ଅଖ ହଣା ସରିଲା, ଦଣ୍ଡା କାମ ଆରମ୍ଭ

ପୁରୀ ଅଫିସ, ୭ା୬: ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଶ୍ରୀନଅର ସମ୍ମୁଖ ରଥଖଳାରେ ତିନିରଥ ମୁଖ୍ୟ ବିଶ୍ୱକର୍ମାଙ୍କ ନେତୃତ୍ୱରେ ଚାଲିଛି ରଥ କାମ। ଅକ୍ଷୟତୃତୀୟ ଠାରୁ ଆରମ୍ଭ ହୋଇଥିବା ରଥକାମ ଜୋରସୋରରେ ଚାଲିଛି। ମହାରଣା ମାନେ ରଥର ବିଭିନ୍ନ ଅଂଶ ନିର୍ମାଣରେ ବ୍ୟସ୍ତ ରହୁଛନ୍ତି। ପ୍ରଥମେ ତୁମ୍ବ କାମ ସରିବାରେ ସେଥିରେ ପଇ ସଂଯୋଗ କରାଯାଇ ଚକ ତିଆରି ଚାଲିଛି। ଭଉଁରୀରେ ତିନି ରଥ ଦୁଇଟି ଲେଖାଏଁ ଚକ ଅଖ ଡେରା ନୀତି ସମ୍ପନ୍ନ ହେବା ପରେ ମହାରଣା ସେବକ ମାନେ ଚକ ତିଆରି ଉପରେ ଜୋର ଦେଇଛନ୍ତି। ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଶୁକ୍ରବାର ଦଣ୍ଡା କାମ ଅନୁକୂଳ ହୋଇଛି। ନନ୍ଦିଘୋଷ ଓ ତାଳଧ୍ୱଜ ରଥର ୯ଟି ଲେଖାଏଁ ଏବଂ ଦର୍ପଦଳନର ୭ଟି ଦଣ୍ଡା କାମ କରାଯିବ। ତିନି ରଥର ଦୁଇଟି ଲେଖାଏଁ ପାଶ୍ୱ ମୁହଁାଟ ଓ ମୁହଁାଟ କାମ ଶେଷ ହୋଇଛି। ଶୁକ୍ରବାର ସୁଦ୍ଧା ତିନି ରଥର ୨୧ଟି ଅଖରୁ ୨୦ଟି ଅଖ ହଣା କାମ ଶେଷ ହୋଇଛି। ସେଥିରୁ ନନ୍ଦିଘୋଷର ମୋଟ ୮ଟି, ତାଳଧ୍ୱଜର ମୋଟ ୭ଟି ଓ ଦର୍ପଦଳନର୬ରୁ ୫ଟି ଶେଷ ହୋଇଛି। ଆଉ ଗୋଟିଏ କାମ ଚାଲିଛି। ଦୋଳବେଦୀ କୋଣ ପରିସରରେ କରତି ସେବକ ମାନେ ଗୟଳ ଚରିଟ କରୁଛନ୍ତି। ତିନିରଥ ଲାଗି ୪୦ଫୁଟିଆ ଗୟଳ(ଧଉରା କାଠ) ଭୋଇ ସେବକ ମାନେ ପକାଇଥିଲେ। କରତି ସେବକ ମାନେ ଏହାକୁ ଚଉପଠ କରିବା ପରେ ଚିରଟ କରୁଛନ୍ତି। ତାଳଧ୍ୱଜ ରଥର ଗୟଳ ଚିରଟ ପ୍ରଥମେ କରାଯାଇଛି। ପରେ ନନ୍ଦିଘୋଷ ଚିରଟ କରାଯାଇଥିଲା। ଏବେ ଦେବୀ ରଥର ଗୟଳ ଚିରଟ ଚାଲିଛି। ଅନ୍ୟପକ୍ଷରେ ମୁହଁାଟ ଓ ପାର୍ଶ୍ୱ ମୁହଁାଟ କାମ ସରିଥିବା ବେଳେ ନିରାଡି କାମ ଆରମ୍ଭ ହେବ। ମହାରଣା ମାନେ ପଇ ଓ ତୁମ୍ବରେ ଅଖ ବିନ୍ଧ କରୁଛନ୍ତି। ରୁପକାର ସେବକ କଣଗୁଜ କରୁଛନ୍ତି। ଅନ୍ୟପଟେ ତିନି ରଥର ୪ଟି ଲେଖାଏଁ ଚାରି ନାହାକା(୨୦ଫୁଟିଆ ଧଉରା) କାଠ ରଥଖଳାରେ ପଡିଛି।
ବାହାରିଲା ଦଣ୍ଡା କଣ୍ଟା
ଦୋଳବେଦୀ ପରିସରରେ କମାର ଶାଳରେ କମାର ସେବକ ମାନେ ତିନି ରଥ ଲାଗି ଲୁହା କଣ୍ଟା ପ୍ରସ୍ତୁତ କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅରକଣ୍ଟା, ବଳା, ପନ୍ଦାରୀ ଓ ପନ୍ଦାରୀ ଚାବି ତିଆରି କରାଯାଇଥିଲା। ଶୁକ୍ରବାର ଠାରୁ ଦଣ୍ଡା କଣ୍ଟା ଆରମ୍ଭ ହୋଇଛି। ତାଳଧ୍ୱଜ ରଥର କମାର ସେବକ ଅର୍ଜୁନ ମହାରଣା କୁହନ୍ତି, ତିନି ରଥ ଲାଗି୧୦୬ଟି ଦଣ୍ଡା କଣ୍ଟା ତିଆରି କରାଯିବ। ନନ୍ଦିଘୋଷ ରଥର ୪୨ଟି, ତାଳଧ୍ୱଜ ରଥର ୩୮ଟି ଏବଂ ଦର୍ପଦଳନ ରଥ ଲାଗି ୨୮ଟି କଣ୍ଟା ତିଆରି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri