Posted inଖେଳ

ଅଖ୍‌ତରଙ୍କ ପ୍ରସ୍ତାବକୁ କପିଳଦେବଙ୍କ ସମାଲୋଚନା

ନୂଆଦିଲ୍ଲୀ,୧୦।୪ (ପି.ଟି.)-କୋଭିଡ୍‌-୧୯ ମହାମାରୀକୁ ରୋକିବା ପାଇଁ ଅର୍ଥ ଆବଶ୍ୟକ ହେଉଥିବା ବେଳେ ପାକିସ୍ତାନ ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖ୍‌ତର ଯେଉଁ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଆୟୋଜନ ପ୍ରସ୍ତାବ ଦେଇଛନ୍ତି କିମ୍ବଦନ୍ତୀ କପିଳଦେବ ତାହାର ସମାଲୋଚନା କରିଛନ୍ତି। ଭାରତର ଅର୍ଥ ଆବଶ୍ୟକ ନାହିଁ, ଏବେକାର ପରିସ୍ଥିତିରେ କ୍ରିକେଟରଙ୍କ ଜୀବନକୁ ବିପଦରେ ପକାଇ କ୍ରିକେଟ ଖେଳାଯିବା ସମ୍ଭବ ନୁହଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ନିଜ ମତ ରଖିବାରେ ଅଖ୍‌ତରଙ୍କ ଅଧିକାର ରହିଛି। ତେବେ ଏବେ କ୍ରିକେଟ ଖେଳିବା ସମ୍ପବ ନୁହଁ। କୋଭିଡ୍‌-୧୯ ବିପତ୍ତିକୁ କିଭଳି ସାମ୍ନା କରାଯିବ ସେ ନେଇ ସମସ୍ତେ ଲଢେଇ ଜାରି ରହିଛି। ଆମର ଟଙ୍କା ଦରକାର ନାହିଁ ଓ ଏବେ ଯଥେଷ୍ଟ ପରିମାଣର ଟଙ୍କା ଆମ ପାଖରେ ଅଛି। ପୁଣି ରାଜନେତା ମାନେ କୋଭିଡ୍‌-୧୯ ପରିସ୍ଥିତି ନେଇ ପରସ୍ପରକୁ ଦୋଷାରୋପ କରୁଛନ୍ତି ବୋଲି ସେ କହିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ଏଥିପାଇଁ ୫୧ କୋଟି ଟଙ୍କା ଦାନ କରିଛି। ଯଦି ଆବଶ୍ୟକ ପଡେ ଆହୁରି ସାହାଯ୍ୟ କରିବାକୁ ବିସିସିଆଇ ଆଗଭର ହେବ। ତେଣୁ ଅଧିକ ପାଣ୍ଠି ସଂଗ୍ରହର ଆବଶ୍ୟକତା ଏବେ ନାହିଁ। ପୁଣି ଏବେ କ୍ରିକେଟ ମ୍ୟାଚ୍‌ ଆୟୋଜନ କରିବା ନିଶ୍ଚିତ ଭାବେ ବିପଜ୍ଜନକ। ଅତିକମ୍‌ରେ ଆଗାମୀ ୬ ମାସ ମଧ୍ୟରେ କ୍ରିକେଟ ମ୍ୟାଚ୍‌ ଆୟୋଜନ ନେଇ ଚିନ୍ତା କରିବା ମଧ୍ୟ ଠକ୍‌ ନୁହଁ। ଏବେ କିଭଳି ଜୀବନ ବଞ୍ଚାଇହେବ ଓ ଲକ୍‌-ଡାଉନ ପରିସ୍ଥିତିରେ ଗରିବ ଲୋକଙ୍କୁ ସାହାଯ୍ୟ କରିହେବ ସେ ନେଇ ଚିନ୍ତା କରିବାର ଆବଶ୍ୟକତା ରହିଛି। ଯେତେବେଳେ ସ୍ଥିତି ସ୍ବାଭାବିକ ହେବ ସେତେବେଳେ କ୍ରିକେଟ ଖେଳାଯିବା ନେଇ ଚିନ୍ତା କରାଯିବ। ଦେଶ ଓ ଲୋକଙ୍କ ଜୀବନଠାରୁ କ୍ରିକେଟ ବଡ଼ ନୁହଁ। ଏଭଳି ପରିସ୍ଥିତିରେ ଭାରତ ଆମେରିକା ସମେତ ଅନ୍ୟ ରାଷ୍ଟ୍ରଗୁଡିକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ପ୍ରଦାନ କରି ସହାୟତା କରୁଛି ଓ ଜଣେ ଭାରତୀୟ ହିସାବରେ ଗର୍ବ ଅନୁଭବ କରୁଛି ବୋଲି କପିଳ କହିଛନ୍ତି।
କପିଳ ଏବେ ଘରେ ରହି ସାମାଜିକ ଦୂରତା ବଜାୟ ରଖୁଛନ୍ତି। ନେଲ୍‌ସନ ମଣ୍ଡେଲା ଏକ ଛୋଟିଆ ସେଲ୍‌ରେ ୨୭ ବର୍ଷ ରହିଥିଲେ। ଏ ଦୃଷ୍ଟିକୋଣରୁ ବିଚାର କଲେ ଆମେ ଭଲରେ ଅଛୁ ଓ ଦେଶ ପାଇଁ ଘରେ ରହିବାରେ କୌଣସି ସମସ୍ୟା ନାହିଁ। ଦେଶ ଓ ଜୀବନଠାରୁ କୌଣସି ଜିନିଷ ବଡ଼ ନୁହଁ ବୋଲି କପିଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri