Posted inଖେଳ

ଅଂଶୁ କୁମାର ରନର୍ସଅପ୍‌

ଭୁବନେଶ୍ୱର, ୧୯ା୫ (ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସୋଟର୍‌ସ ଟେନିସ୍‌ କମ୍ପ୍ଲେକ୍ସଠାରେ ଗୁରୁକୁଳ ଏଆଇଟିଏ-ଓଟିଏ ପୁରୁଷ ୧ ଲକ୍ଷ ଟେନିସ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟପ୍‌ ସିଡ, ଅଲ୍‌ ଇଣ୍ଡିଆ ୨୭ ର଼୍ୟାଙ୍କିଙ୍ଗପ୍ରାପ୍ତ ଓଡ଼ିଶାର ଅଂଶୁ କୁମାର ଭୂୟଁା ରନର୍ସଅପ୍‌ ହୋଇଛନ୍ତି। ଶନିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସେ କ୍ୱାଲିଫାୟର ତଥା ତେଲେଙ୍ଗାନାର ଜି. ସାଇ କାର୍ତ୍ତିକ ରେଡ୍ଡୀଙ୍କଠାରୁ ୩-୬, ୩-୬ ସିଧାସଳଖ ସେଟ୍‌ରେ ହାରିଯାଇଛନ୍ତି। ଅନ୍ୟପକ୍ଷରେ ଅଂଶୁ କୁମାର ଏବଂ ତାଙ୍କ ପାର୍ଟନର କବୀର ହଂସ ଡବଲ୍ସ ଟାଇଟଲ ଜିତିବାରେ ସଫଳ ହୋଇପାରିଛନ୍ତି। ଏହି ଯୋଡ଼ି ଟପ୍‌ ସିଡ୍‌ ସିଦ୍ଧାର୍ଥ ଆର୍ଯ୍ୟ (ତାମିଲନାଡୁ) ଏବଂ ତାଙ୍କ ପାର୍ଟନର ଭିଲାସିର୍‌ ଖାଟେ (ହରିୟାଣା)ଙ୍କୁ ଏକ ରୋମାଞ୍ଚକ ଡବଲ୍ସ ଫାଇନାଲରେ ୭-୫, ୪-୬ (୧୦-୪)ରେ ହରାଇ ଦେଇଥିଲେ। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପ୍ରାୟୋଜିତ ଏହି ଟୁର୍ନାମେଣ୍ଟରେ ୧୬ଟି ରାଜ୍ୟର ମୋଟ ୫୨ ଖେଳାଳି ଅଂଶଗ୍ରହଣ କରିଥିଲେ। ଶନିବାର ଉଦ୍‌ଯାପନୀ ଉତ୍ସବରେ ଟୁର୍ନାମେଣ୍ଟ ନିର୍ଦ୍ଦେଶକ ପ୍ରଦୀପ ପ୍ରଧାନ ଫାଇନାଲିଷ୍ଟଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଟୁର୍ନାମେଣ୍ଟ ରେଫରି ଯତୀନ ବତ୍ସ୍ୟ, ମ୍ୟାନେଜର ଓଟିଏ ପ୍ରକାଶ ପଟ୍ଟନାୟକ ଏବଂ ଗୁରୁକୁଳ ରିସୋର୍ଟ ନିର୍ଦ୍ଦେଶକ ଚିନ୍ମୟ ପ୍ରଧାନ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଟୁର୍ନାମେଣ୍ଟର ସିଙ୍ଗଲ୍ସ ବିଜେତା ଓ ରନର୍ସଅପ୍‌ ଯଥାକ୍ରମେ ୧୨,୫୦୦ ଓ ୮,୪୦୦ ଟଙ୍କା ସହିତ ୨୦ ଓ ୧୫ ଏଆଇଟିଏ ର଼୍ୟାଙ୍କିଙ୍ଗ ପଏଣ୍ଟ ହାସଲ କରିପାରିଛନ୍ତି। ସେହିପରି ଡବଲ୍ସ ଚାମ୍ପିୟନ ଓ ରନର୍ସଅପ୍‌ ଯଥାକ୍ରମେ ୧୫ ଓ ୧୦ ଏଆଇଟିଏ ର଼୍ୟାଙ୍କିଙ୍ଗ ପଏଣ୍ଟ ସହ ଯଥାକ୍ରମେ ୬,୨୦୦ ଓ ୩,୮୦୦ ଟଙ୍କା ଆର୍ଥିକ ପୁରସ୍କାର ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri