ଅଂଶୁଘାତରେ ବୃଦ୍ଧାଙ୍କ ଜୀବନଗଲା

ହାଟଡ଼ିହୀ, ୨୨।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଜମ୍ଭରା ଶାଳବଣୀ ସାହିର ଜଣେ ବୃଦ୍ଧାଙ୍କର ବୁଧବାର ଅଂଶୁଘାତରେ ମୃତ୍ୟୁ ଘଟିଛି। ସେ ହେଲେ ହଳଧର ନାୟକଙ୍କ ସ୍ତ୍ରୀ ସୁକାନ୍ତି(୬୫)। ସୁକାନ୍ତି ନିଜ ବଗିଚାରେ କାମ କରୁଥିବା ବେଳେ ହଠାତ୍‌ ଚେତାଶୂନ୍ୟ ହୋଇପଡ଼ିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସୁକାନ୍ତି ଘରକୁ ନ ଫେରିବାରୁ ପରିବାର ଲୋକେ ଉକ୍ତ ବଗିଚାକୁ ଯାଇଥିଲେ। ସେତେବେଳକୁ ସୁକାନ୍ତିଙ୍କ ମୃତ୍ୟୁ ହୋଇଯାଇଥିଲା। ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ପକ୍ଷରୁ ଦାବି ହୋଇଛି।