Posted inରାଜ୍ୟ

୯ ଖଣି ନିଲାମ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର,୨୦ା୧୦(ବ୍ୟୁରୋ)- ରାଜ୍ୟର ୯ଟି ଖଣି ନିଲାମୀ ପାଇଁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ୭ ଲୁହାପଥର, ଗୋଟିଏ ମାଙ୍ଗାନିଜ୍‌ ଏବଂ ଗୋଟିଏ ଲୁହା ପଥର ଓ ମାଙ୍ଗାନିଜ ମିଶ୍ରିତ ଖଣି ରହିଛି। ସେହି ଖଣିଗୁଡିକ ହେଲା-ପୁରହେଇବାହାଲ, ଚାନ୍ଦିପୋଷୀ, ରେଙ୍ଗାଲବରହା ଉତ୍ତର-ପୂର୍ବ, ଗନ୍ଧଳପଦା, ନେତ୍ରବନ୍ଧ ପାହାଡ(ପଶ୍ଚିମ), ଧୋଲତା ପାହାଡ, ଜୁମ୍‌କା ପାଥ୍ରିପୋଷୀର ଲୁହାପଥର ଖଣି। ସେହିପରି କାଳିମାଟି ମାଙ୍ଗାନିଜ ଖଣି ଏବଂ ଉଞ୍ଚାବାଲି ଲୁହାପଥର ଓ ମାଙ୍ଗାନିଜ୍‌ ଖଣି ନିଲାମୀ ହେବ। ପ୍ରତ୍ୟେକ ଖଣିର ଟେଣ୍ଡର ଦେୟ ୫ ଲକ୍ଷ ଟଙ୍କା ରହିଛି। ୱେବସାଇଟ୍‌ ଜରିଆରେ ଇ-ଅକ୍ସନ ପ୍ରକ୍ରିୟା ଦ୍ୱାରା ହେବାକୁ ଥିବା ଟେଣ୍ଡର କ୍ରୟର ଶେଷ ତାରିଖ ଚଳିତ ନଭେମ୍ବର ୨୯ ପର୍ଯ୍ୟନ୍ତ ରଖାଯାଇଛି। ସେହିପରି ନିଲାମୀ ସମ୍ପର୍କିତ ବିଡ୍‌(ପ୍ରକ୍ରିୟା) ଡିସେମ୍ବର ୪ ଯାଏ ରଖାଯାଇଛି। ଚଳିତ ମାସରେ ୧୫ ଦିନ ମଧ୍ୟରେ ତୃତୀୟ ଥର ପାଇଁ ନିଲାମ ପ୍ରକ୍ରିୟା ଲାଗି ଆବେଦନ ଆହ୍ବାନ କରାଯାଇଛି। ଚଳିତ ମାସ ୪ ଏବଂ ୧୪ରେ ଖଣି ନିଲାମୀ ନେଇ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୋଗ ରଖୁନି ପୋଲିସ: ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ କଲେଜ ଛାତ୍ର

ବାରିପଦା ଅଫିସ/କୁଆମରା,୨୨ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର ଦେବାଶିଷ ମହନ୍ତଙ୍କ ସହିତ କଲେଜ କର୍ତ୍ତୃପକ୍ଷଙ୍କ...

ଆଇପ୍ୟାଡ୍‌ରେ ଓଡ଼ିଶା ବଜେଟ: ବ୍ୟୟ ଅଟକଳ ୧.୫ ଲକ୍ଷ କୋଟି, ଜାଣନ୍ତୁ ପୂରା ଅପ୍‌ଡେଟ୍‌

ଭୁବନେଶ୍ୱର,୧୮।୨(ବ୍ୟୁରୋ): ୨୦୨୦-୨୧ ଆର୍ଥିକବର୍ଷ ପାଇଁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ବଜେଟ ଉପସ୍ଥାପନ କରୁଛନ୍ତି। ଚଳିତ ବଜେଟକୁ ବିନା କାଗଜପତ୍ରରେ କରାଯାଉଥିବା ବେଳେ ଆଇପ୍ୟାଡ୍‌...

