‘ୱାନ୍‌ ୱାର୍ଲଡ୍‌: ଟୁଗେଦର୍‌ ଆଟ୍‌ ହୋମ୍‌’

ଭୁବନେଶ୍ୱର, ୧୯।୪(ବ୍ୟୁରୋ): କରୋନା ସଂକ୍ରମଣ ଲଢ଼େଇରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଉତ୍ସାହିତ କରିବା ଏବଂ ବିଶ୍ୱବାସୀଙ୍କୁ ଘରେ ରହିବା ଲାଗି ସଚେତନ କରିବା ପାଇଁ ଆୟୋଜିତ ହୋଇଛି ବିଶ୍ୱର ସର୍ବବୃହତ୍‌ ଭର୍ଚୁଆଲ୍‌ କନ୍‌ସର୍ଟ ‘ୱାନ୍‌ ୱାର୍ଲଡ: ଟୁଗେଦର୍‌ ଆଟ୍‌ ହୋମ୍‌’। ଗ୍ଲୋବାଲ୍‌ ସିଟିଜେନ୍‌ ମୁଭ୍‌ମେଣ୍ଟ ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟଏଚ୍‌ଓ) ଦ୍ୱାରା କରାଯାଇଥିବା ଏହି କନ୍‌ସର୍ଟରେ ବିଶ୍ୱର ଖ୍ୟାତନାମା କଳାକାର ଓ କଣ୍ଠଶିଳ୍ପୀମାନେ ସାମିଲ ହୋଇଛନ୍ତି। ପପ୍‌ କୁଇନ୍‌ ଲେଡି ଗାଗାଙ୍କ ଉଦ୍ୟମରେ ହୋଇଥିବା ଏହି ‘ୱାନ୍‌ ୱାର୍ଲଡ: ଟୁଗେଦର୍‌ ଆଟ୍‌ ହୋମ୍‌’କୁ ଷ୍ଟିଫେନ୍‌ କୋଲବର୍ଟ, ଜିମ୍ମି କିମେଲ ଓ ଜିମ୍ମି ଫାଲୋନ୍‌ଙ୍କ ଭଳି ବହୁଚର୍ଚ୍ଚତ ଆମେରିକାନ୍‌ ଟେଲିଭିଜନ୍‌ ଷ୍ଟାର୍‌ମାନେ ହୋଷ୍ଟ୍‌ କରିଛନ୍ତି। ଏଲ୍‌ଟନ୍‌ ଜନ୍‌, ଟେଲର ସ୍ବିଫ୍ଟ, ବିଲି ଏଲିଶ, ପଲ୍‌ ମାକ୍‌କାର୍ଟନୀ, ସେଲିନ ଡିଅନ୍‌, ଜନ୍‌ ଲିଜେଣ୍ଡ ଏବଂ ଓଫ୍ରା ୱିନ୍‌ଫ୍ରିଙ୍କ ଭଳି ବହୁ ବ୍ୟକ୍ତିତ୍ୱଙ୍କୁ ଏଥିରେ ଦେଖିବାକୁ ମିଳିଛି।

ଶନିବାର ବୁକ୍‌ ମାଇଁ ଶୋ’ରେ ଲାଇଭ୍‌ ଷ୍ଟ୍ରିମିଂ ହୋଇଥିବା ଏହି କନ୍‌ସର୍ଟ ରବିବାର ସକାଳ ୫ଟା ୩୦ ଏବଂ ସନ୍ଧ୍ୟା ୮ଟାରେ ରିପିଟ୍‌ ଟେଲିକାଷ୍ଟ ହେବ। ଏହାବ୍ୟତୀତ ସୋନୀ ପିକ୍ସ, ଏଏକ୍ସଏନ୍‌ ଏବଂ ସୋନୀ ଲାଇଭ୍‌ରେ ମଧ୍ୟ ସନ୍ଧ୍ୟା ୮ଟାରୁ ୧୦ଟା ମଧ୍ୟରେ ଦେଖିହେବ। ଭିଏଚ୍‌୧ ଇଣ୍ଡିଆ, କମେଡି ସେଣ୍ଟ୍ରାଲ ଇଣ୍ଡିଆ, କଲର୍ସ ଇନ୍‌ଫିନିଟି ଏବଂ ଭୁଟ୍‌ରେ ରବିବାର ସକାଳ ୫ଟା ୩୦ ଏବଂ ସନ୍ଧ୍ୟା ୮ଟାରେ ଦର୍ଶକ ଏହି ଶୋ’ ଦେଖିପାରିବେ। ସେହିଭଳି ଡବ୍ଲ୍ୟଏଚ୍‌ଓର ୟୁଟ୍ୟୁବ୍‌ ସାଇଟ୍‌ରେ ମଧ୍ୟ ଏହି ସ୍ପେଶାଲ କନ୍‌ସର୍ଟ ଦେଖିହେବ। ଭାରତରୁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ବଲିଉଡ୍‌ କିଙ୍ଗ୍‌ ଖାନ୍‌ ଶାହରୁଖ୍‌ ଖାନ୍‌ଙ୍କୁ ଏଥିରେ ଦେଖିବାକୁ ମିଳିଥିବା ବେଳେ ‘ରୋଲିଂ ଷ୍ଟୋନ୍‌ସ’ର ସମସ୍ତ ୪ଜଣ ସଦସ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ। ସମଗ୍ର ବିଶ୍ୱରେ କରୋନା ମୁକାବିଲାରେ ସାମିଲ ହୋଇଥିବା ଆଗଧାଡ଼ିର ସ୍ବାସ୍ଥ୍ୟକର୍ମୀଙ୍କୁ ଏହି କନ୍‌ସର୍ଟ ମାଧ୍ୟମରେ କୃତଜ୍ଞତା ଦିଆଯିବା ସହ ଏଥିରୁ ସଂଗୃହୀତ ଅର୍ଥକୁ ଡବ୍ଲ୍ୟୁଏଚ୍‌ଓର କୋଭିଡ୍‌-୧୯ ସଲିଡାରିଟି ରେସ୍‌ପନ୍ସ ଫଣ୍ଡ୍‌କୁ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri