ଅକାରଣରେ ବାହାରକୁ ବାହାରିଲେ ଭୋଗିବେ ଦଣ୍ଡ

ଭୁବନେଶ୍ୱର, ୧ା୪ (ବ୍ୟୁରୋ): ଘର ଦୂଆରେ ପରିବାଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି। ତା ସତ୍ତ୍ୱେ ମଧ୍ୟ ଭୁବନେଶ୍ୱର ସହରର କେତେକ ଜନସାଧାରଣଙ୍କ ବେପରୁଆ କାର୍ଯ୍ୟକଳାପ ସାମ୍ନାକୁ ଆସୁଛି। ହାଟ ବଜାରରେ ଗହଳି ନ କରିବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଜନସାଧାରଣଙ୍କୁ ବାରମ୍ବାର ସଚେତନ କରିବା ସହ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛି। ଏହାସତ୍ତ୍ୱେ ମଧ୍ୟ ଲୋକେ ନିଜର ପ୍ରକୃତି ବଦଳାଉନାହାନ୍ତି। ଯଦି ଏଥିରେ ସୁଧାର ନ ଆସେ ତେବେ ମାର୍କେଟରେ ଗହଳି କରୁଥିବା ଓ ନିୟମ ପାଳନ କରୁ ନ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।
କୋଭିଡ-୧୯ର ସଂକ୍ରମଣକୁ ଏଡ଼ାଇବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଥିବାବେଳେ ସାରା ଦେଶରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ହେଲେ ତା ସତ୍ତ୍ୱେ ଲୋକମାନେ ଘରୁ ବାହାରି ବଜାରରେ ଭିଡ଼ ଜମାଉଛନ୍ତି। ତେଣୁ ବିଏମ୍‌ସି କର୍ତ୍ତୃପକ୍ଷ ଏହି ସମସ୍ୟାକୁ ଦୃଢ଼ ଭାବେ ଗ୍ରହଣ କରି କମିଶନରେଟ୍‌ ପୋଲିସ୍‌ ସହ ଆଲୋଚନା କରିଛି। ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଏମ୍‌ସି ନିଷ୍ପତ୍ତି ନେଇଛି। ଜନସାଧାରଣ ଗୋଟିଏ ସ୍ଥାନରେ ଗହଳି କଲେ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ବିଏମ୍‌ସି ଏହି ପଦକ୍ଷେପ ନେଇଛି ବୋଲି ବିଏମ୍‌ସି କମିଶନର ଚୌଧାରୀ କହିଛନ୍ତି।
ସଫଳ ହେଲା ହୋମ ଡେଲିଭରି ଅଭିଯାନ
ଭୁବନେଶ୍ୱରବାସୀଙ୍କ ଆବଶ୍ୟକତା ପୂରଣ ପାଇଁ ବିଭିନ୍ନ ମଲ୍‌, ବଡ଼ବଡ଼ ଷ୍ଟୋର ଏବଂ ରନ୍ଧା ଖାଦ୍ୟ ଘରେ ପହଞ୍ଚାଇବାକୁ ଘରୋଇ ସଂସ୍ଥା ସ୍ବିଗୀ ସହିତ ବିଏମ୍‌ସି ଚୁକ୍ତି କରିଛି। ଗତ ୨୬ ତାରିଖ ଓ ୨୭ ତାରିଖରେ ହୋଇଥିବା ଏହି ଚୁକ୍ତିକୁ ମଙ୍ଗଳବାର ୫ଦିନ ପୁରୁଥିବାବେଳେ ଉଭୟ ସ୍ବିଗୀ, ମଲ୍‌ ଓ ବଡ଼ ଷ୍ଟେରର କର୍ତ୍ତୃପକ୍ଷ ଭୁବନେଶ୍ୱରର ପାଖାପାଖି ୧୦ ହଜାର ଲୋକଙ୍କ ଘରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇଛି। ଏତେ କମ୍‌ ସମୟରେ ୧୦ହଜାର ପରିବାରଙ୍କ ନିକଟରେ ସାମଗ୍ରୀ ପହଞ୍ଚାଇଥିବାରୁ ବିଏମ୍‌ସି ସମ୍ପୃକ୍ତ ସଂସ୍ଥା ଓ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଛି।
ଘର ପାଖରେ ପରିବା ପାଇଁ ଡାଲା ଅଟୋ ସଂଖ୍ୟା ବଢ଼ିଲା
୨୧ ଦିନର ଲକ୍‌ଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ପରିବା ହାଟରେ ଲୋକଙ୍କ ଭିଡ଼ କମାଇବାକୁ ଲକ୍ଷ୍ୟ କରି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ୩ଟି ଜୋନରେ ୩୦ଟି ଲେଖାଏ ୯୦ଟି ଡାଲା ଅଟୋରେ ପରିବା ବିକ୍ରି କରିବା ପାଇଁ ପ୍ରାଥମିକସ୍ତରରେ ଅନୁମତି ଦେଇଥିଲା। ହେଲେ ବର୍ତ୍ତମାନ ଲୋକଙ୍କ ସଂଖ୍ୟା ଓ ଚାହିଦାକୁ ଲକ୍ଷ୍ୟ କରି ବିଏମ୍‌ସି ସୋମବାର ଓ ମଙ୍ଗଳବାର ଡାଲା ଅଟୋ ସଂଖ୍ୟା ୧୫୭କୁ ବୃଦ୍ଧି କରିଛି। ଭୁବନେଶ୍ୱରର ଜନସାଧାରଣ କିପରି ଅଧିକ ମାତ୍ରାରେ ସଂକ୍ରମିତ ନହେବେ ଓ ନିଜ ଘର ନିକଟରେ ସମସ୍ତ ସେବା ପାଇବେ ତା’କୁ ଲକ୍ଷ୍ୟ କରି ବିଏମ୍‌ସି ଏହି ସେବାକୁ ବଢ଼ାଇଥିବା ବିଏମ୍‌ସି କମିଶନର ଚୌଧାରୀ କହିଛନ୍ତି। ଏହି ବ୍ୟବସ୍ଥା ଆଗମୀ ଦିନରେ ଜାରି ରହିଲେ ଜନସାଧାରଣ ଉପକୃତ ହେବା ସହ ପରିବା ମାର୍କେଟରେ ହେଉଥିବା ଗହଳିକୁ ରୋକାଯାଇପାରିବ ବୋଲି ଭୁବନେଶ୍ୱରବାସୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri