ଅଗଷ୍ଟରେ ବିବାହ କରିବେ ବାହୁବଳୀ ଫେମ୍‌ ରାଣା

‘ବାହୁବଳୀ’ ଫେମ୍‌ ରାଣା ଡାଗୁବତୀ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଲକ୍‌ଡାଉନ୍‌ ମଧ୍ୟରେ ଗର୍ଲଫ୍ରେଣ୍ଡ୍‌ ମିହିକା ବଜାଜଙ୍କ ସହ ତାଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା। ଏବେ ତାଙ୍କ ପିତା ତଥା ପ୍ରଯୋଜକ ସୁରେଶ ବାବୁ ବିବାହ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଉଭୟଙ୍କ ବିବାହ ଅଗଷ୍ଟ ୮କୁ ଧାର୍ଯ୍ୟ କରାଯାଇଛି। ଏହି ବିବାହରେ କେବଳ ଉଭୟଙ୍କ ପରିବାର ସାମିଲ ହେବେ ବୋଲି ସୁରେଶ କହିଛନ୍ତି। ଏହାସହ କରୋନା ଯୋଗୁ ଜାରି କରାଯାଇଥିବା ସମସ୍ତ ନିୟମକାନୁନ ପାଳନ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ରାଣା ଏବଂ ମିହିକାଙ୍କ ମଧ୍ୟରେ ଅନେକ ବର୍ଷ ହେବ ପ୍ରେମ ସମ୍ପର୍କ ରହିଛି। ମିହିକା ଜଣେ ଇଣ୍ଟିରିୟର୍‌ ଡିଜାଇନର୍‌। ବିଭିନ୍ନ ସେଲିବ୍ରିଟିଙ୍କ ବିବାହ ଆୟୋଜନର ଦାୟିତ୍ୱ ନେଇଥାନ୍ତି ମିହିକା। ଏହି ଅବସରରେ ରାଣାଙ୍କ ସହ ତାଙ୍କ ପରିଚୟ ହୋଇଥିଲା।

Share