‘ୱାନ୍‌ ୱାର୍ଲଡ୍‌: ଟୁଗେଦର୍‌ ଆଟ୍‌ ହୋମ୍‌’

ଭୁବନେଶ୍ୱର, ୧୯।୪(ବ୍ୟୁରୋ): କରୋନା ସଂକ୍ରମଣ ଲଢ଼େଇରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଉତ୍ସାହିତ କରିବା ଏବଂ ବିଶ୍ୱବାସୀଙ୍କୁ ଘରେ ରହିବା ଲାଗି ସଚେତନ କରିବା ପାଇଁ ଆୟୋଜିତ ହୋଇଛି ବିଶ୍ୱର ସର୍ବବୃହତ୍‌ ଭର୍ଚୁଆଲ୍‌ କନ୍‌ସର୍ଟ ‘ୱାନ୍‌ ୱାର୍ଲଡ: ଟୁଗେଦର୍‌ ଆଟ୍‌ ହୋମ୍‌’। ଗ୍ଲୋବାଲ୍‌ ସିଟିଜେନ୍‌ ମୁଭ୍‌ମେଣ୍ଟ ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟଏଚ୍‌ଓ) ଦ୍ୱାରା କରାଯାଇଥିବା ଏହି କନ୍‌ସର୍ଟରେ ବିଶ୍ୱର ଖ୍ୟାତନାମା କଳାକାର ଓ କଣ୍ଠଶିଳ୍ପୀମାନେ ସାମିଲ ହୋଇଛନ୍ତି। ପପ୍‌ କୁଇନ୍‌ ଲେଡି ଗାଗାଙ୍କ ଉଦ୍ୟମରେ ହୋଇଥିବା ଏହି ‘ୱାନ୍‌ ୱାର୍ଲଡ: ଟୁଗେଦର୍‌ ଆଟ୍‌ ହୋମ୍‌’କୁ ଷ୍ଟିଫେନ୍‌ କୋଲବର୍ଟ, ଜିମ୍ମି କିମେଲ ଓ ଜିମ୍ମି ଫାଲୋନ୍‌ଙ୍କ ଭଳି ବହୁଚର୍ଚ୍ଚତ ଆମେରିକାନ୍‌ ଟେଲିଭିଜନ୍‌ ଷ୍ଟାର୍‌ମାନେ ହୋଷ୍ଟ୍‌ କରିଛନ୍ତି। ଏଲ୍‌ଟନ୍‌ ଜନ୍‌, ଟେଲର ସ୍ବିଫ୍ଟ, ବିଲି ଏଲିଶ, ପଲ୍‌ ମାକ୍‌କାର୍ଟନୀ, ସେଲିନ ଡିଅନ୍‌, ଜନ୍‌ ଲିଜେଣ୍ଡ ଏବଂ ଓଫ୍ରା ୱିନ୍‌ଫ୍ରିଙ୍କ ଭଳି ବହୁ ବ୍ୟକ୍ତିତ୍ୱଙ୍କୁ ଏଥିରେ ଦେଖିବାକୁ ମିଳିଛି।

ଶନିବାର ବୁକ୍‌ ମାଇଁ ଶୋ’ରେ ଲାଇଭ୍‌ ଷ୍ଟ୍ରିମିଂ ହୋଇଥିବା ଏହି କନ୍‌ସର୍ଟ ରବିବାର ସକାଳ ୫ଟା ୩୦ ଏବଂ ସନ୍ଧ୍ୟା ୮ଟାରେ ରିପିଟ୍‌ ଟେଲିକାଷ୍ଟ ହେବ। ଏହାବ୍ୟତୀତ ସୋନୀ ପିକ୍ସ, ଏଏକ୍ସଏନ୍‌ ଏବଂ ସୋନୀ ଲାଇଭ୍‌ରେ ମଧ୍ୟ ସନ୍ଧ୍ୟା ୮ଟାରୁ ୧୦ଟା ମଧ୍ୟରେ ଦେଖିହେବ। ଭିଏଚ୍‌୧ ଇଣ୍ଡିଆ, କମେଡି ସେଣ୍ଟ୍ରାଲ ଇଣ୍ଡିଆ, କଲର୍ସ ଇନ୍‌ଫିନିଟି ଏବଂ ଭୁଟ୍‌ରେ ରବିବାର ସକାଳ ୫ଟା ୩୦ ଏବଂ ସନ୍ଧ୍ୟା ୮ଟାରେ ଦର୍ଶକ ଏହି ଶୋ’ ଦେଖିପାରିବେ। ସେହିଭଳି ଡବ୍ଲ୍ୟଏଚ୍‌ଓର ୟୁଟ୍ୟୁବ୍‌ ସାଇଟ୍‌ରେ ମଧ୍ୟ ଏହି ସ୍ପେଶାଲ କନ୍‌ସର୍ଟ ଦେଖିହେବ। ଭାରତରୁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ବଲିଉଡ୍‌ କିଙ୍ଗ୍‌ ଖାନ୍‌ ଶାହରୁଖ୍‌ ଖାନ୍‌ଙ୍କୁ ଏଥିରେ ଦେଖିବାକୁ ମିଳିଥିବା ବେଳେ ‘ରୋଲିଂ ଷ୍ଟୋନ୍‌ସ’ର ସମସ୍ତ ୪ଜଣ ସଦସ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ। ସମଗ୍ର ବିଶ୍ୱରେ କରୋନା ମୁକାବିଲାରେ ସାମିଲ ହୋଇଥିବା ଆଗଧାଡ଼ିର ସ୍ବାସ୍ଥ୍ୟକର୍ମୀଙ୍କୁ ଏହି କନ୍‌ସର୍ଟ ମାଧ୍ୟମରେ କୃତଜ୍ଞତା ଦିଆଯିବା ସହ ଏଥିରୁ ସଂଗୃହୀତ ଅର୍ଥକୁ ଡବ୍ଲ୍ୟୁଏଚ୍‌ଓର କୋଭିଡ୍‌-୧୯ ସଲିଡାରିଟି ରେସ୍‌ପନ୍ସ ଫଣ୍ଡ୍‌କୁ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭାରୁ ଆସିଲା ସାଂଘାତିକ ଚିତ୍ର, ପୁଣି ବଢ଼ିଲା ଡ୍ରପ୍‌ ଆଉଟ୍‌, ୧୨.୮%ରୁ ବଢ଼ି…

ଭୁବନେଶ୍ୱର,୨୦ା୨: ଡ୍ରପ୍‌ ଆଉଟକୁ ନେଇ ବିଧାନସଭାରୁ ଆସିଛି ସାଂଘାତିକ ଚିତ୍ର। ପୁଣି ବଢ଼ିଛି ଡ୍ରପ୍‌ ଆଉଟ୍‌। ଏହା ୧୨.୮%ରୁ ବଢ଼ି ୧୫%ରେ ପହଞ୍ଚିଛି। ୨୦୨୪-୨୫ ଶିକ୍ଷାବର୍ଷରେ ୯ମ…

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

Holi 2026: ମାର୍ଚ୍ଚ ୩ ନା ୪, ଏ ବର୍ଷ କେବେ ଖେଳିବେ ହୋଲି? ଜ୍ୟୋତିଷ କହିଦେଲେ…

ପ୍ରତିବର୍ଷ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ରାତିରେ ହୋଲିକା ଦହନ କରାଯାଏ। ହୋଲିକା ଦହନ ପର୍ୱକୁ ମିଥ୍ୟା ଉପରେ ସତ୍ୟର ବିଜୟର ପ୍ରତୀକ ଭାବରେ ବିବେଚନା କରାଯାଏ।…

ଖୁବଶୀଘ୍ର ଭାରତ ଆସିବେ ଟ୍ରମ୍ପ! ଏହା ପୂର୍ବରୁ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୨: ଭାରତ ଆମେରିକା ନେତୃତ୍ୱାଧୀନ ପାକ୍ସ ସିଲିକା ପଦକ୍ଷେପରେ ସାମିଲ ହୋଇଛି। ନୂଆଦିଲ୍ଲୀରେ ପାକ୍ସ ସିଲିକା ଘୋଷଣାପତ୍ର ସ୍ବାକ୍ଷର ସମାରୋହରେ ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

ରୁଟି କେଉଁଠୁ ଆସିଥିଲା? ଭାରତ ସହ କ’ଣ ରହିଛି ଲିଙ୍କ୍‌…

ରୁଟି ହେଉଛି ମଣିଷଜାତିର ସବୁଠାରୁ ପୁରୁଣା ଖାଦ୍ୟ ମଧ୍ୟରୁ ଗୋଟିଏ। ଏହା ସଭ୍ୟତାର ଉତ୍ଥାନ ସହିତ ଗଭୀର ଭାବରେ ଜଡିତ। ଆଜି ରୁଟିକୁ ଭାରତୀୟ ଖାଦ୍ୟର ଏକ…

କଣାସରେ ପଶିଲା ଗୋଠଛଡ଼ା ହାତୀ

କଣାସ,୨୦ା୨(ବିଭୂତି ଭୂଷଣ ତ୍ରିପାଠୀ): ପ୍ରତ୍ୟେକ ବର୍ଷ ଧାନ ଫସଲ ଖାଇବା ପାଇଁ ବରୁଣେଇ ଜଙ୍ଗଲରୁ ହାତୀମାନେ କଣାସ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଆସି ବ୍ୟାପକ ଫସଲ କ୍ଷତିଗ୍ରସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri