ଅକ୍ଟୋବରରେ ରିଲିଜ୍‌ ହେବ ‘ଲୁଟ୍‌କେସ୍‌’

ମୁମ୍ବାଇ: ବଲିଉଡ୍‌ ଅଭିନେତା କୁନାଲ ଖେମୁ ଓ ଅଭିନେତ୍ରୀ ରସିକା ଦୁଗ୍ଗଲଙ୍କ ଫିଲ୍ମ ‘ଲୁଟ୍‌କେସ୍‌’ ଆସନ୍ତା ଅକ୍ଟୋବର ୧୧ରେ ରିଲିଜ୍‌ ହେବ ବୋଲି ସୂଚନା ମିଳିଛି। ଏଥିରେ ଉଭୟଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି ବୋଲି କୁହାଯାଉଛି। ଫିଲ୍ମର ଏକ ପ୍ରମୋ ଭିଡିଓ ମଧ୍ୟ ଆସି ଯାଇଛି। ଏଥିରେ ଏକ ଲାଲ କଲର୍‌ ସୁଟ୍‌କେସ୍‌ ଦେଖିବାକୁ ମିଳୁଛି। ତେବେ ଉକ୍ତ ସୁଟ୍‌କେସ୍‌କୁ ଲୁଟ୍‌ କରିବାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଥିବ ବୋଲି ଅନୁମାନ କରାଯାଉଛି। ରାଜେଶ କୃଷ୍ଣମ ଏହାର ନିର୍ଦ୍ଦେଶନା ଦେଉଥିବା ବେଳେ ଏହାର ନିର୍ମାଣ ଦାୟିତ୍ୱ ନେଇଛି ଫକ୍ସ ଷ୍ଟାର ଷ୍ଟୁଡିଓ। ତେବେ ବଲିଉଡ୍‌ର ପୂର୍ବ କାହାଣୀ ଗୁଡିକଠାରୁ ଏଥିରେ କି ଭିନ୍ନତା ରହିଛି ତାକୁ ଦର୍ଶକେ ଅପେକ୍ଷା ରଖିଛନ୍ତି। ଫିଲ୍ମର ଶୁଟିଂ ସମ୍ପର୍କରେ ସେମିତି କିଛି ତଥ୍ୟ ନ ଥିବା ବେଳେ ଏହାର ରିଲିଜ୍‌କୁ ନେଇ ତାରିଖ ସ୍ଥିର ହୋଇଥିବା କୁହାଯାଉଛି। ପୂର୍ବରୁ ‘ଫୁଟ୍‌ପାଥ’ରେ କୁନାଲଙ୍କ ଅଭିନୟକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିବା ବେଳେ ଏବେ ତାଙ୍କର ଏହି ଅପ୍‌କମିଙ୍ଗ ଫିଲ୍ମକୁ ଦର୍ଶକେ ନିଶ୍ଚତ ଅପେକ୍ଷା ରଖିବେ ବୋଲି ଆଶା ରଖିଛନ୍ତି ନିର୍ମାତା ନିର୍ଦ୍ଦେଶକ।

Share