ବିକ୍ରି ହେଉନି ବନଜାତ ଦ୍ରବ୍ୟ

କୁଆମରା,୬ା୫(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଞ୍ଚଳରେ ବନଜାତ ଦ୍ରବ୍ୟର ଅଭାବୀ ବିକ୍ରି ସମସ୍ୟା ଦେଖାଦେଇଛି। ଫଳରେ ଏଠାକାର ଆଦିବାସୀମାନେ ଶୋଷଣର ଶିକାର ହେଉଛନ୍ତି।...

ପାଣି ଯୋଗୁ ଚାଷକାମ ବାଧାପ୍ରାପ୍ତ

ପଟ୍ଟାମୁଣ୍ଡାଇ୨୯ା୬(ସ୍ବ.ପ୍ର.): ଚଳିତ ଖରିଫ ଚାଷ ସମୟ ହୋଇଯାଇଛି। ହେଲେ ପାଣି ବିନା ଚାଷକାମ ବିଳମ୍ବ ହୋଇଛି। ଅକ୍ଷୟତୃତୀୟାଠାରୁ ଖରିଫ ଧାନଚାଷ ଆରମ୍ଭ ହୋଇଥାଏ। ଚଳିତବର୍ଷ ମଧ୍ୟ...

୧୬୦ ନମୁନାରୁ ନେଗେଟିଭ ଆସିଛି ୧୯

ସୁନାବେଡ଼ା,୧୬ା୪: କୋରାପୁଟ ଜିଲାରୁ ଏଯାବତ୍‌ ଜଣେ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇନାହାନ୍ତି। ଏହାସତ୍ତ୍ୱେ ଜିଲା ପ୍ରଶାସନ କୋଭିଡ୍‌-୧୯ ମୁକାବିଲା ପାଇଁ ସଜାଗ ରହିଛି। ଜିଲା...

ସ୍ତ୍ରୀଙ୍କୁ ଭାଉଜ, ଝିଅକୁ ଝିଆରୀ କହୁଥିଲେ ପ୍ରେମିକ: ଧାରଣା ଦେଲେ ଗର୍ଭବତୀ ପ୍ରେମିକା

ପାପଡ଼ାହାଣ୍ଡି,୧୮ା୫(ଡି.ଏନ୍‌.ଏ.): ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ୭ ବର୍ଷ ହେଲା ପ୍ରେମିକାଙ୍କ ସହ ରଖିଥିଲେ ଶାରୀରିକ ସମ୍ପର୍କ। ଏବେ ପ୍ରେମିକା ୭ ମାସର ଗର୍ଭବତୀ ହେବା...

ରାୟଗଡ଼ା ଭୋଟ ଗଣତି କେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ: ହୋ ହଲ୍ଲା କଲେ ଏଜେଣ୍ଟ

ରାୟଗଡ଼ା ଅଫିସ, ୨୩।୫- ସାଧାରଣ ନିର୍ବାଚନ ଫଳାଫଳକୁ ଲୋକେ ଅପେକ୍ଷା କରି ରହିଥିବା ବେଳେ ଏହା ମଧ୍ୟରେ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ତେବେ ରାୟଗଡ଼ା...

ଭୁବନେଶ୍ୱରରେ ପରିସ୍ଥିତି ସଙ୍ଗୀନ: ଦିନକରେ ୭୫ କରୋନା ପଜିଟିଭ, ବଢ଼ୁଛି ଲୋକାଲ କେସ୍‌

ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ରାଜଧାନୀ ଭୁବନେଶ୍ୱରରେ ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଲୋକାଲ କେସ୍‌ ସଂଖ୍ୟା ବଢ଼ୁଛି। ଭୁବନେଶ୍ୱରରୁ ସୋମବାର...

Advertisement
Archives

Model This Week