ଅଂଶଧନ କିଣିବାକୁ ଅନୁରୋଧ କଲା ଏଟିହାଦ, ବ୍ୟାଙ୍କ ସମୁହ; ଜେଟ୍‌ ପାଇଁ ହିନ୍ଦୁଜା ଭ୍ରାତାଙ୍କୁ ଗୁହାରି

ନୂଆଦିଲ୍ଲୀ,୧୬।୫: ଜେଟ୍‌ ଏୟାରଓ୍ବେଜ ପାଇଁ ଏନ୍‌ଆର୍‌ଆଇ ହିନ୍ଦୁଜା ଭ୍ରାତା ଏବେ ଶେଷ ଆଶା ହୋଇଛନ୍ତି। କମ୍ପାନୀ ବଡ଼ ଆକାରର ଅଂଶଧନ କିଣିବା ଲାଗି ଏଟିହାଦ ଏୟାରଓ୍ବେଜ ଏବଂ ଏସ୍‌ବିଆଇ ନେତୃତ୍ୱାଧୀନ ବ୍ୟାଙ୍କ ସମୂହ ପକ୍ଷରୁ ସେମାନଙ୍କୁ ଅନୁରୋଧ କରାଯାଇଛି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଜେଟ୍‌ ଏୟାରଓ୍ବେଜର ଅଂଶଧନ କିଣିବା ଲାଗି ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ବଡ଼ କମ୍ପାନୀ ଆଗେଇ ଆସିନାହାନ୍ତି। ଆବୁଧାବୀର ଏୟାରଲାଇନ୍ସ କମ୍ପାନୀ ଏଟିହାଦ ସମେତ ୩ କମ୍ପାନୀ ବିଡ଼୍‌ ଦାଖଲ କରିଛନ୍ତି ସତ ସେମାନେ ବଡ଼ ଆକାରର ନିବେଶ ଲାଗି ଆଗ୍ରହୀ ନ ଥିବା ଜଣାଇ ଦେଇଛନ୍ତି। ଏହି କାରଣରୁ ଏବେ ଜେଟ୍‌ରେ ନିବେଶଲାଗି ଇଚ୍ଛୁକ କମ୍ପାନୀ କିମ୍ବା ଗ୍ରୁପ୍‌କୁ ଖୋଜିବା ଉଦ୍ୟମ ଆରମ୍ଭ ହୋଇଛି। ତେବେ ହିନ୍ଦୁଜା ଭ୍ରାତା ଜେଟ୍‌ରେ ନିବେଶ ଲାଗି କୌଣସି ପ୍ରତିଶ୍ରୁତି ଦେଇନାହାନ୍ତି। ଅନ୍ୟପକ୍ଷରେ ଏଟିହାଦର ପ୍ରତିନିଧିମାନେ ହିନ୍ଦୁଜା ଭ୍ରାତାଙ୍କ ମଧ୍ୟରେ ବଡ଼ ଜେ.ପି. ହିନ୍ଦୁଜାଙ୍କ ସହ ଯୋଗାଯୋଗ କରିଛନ୍ତି। ଉଭୟଙ୍କ ମଧ୍ୟରେ ଆଲୋଚନା ପରେ ଜେଟ୍‌ରେ ନିବେଶ ନେଇ ସେ ଆଗ୍ରହ ପ୍ରକାଶ କରିଥିବା ଜଣାପଡିଛି। ହିନ୍ଦୁଜା ଗ୍ରୁପ୍‌ର ପରିଚାଳନା ଦାୟିତ୍ୱ ଜେ.ପିଙ୍କ ହାତରେ ରହିଛି। ନିବେଶ ସମ୍ପର୍କରେ ସବୁ ଶୁଣିବା ପରେ ଜେ.ପି. ତାଙ୍କ ସାନଭାଇ  ଅଶୋକ ହିନ୍ଦୁଜାଙ୍କ ନିକଟକୁ ଏଟିହାଦ ପ୍ରତିନିଧିଙ୍କୁ ପଠାଇ ଦେଇଛନ୍ତି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଜେଟ୍‌ ଏୟାରଓ୍ବେଜରେ ନିବେଶ ଲାଗି ହିନ୍ଦୁଜା ଗ୍ରୁପ୍‌ କୌଣସି ପ୍ରତିଶ୍ରୁତି ଦେଇନାହାନ୍ତି, କିନ୍ତୁ ସମସ୍ତ ବିକଳ୍ପ ଖୋଲା ରଖିଛନ୍ତି। ଆଗାମୀ ଦିନରେ ସେମାନେ ଏଟିହାଦ ଓ ବ୍ୟାଙ୍କ କନ୍‌ସୋର୍ଟିୟମ ପ୍ରତିନିଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ତେବେ ଏଥିଲାଗି ଦିନ ଧାର୍ଯ୍ୟ ହୋଇନାହିଁ। ସୂଚନାଥାଉ କି, ସାରା ବିଶ୍ୱରେ ହିନ୍ଦୁଜା ଗ୍ରୁପ୍‌ ଅଟୋମୋଟିଭ, ଅଏଲ ଆଣ୍ଡ ସ୍ପେଶିଆଲିଟି କେମିକାଲ୍ସ, ମିଡିଆ, ଆଇଟି, ପାଓ୍ବାର, ହେଲ୍‌୍‌ଥକେୟର ଏବଂ ରିଏଲ ଇଷ୍ଟେଟ୍‌ ଆଦି ୧୦ ସେକ୍ଟରରେ ବ୍ୟବସାୟ କରୁଛନ୍ତି। ବିକ୍ରି ଦୃଷ୍ଟିରୁ ଭାରତରେ ଏକ ନମ୍ବର ସ୍ଥାନରେ ଥିବା ଟ୍ରକ କମ୍ପାନୀ ଅଶୋକ ଲେଲ୍ୟାଣ୍ଡର ମାଲିକାନା ହିନ୍ଦୁଜା ଗ୍ରୁପ୍‌ ନିକଟରେ ରହିଛି। ଉଲ୍ଲେଖ କରାଯାଇପାରେ ଯେ, ଜେଟ୍‌ର ପୁନରୁଦ୍ଧାର ଲାଗି ହିନ୍ଦୁଜା ଗ୍ରୁପ୍‌ ନିକଟରେ ପର୍ଯ୍ୟାପ୍ତ ଅର୍ଥ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri