଟିକୁ ଉପବାଚସ୍ପତି ଅଗ୍ରାହ୍ୟ କରିଥିଲେ।

କୃଷିମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ, ରାଜ୍ୟର ପ୍ରାୟ ୮ ଲକ୍ଷ ଅଣଋଣୀ ଚାଷୀ ବୀମାଭୁକ୍ତ ହୋଇସାରିଲେଣି। ରାଜ୍ୟ ସରକାର ନୁହନ୍ତି, କେନ୍ଦ୍ର ସରକାର ତରବରିଆଭାବେ ପିଏମ୍‌-କିଷାନ ଯୋଜନା ଲାଗୁ କରିଥିଲେ। କଂଗ୍ରେସ ସଭ୍ୟ ଚାଷୀଙ୍କୁ ଋଣଛାଡ଼ କଥା କହୁଛନ୍ତି, ହେଲେ ଋଣ ଛାଡ଼ କରିବା ପରେ ମଧ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଦଳ ଲୋକ ସଭା ନିର୍ବାଚନରେ ସଫଳତା ପାଇନାହିଁ। ତେଣୁ ଋଣଛାଡ଼ ଅପେକ୍ଷା ଠିକ୍‌ ସମୟରେ ଆର୍ଥିକ ସହାୟତା ଯୋଗାଇଦେବା ଅଧିକ ଲାଭଦାୟକ। ରାଜ୍ୟରେ ଜଣେ ବି ଯୋଗ୍ୟ ଚାଷୀ ଏହି ଯୋଜନାରୁ ବଞ୍ଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରହିଛି। କାଳିଆ ଯୋଜନା ହିତାଧିକାରୀଙ୍କ ନାମ ସରକାରୀ ୱେବସାଇଟ୍‌ରେ ଦିଆଯିବ। ସହାୟତା ରାଶି ପାଇବା ପରେ ଚାଷୀ ଏବଂ ତା’ର ପରିବାର କେତେ ଖୁସି ସେ କଥା ସମସ୍ତେ ହୃଦୟଙ୍ଗମ କରିବା ଉଚିତ ବୋଲି ଅରୁଣ କହିଛନ୍ତି। କାଳିଆ ଯୋଜନାର ସୁପରିଚାଳନା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରୀ କମିଟି, ଜିଲାପାଳଙ୍କ ଅଧ୍ୟକ୍ଷତାରେ ଜିଲା କମିଟି ଏବଂ ବିଡିଓଙ୍କ ଅଧ୍ୟକ୍ଷତାରେ ବ୍ଲକ କମିଟି ଗଠନ କରାଯାଇଛି। ରାଜ୍ୟର ୫୦ ଲକ୍ଷ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଏଥିରେ ସାମିଲ କରାଯିବାର ଲକ୍ଷ୍ୟ ରହିଛି। ଏବେ ସୁଦ୍ଧା ୨୦୧୮-୧୯ ରବି ଋତୁ ଆରମ୍ଭରୁ ୩୬,୩୪,୭୧୦ ଜଣ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ପରିବାରଙ୍କୁ ଏଥିରେ ସାମିଲ କରାଯାଇଛି। ଭୂମିହୀନ କୃଷି ଶ୍ରମିକ ପରିବାରଙ୍କୁ ୧୨,୫୦୦ ଟଙ୍କାର ସହାୟତା ୩ଟି ପର୍ଯ୍ୟାୟରେ ଯୋଗାଇ ଦେବା ପାଇଁ ବ୍ୟବସ୍ଥା ରହିଛି। ଧାର୍ଯ୍ୟ ୨୫ ଲକ୍ଷ ମଧ୍ୟରୁ ୧୪,୭୦,୫୮୦ ପରିବାରଙ୍କୁ ପ୍ରଥମ କିସ୍ତିରେ ୫୦୦୦ ଟଙ୍କା ପ୍ରଦାନ କରାଯାଇଥିବା ଅରୁଣ ସୂଚନା ଦେଇଛନ୍ତି। ମୁଲତବୀ ପ୍ରସ୍ତାବ ଆଲୋଚନାରେ ଭାଗନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ସରକାର ଭାଗଚାଷୀଙ୍କୁ କିପରି ଅନ୍ତର୍ଭୁକ୍ତ କଲେ, ଭାଗଚାଷୀ ଆଇନସମ୍ମତ ନୁହେଁ। ଗୋଟିଏ ଏକର ଜମି ଚାଷ ପାଇଁ ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ, ସରକାର ଦେଉଥିବା ମାତ୍ର ୧୦,୦୦୦ ଟଙ୍କା କେଉଁ କାମରେ ଆସିବ। ରାଜ୍ୟ ସରକାର ୫୧,୦୫,୨୯୦ ହିତାଧିକାରୀଙ୍କୁ ଅର୍ଥ ଦେଇଥିବା କଥା କହିଛନ୍ତି। ଯଦି ଏହାକୁ ହିସାବ କରାଯାଏ, ତେବେ ଏଥିପାଇଁ ରାଜ୍ୟ ସରକାର ୫୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ଏତେ ଟଙ୍କା ସରକାର କେଉଁଠୁ ଆଣିଲେ । ପ୍ରଥମେ ରାଜ୍ୟ ଜରୁରୀକାଳୀନ ପାଣ୍ଠିରୁ ୪୦୦ କୋଟି ଓ ପରେ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ନେଇ ସରକାର ଅଧ୍ୟାଦେଶ ଆଣିଥିଲେ। ତେବେ ଗୃହରେ ସରକାର ଯେଉଁ ତଥ୍ୟ ଦେଇଛନ୍ତି, ତାହା ବିଭ୍ରାନ୍ତିକର ବୋଲି ନରସିଂହ ପ୍ରଶ୍ନ କରିଛନ୍ତି। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ଭୋଟରଙ୍କୁ ନିଜ ଆଡକୁ ଆଣିବା ପାଇଁ ନିର୍ବାଚନ ପୂର୍ବରୁ ଏହା ଆରମ୍ଭ କରାଗଲା। ଶାସକ ଦଳର କର୍ମୀ, ନେତାମାନଙ୍କୁ କେବଳ ସହାୟତା ପ୍ରଦାନ କରାଗଲା। ପନିପରିବା ଚାଷୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଚିନ୍ତା କରନ୍ତୁ ବୋଲି ସୁରେଶ କହିଥିଲେ। ସେହିପରି ବିଜେଡି ସଦସ୍ୟ ଅଶୋକ କୁମାର ବଳ, ପ୍ରଫୁଲ୍ଲ ସାମଲ ପ୍ରମୁଖ ଯୋଜନା ସପକ୍ଷରେ ମତ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri