ଅଖାଦ୍ୟ ଘିଅ ପ୍ରତି ସାବଧାନ

ମନ୍ଦିରରେ ଦେବଦେବୀ ଦର୍ଶନ ପରେ ଆମକୁ ପ୍ରସାଦ ଭାବେ ଯେଉଁ ଘିଅ ବା ବଟର ମିଳିଥାଏ ତାହା ଖାଦ୍ୟ ଅନୁପଯୋଗୀ ହୋଇପାରେ ଏବଂ ଏପରି କି କର୍କଟ ଭଳି ମହାବ୍ୟାଧିର କାରଣ ମଧ୍ୟ ହୋଇପାରେ। ବିଶେଷକରି ଦୀପ ଜାଳିବା ପାଇଁ ଯେଉଁ ଘିଅ ଦୋକାନରେ ମିଳିଥାଏ ସେଗୁଡ଼ିକ ଖାଦ୍ୟ ଅନୁପଯୋଗୀ ବୋଲି ମଧ୍ୟ ଲେଖା ହୋଇଥାଏ। କିନ୍ତୁ ଅଜ୍ଞାନବଶତଃ ଲୋକେ ସେହି ଘିଅକୁ ଦେବାଳୟରେ ଅର୍ପଣ କରିବା ପରେ ଗ୍ରହଣ କରିଥାନ୍ତି। ଅସାଧୁ ବ୍ୟବସାୟୀମାନେ ବିଭିନ୍ନ ଉପାୟରେ ଏହି ଘିଅ ପ୍ରସ୍ତୁତକରି ବଜାରକୁ ଛାଡ଼ିଥାନ୍ତି। ସୋରିଷତେଲ ଓ ନାଲିରଙ୍ଗ ବା ଡାଇ ବ୍ୟବହାରକରି ସେମାନେ ଗାଈ ଘିଅ ସଦୃଶ ପଦାର୍ଥ ତିଆରି କରିଥାନ୍ତି। ଏପରି କି ଏଥିରେ କୋଲ୍‌ଟାର(ଯାହାକି କର୍କଟ ରୋଗର କାରଣ) ମଧ୍ୟ ମିଶିଥାଏ। ଏହି ଘିଅରୁ କିଛି ଏକ ପରୀକ୍ଷାନଳୀରେ ନେଇ ସେଥିରେ ୫ ମି.ଲି. ସଲ୍‌ଫ୍ୟୁରିକ ଏସିଡ୍‌ ଜଳ ସହ ମିଶାଇଲେ ଯଦି ଗୋଲାପି ରଙ୍ଗ ଦେଖାଗଲା ତେବେ ଏହା କୋଲ୍‌ଟାର ମିଶିଥିବାର ପ୍ରମାଣ ଦେଇଥାଏ। ଅତି ସହଜରେ ଏହା ପରୀକ୍ଷାଗାରରେ ମଧ୍ୟ ଦେଖିହେବ। ସେହିପରି ପରୀକ୍ଷା ଦ୍ୱାରା ଗାଈ ଘିଅରେ ବନସ୍ପତି ତୈଳ ମିଶାଯାଉଛି ବୋଲି ମଧ୍ୟ ପ୍ରମାଣିତ ହୋଇଛି। ବନସ୍ପତି ତୈଳକୁ ହାଇଡ୍ରୋଜେନେଶନ ପ୍ରକ୍ରିୟା ମାଧ୍ୟମରେ କଠିନ ଅବସ୍ଥା କରାଯାଇଥାଏ, ଯାହାକୁ ଡାଲ୍‌ଡା ଘିଅ ବୋଲି କୁହାଯାଏ। ଏହା ଗାଈ ଘିଅ ତୁଳନାରେ ଅତ୍ୟନ୍ତ ଶସ୍ତାରେ ଉପଲବ୍ଧ ହୋଇଥାଏ। ଏଥିରେ ଅଧିକ ପରିମାଣରେ ଟ୍ରାନ୍ସ୍‌ଫ୍ୟାଟ୍‌ ଥିବାରୁ ସ୍ବାସ୍ଥ୍ୟ ପାଇଁ ଅହିତକର। ସାଧାରଣତଃ ପାମୋଲିନ ତେଲରୁ ଡାଲ୍‌ଟା ବା ବନସ୍ପତି ଘିଅ ପ୍ରସ୍ତୁତ ହୋଇଥାଏ। ପରିବେଶବିତ୍‌ମାନେ ମଧ୍ୟ ଅଧିକ ପାମୋଲିନ ତୈଳ ବ୍ୟବହାରକୁ ସତର୍କ କରାଇଥାନ୍ତି। ଏହା ଅପରପକ୍ଷେ ଜଙ୍ଗଲକ୍ଷୟ ଓ ଜଳବାୟୁ ପରିବର୍ତ୍ତନର କାରଣ ହୋଇଥାଏ। ଉକ୍ତ ରକ୍ତଚାପଜନିତ ରୋଗ ଥିବା ବ୍ୟକ୍ତିବିଶେଷମାନେ ଦେଶୀ ବା ଗାଈ ଘିଅ ଓ ଡାଲ୍‌ଡା ବା ବାନସ୍ପତି ଘିଅଠାରୁ ଦୂରେଇ ରହିବା ଉଚିତ। କେତେଜଣଙ୍କ ମତରେ ଗାଈ ଘିଅ ସ୍ମରଣଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ। ତେବେ ଜଣେ ପ୍ରାପ୍ତବୟସ୍କ ବ୍ୟକ୍ତି ଗୋଟିଏ ଦିନରେ ୫ରୁ ୧୦ ଗ୍ରାମ ଦେଶୀ ବା ଗାଈ ଘିଅ ନେବା ଆବଶ୍ୟକ ବୋଲି ଡାକ୍ତରମାନେ କହିଛନ୍ତି। ତେବେ ମେଦବହୁଳ ବ୍ୟକ୍ତିବିଶେଷ ଏଥିରୁ ଦୂରେଇ ରହିଲେ ଭଲ। ତେଣୁ ଶୁଦ୍ଧ ଗାଈ ବଦଳରେ ଯଦି ବନସ୍ପତି ବା ଡାଲ୍‌ଡା ଘିଅ ମିଶ୍ରିତ ଘିଅ ସେବନ କରାଯାଏ ତେବେ ସ୍ବାସ୍ଥ୍ୟ ପ୍ରତି ସମସ୍ୟା ଦେଖାଦେଇପାରେ। ତେଣୁ ବ୍ୟକ୍ତିବିଶେଷ ଏଥିପ୍ରତି ସାବଧାନତା ଅବଲମ୍ବନ କରିବା ଆବଶ୍ୟକ।

ଡ. ମାନସ ରଞ୍ଜନ ସେନାପତି
-ଡିନ୍‌ ବିଜ୍ଞାନ,ବିଜୁ ପଟ୍ଟନାୟକ
ବୈଷୟିକ ବିଶ୍ୱବିଦ୍ୟାଳୟ
ମୋ: ୯୪୩୭୨୩୭୭୯୭


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri