ଅଂଶୁଘାତ ଓ୍ବାର୍ଡରେ କେକ୍‌ କାଟିଲେ ଦିଦି: ଦେଢ଼ଘଣ୍ଟାର ନୃତ୍ୟ, ଗୀତ ନେଇ ଅସନ୍ତୋଷ

ଅନୁଗୋଳ ଅଫିସ, ୨୯।୪:  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ଭାବେ ଖୋଲାଯାଇଛି ଅଂଶୁଘାତ ଓ୍ବାର୍ଡ। ଆକ୍ରାନ୍ତମାନଙ୍କୁ ଜରୁରୀ ଚିକିତ୍ସା ଯୋଗାଇ ଦେବାକୁ ଶୀତତାପ ନିୟନ୍ତ୍ରିତ ଏହି କକ୍ଷରେ ସମସ୍ତ ବ୍ୟବସ୍ଥା କରାଯାଇଛି। ହେଲେ ଶନିବାର ରାତିରେ ଏହି ସ୍ବତନ୍ତ୍ର କକ୍ଷର ପୁରୁଷ ଓ୍ବାର୍ଡରେ କେକ୍‌କାଟି ଜନ୍ମଦିନ ପାଳନ କରିଛନ୍ତି ଜନୈକା ଷ୍ଟାଫ୍‌ ନର୍ସ। ଦେଢ଼ଘଣ୍ଟା ଧରି ଗୀତ ବଜାଇବା ସହ ନୃତ୍ୟ କରି ସମ୍ପୃକ୍ତା ଦିଦିଙ୍କ ସହ ଅନ୍ୟ କେତେଜଣ ଦିଦି ଜନ୍ମଦିବସର ମଜା ଉଠାଇଛନ୍ତି। ମେଡିକାଲ ମଧ୍ୟରେ ନୀରବତା ରକ୍ଷା କରିବା ପରିବର୍ତ୍ତେ ଦିଦିମାନଙ୍କ ଏପରି କୋଳାହଳମୟ ଜନ୍ମଦିନ ପାଳନ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଶନିବାର ଜନୈକା ଷ୍ଟାଫ ନର୍ସଙ୍କ ଜନ୍ମ ଦିନ ଥିଲା। ସକାଳେ ସହକର୍ମୀମାନେ ଏଥିପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ହେଲେ ସନ୍ଧ୍ୟାରେ ଭିନ୍ନ ଧରଣର ଆୟୋଜନ କରାଯାଇଥିଲା। ଡ୍ୟୁଟି ସରିବା ମାତ୍ରେ ସମ୍ପୃକ୍ତା ଦିଦିଙ୍କ ସହ ଅନ୍ୟମାନେ ଅଂଶୁଘାତ ଓ୍ବାର୍ଡର ପୁରୁଷ ବିଭାଗକୁ ଦଖଲ କରିନେଇଥିଲେ। ପରେ କେକ୍‌ କଟାଯାଇ ସେଠାରେ ଜନ୍ମଦିନ ପାଳନ କରାଯାଇଥିଲା। ଦେଢ଼ ଘଣ୍ଟା ଧରି ଦିଦିମାନେ ନାଚ ଗୀତ ଚଳାଇ ପରିବେଶକୁ ପୂରା ଉତ୍ସବମୟ କରିଦେଇଥିଲେ। ଏହି ସମୟରେ ମେଡିକାଲକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଅଂଶୁଘାତ ଓ୍ବାର୍ଡରେ ଏପରି କୋଳାହଳକୁ ନେଇ ସନ୍ଦେହରେ ପଡ଼ିଥିଲେ। କେତେଜଣ ସମ୍ପର୍କୀୟ ସନ୍ଦେହ ଦୂର ପାଇଁ ଉକ୍ତ ଓ୍ବାର୍ଡ ମଧ୍ୟକୁ ପ୍ରବେଶ କରିବା ପରେ ସେଠାରେ ଜନ୍ମଦିନ ପାଳନ ହେଉଥିବା ସମ୍ପର୍କରେ ଅବଗତ ହୋଇଥିଲେ। ମେଡିକାଲ ମଧ୍ୟରେ ଦିଦିମାନଙ୍କ ଏପରି କାର୍ଯ୍ୟ ସେମାନଙ୍କୁ ଯେତିକି ଆଶ୍ଚର୍ଯ୍ୟଚକିତ କରିଥିଲା, ସେତିକି ଅସନ୍ତୋଷ ମଧ୍ୟ ସୃଷ୍ଟି କରିଥିଲା। ଦିଦିମାନେ ଚାହିଁଥିଲେ ଅଧିକ ସମୟ ରୋଗୀ ସେବା କରି ଜନ୍ମଦିବସକୁ ଅଧିକ ସ୍ବତନ୍ତ୍ର କରିପାରିଥାନ୍ତେ। ସେବିକା ଭାବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରି ଥାନ୍ତେ। କିନ୍ତୁ ତାହା ନ କରି ଚିକିତ୍ସାଳୟ ମଧ୍ୟରେ ଏପରି ନୃତ୍ୟଗୀତ କରିବା କେତେଦୂର ଗ୍ରହଣଯୋଗ୍ୟ ବୋଲି ମେଡିକାଲ ପରିସରରେ ଆଲୋଚନା ହେଉଛି।

ଘଟଣା ସମ୍ପର୍କରେ ଏଡିଏମ୍‌ଓ ଲକ୍ଷ୍ମୀ ନାରାୟଣ ବିଶୋଇ କହିଛନ୍ତି, ଏପରି କିଛି ହୋଇଥିବା ସୂଚନା ପାଇନାହିଁ। ତଥାପି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବି ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା-ହିମାଚଳ ପ୍ରଦେଶ କୁଚ ବେହାର ଟ୍ରଫି କ୍ରିକେଟ ଉଦଘାଟିତ

ବଲାଙ୍ଗୀର, ୧୬।୧୨ (ବୀରେନ୍ଦ୍ର କୁମାର ଝାଙ୍କର)- ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ ଠାରେ ମଙ୍ଗଳବାର ଓଡିଶା-ହିମାଚଳ ପ୍ରଦେଶ କୁଚ ବେହାର ଟ୍ରଫି କ୍ରିକେଟ ମ୍ୟାଚ ଉଦଘାଟିତ ହୋଇଛି।...

ସୁନା ଦୋକାନୀ ଗହଣା ଭର୍ତ୍ତି ବ୍ୟାଗ ଘରେ ଥୋଇ ଯାଇଥିଲେ ବଜାର: ଆସିଲା ବେଳକୁ …

କେନ୍ଦୁଝର,(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନାରୁ ପ୍ରାୟ ଅଧ କି.ମି. ଦୂରରେ ସୋମବାର ରାତିରେ ଜଣେ ଗହଣା ବ୍ୟବସାୟୀ ସଞ୍ଜୟ ରାଣାଙ୍କ ଘରୁ...

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...

ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢ଼ିଗଲା ଟ୍ରକ: ଆଉ ତା’ପରେ…

ବଲାଙ୍ଗିର,୧୬/୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ୨୬ନମ୍ବର ଜାତୀୟ ରାଜପଥ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖ ଟ୍ରାଫିକ ଛକ ଡିଭାଡିଅରରେ ଭାରସାମ୍ୟ ହରାଇ ଏକ ଟ୍ରକ ଚଢ଼ି ଯାଇଛି...

ଶ୍ମଶାନରେ ଜିଇଁ ଉଠିଲେ ପୂରୋହିତ, ହସ୍ପିଟାଲ ଗଲାପରେ ଘଟିଲା…

ଗଞ୍ଜାମ ୧୬/୧୨(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ନୃସିଂହ ପୂଜକ ପୁରୋହିତ ରାଜେନ୍ଦ୍ର ରଥଙ୍କ ପରଲୋକ ହୋଇଛି । ହସ୍ପିଟାଲରେ...

ପର୍ଯ୍ୟଟନ ସ୍ଥଳରେ ପଡୁଛି ପ୍ଲାଷ୍ଟିକ: ପଦକ୍ଷେପ ପାଇଁ…

ନୂଆପଡ଼ା,୧୬।୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ପର୍ଯ୍ୟଟନ ସ୍ଥଳୀ ପତୋରା ଡ୍ୟାମ୍‌ଠାରେ ସ୍ଥାନୀୟ ଯୁବ ସଂଗଠନ ଯୁବା କି ଦହାଡ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ...

ଚାଷ ଜମିକୁ କାମ କରିବା ପାଇଁ ଯାଉଥିବାବେଳେ ପାଗଳ ବିଲୁଆ କାମୁଡାରେ ୬ ଆହାତ, ଜଣେ ଗୁରୁତର

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନରସିଂହପୁର, କୁଶପଡ଼ା,ବିଜୟ ପଦ୍ମନାଭପୁର ପ୍ରଭୃତି ଗ୍ରାମର ୬ ଜଣଙ୍କୁ ସୋମବାର ପାଗଳ ବିଲୁଆ କାମୁଡି କ୍ଷତାକ୍ତ...

ଗୁଗଲ ମ୍ୟାପ୍‌ ଦେଖି ଟ୍ରକ୍‌ ଚଳାଉଥିଲେ ଡ୍ରାଇଭର୍‌: ହଠାତ୍‌ ଘଟିଗଲା…

ଦାରିଙ୍ଗବାଡି, ୧୬।୧୨ (ଅରୁଣ ସାହୁ):ଗୁଗଲ ମ୍ୟାପ୍‌ ଦେଖାଇଲା ଭୁଲ ରାସ୍ତା। ଆଉ ଭୁଲ ରାସ୍ତାରେ ଆସି ଟ୍ରକ ଦୁର୍ଘଟଣାଗ୍ରସ୍ତ। ଏଭଳି ଘଟଣା ନୂଆ ହୋଇ ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri