ଅକ୍ଷୟଙ୍କୁ ଟ୍ବିଙ୍କଲ୍‌ଙ୍କ ପ୍ରଶଂସା

ଅକ୍ଷୟ କୁମାରଙ୍କୁ ବଲିଉଡ୍‌ର ଖେଳାଳି କୁହାଯାଏ। ୫୦ ବର୍ଷ ପାରି ହୋଇଥିବା ଆକ୍ଟରଙ୍କ ମଧ୍ୟରେ ଅକ୍ଷୟ ହେଉଛନ୍ତି ସବୁଠୁ ଫିଟ୍‌। ଅକ୍ଷୟ ସବୁଥିରେ ପାରଙ୍ଗମ ବୋଲି ଫ୍ୟାନ୍‌ମାନେ ଜାଣିଛନ୍ତି। କିନ୍ତୁ ଆଉ ଏକ ଖେଳରେ ଅକ୍ଷୟ ଯେ, ପାରଙ୍ଗମ ଏକଥା କହିଛନ୍ତି ସ୍ତ୍ରୀ ଟ୍ବିଙ୍କିଲ୍‌ ଖାନ୍ନା। ସୋସିଆଲ ମିଡିଆରେ ଟ୍ବିଙ୍କଲ ଏକ ଫଟୋ ଶେୟାର କରି କହିଛନ୍ତି, ସମସ୍ତେ ତୁମକୁ ‘ଖିଲାଡ଼ି’ ବୋଲି କହିଥାନ୍ତି। ଆଜି କିନ୍ତୁ ମୁଁ ଅନୁଭବ କରୁଛନ୍ତି ସତରେ ତୁମେ ଜଣେ ବଡ଼ ଆଉ ଭଲ ଖେଳାଳି’। ଯେଉଁଥିରେ ତୁମକୁ ହରାଇବା ଅସମ୍ଭବ। ଅକ୍ଷୟ ବର୍ତ୍ତମାନ ପରିବାର ସହ ଲଣ୍ଡନରେ ଛୁଟି ମନାଉଛନ୍ତି। ପୁଅ ଆରବ ଲଣ୍ଡନରେ ପାଠ ପଢୁଛନ୍ତି। ଅକ୍ଷୟ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଶୁଟିଂ ସାରି ଲଣ୍ଡନ ଯାଇଛନ୍ତି ପରିବାର ସହ। ସେଠି ଝିଅ ସହିତ ଫ୍ଲୋରରେ ଚେସ୍‌ ଖେଳୁଥିବାର ଏକ ଫଟୋ ଟ୍ବିଙ୍କଲ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଅକ୍ଷୟ ଏମିତି ଚେସ୍‌ ଖେଳିଥିଲେ ଶେଷରେ ଝିଅ ହାରିଯାଇଥିଲେ। ପାଖରେ ଠିଆ ହୋଇ ଖେଳକୁ ଉପଭୋଗ କରୁଥିଲେ ଟ୍ବିଙ୍କଲ୍‌। ଏଥିରେ ଅକ୍ଷୟ ଜିତି ଯାଇଥିବାରୁ ଟ୍ବିଙ୍କଲ ତାଙ୍କୁ ପ୍ରଶଂସା କରି ଏପରି କହିଥିଲେ।

Share