୯ରେ ଜାତିସଂଘରେ ଆଲୋଚନା

ଜାତିସଂଘ,୮ା୪: ସାରା ବିଶ୍ୱ ଏବେ ମାରାତ୍ମକ କରୋନା ମହାମାରୀ କବଳିତ ହୋଇଥିବାବେଳେ ସ୍ଥିତି ସମ୍ପର୍କରେ ଆଲୋଚନା ଲାଗି ଗୁରୁବାର ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ର ଏକ ବୈଠକ ବସୁଛି। ବିଶ୍ୱବ୍ୟାପୀ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩ ଲକ୍ଷ ୬୩ ହଜାରରେ ପହଞ୍ଚତ୍ଥିବାବେଳେ ୭୬ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଲାଣି। ଏଭଳି ସ୍ଥିତିରେ ଜାତିସଂଘ ସୁରକ୍ଷା ପରିଷଦ ପ୍ରଥମ ଥର ପାଇଁ କରୋନା ଉପରେ ଆଲୋଚନା କରିବାକୁ ଯାଉଛି। ଏପ୍ରିଲ ମାସ ପାଇଁ ପରିଷଦର ଅଧ୍ୟକ୍ଷ ଥିବା ଡୋକିନିକାନ୍‌ ରିପବ୍ଲିକ୍‌ ପକ୍ଷରୁ କୁହାଯାଇଛି, କୋଭିଡ୍‌-୧୯ର ପ୍ରଭାବ ଉପରେ ଭିଡିଓ-ଟେଲିକନ୍‌ଫରେନ୍ସିଂ ଗୁରୁବାର ଅନୁଷ୍ଠିତ ହେବ। ଏଥିରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଭାଗନେଇ ସୁରକ୍ଷା ପରିଷଦକୁ କରୋନା ସଂକ୍ରମଣ ସ୍ଥିତି ସମ୍ପର୍କରେ ଅବଗତ କରାଇବେ। ଚାଇନାରେ ଏହି ଭୂତାଣୁ ସଂକ୍ରମଣ ହେବା ୪ ମାସ ହୋଇଗଲାଣି। ଜାତିସଂଘ ସୁରକ୍ଷା ପରିଷଦରେ ଏନେଇ ଆଲୋଚନା କରିବାକୁ ଉଦ୍ୟମ ହୋଇଥିଲେ ହେଁ ଦୁଇ ଭିଟୋ କ୍ଷମତାସମ୍ପନ୍ନ ରାଷ୍ଟ୍ର ଆମେରିକା ଓ ଚାଇନା ମଧ୍ୟରେ ମତଭେଦ କାରଣରୁ ତାହା ହୋଇପାରି ନାହିଁ। ୯ ତାରିଖ ବୈଠକରେ କରୋନା ମୁକାବିଲା ଲାଗି ଜାତିସଂଘ ସୁରକ୍ଷା ପରିଷଦରେ ମିଳିତ ଘୋଷଣାନାମା କିମ୍ବା ସଂକଳ୍ପ ଆଣିବା ନିମନ୍ତେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ କରୋନା ମହାମାରୀର ମୁକାବିଲା ନିମନ୍ତେ ଅନ୍ତର୍ଜାତୀୟ ସହଯୋଗ ବୃଦ୍ଧି ଲାଗି ଗତ ସପ୍ତାହରେ ଜାତିସଂଘ ସାଧାରଣ ସଭାରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତଳମୁହାଁ ଅର୍ଥନୀତି, ଘରମୁହାଁ ପ୍ରବାସୀ

ନୂଆଦିଲ୍ଲୀ/ମୁମ୍ବାଇ,୧୨ା୪: କରୋନା ଭୂତାଣୁର ଦ୍ୱିତୀୟ ଲହର ପ୍ରଥମଠାରୁ ଆହୁରି ଘାତକ ହେବ ବୋଲି ଆଶଙ୍କା କରାଯାଉଥିବାବେଳେ ଭାରତର ଟିକାକରଣ ହାର ଅନ୍ତର୍ଜାତୀୟ ସ୍ତରରେ ପଛରେ ପଡ଼ିଯାଇଛି।...

କଣ୍ଟାକ୍ଟ ଲେନ୍ସ୍‌ରେ ଜିପିଏସ୍‌: ହାର୍ଟ ବିଟ୍‌ ହେବ ଦେଖି

କାଲିଫର୍ନିଆ, ୧୯।୧: ଆଧୁନିକ ବିଜ୍ଞାନ ସହାୟତାରେ ଅସମ୍ଭବ କାମ ମଧ୍ୟ ସମ୍ଭବ ହୋଇପାରୁଛି। ସମ୍ପ୍ରତି ଆମେରିକା କାଲିଫର୍ନିଆର ଷ୍ଟାର୍ଟଅପ୍‌ ମୋଜୋ ଭିଜନ ପକ୍ଷରୁ ଏକ ପ୍ରକାର...

ହଟାଗଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋମା: ୩୫୦୦ ଲୋକ ହେଲେ ସ୍ଥାନାନ୍ତର

ରୋମ୍‌,୩।୨: ଇଟାଲୀର ଭେନିସ୍‌ରେ ଏକ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋମାକୁ ହଟାଯାଇଛି। ଏଥିପାଇଁ ୩୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବୋମାକୁ ନିଷ୍କ୍ରିୟ କରି...

ଦୃଷ୍ଟିଶକ୍ତି ହରାଇଲେଣି ୧୪ ଜଣ

ନୂଆଦିଲ୍ଲୀ/ସୁରଟ, ୮।୫: କରୋନା ମହାମାରୀରୁ ଆରୋଗ୍ୟ ହେବା ପରେ ସଂକ୍ରମିତଙ୍କଠାରେ ବ୍ଲାକ୍‌ ଫଙ୍ଗସ୍‌ ବା ମୁକୋରମାଇକୋସିସ୍‌ ଭଳି ମାରାତ୍ମକ ରୋଗର ଲକ୍ଷଣ ଦେଖିବାକୁ ମିଳିଛି। ଦିଲ୍ଲୀ...

CORONAVIRUS BREAKING: ଆଉ ୧୦ ନୂଆ ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୬୨କୁ ବୃଦ୍ଧି

ଭୁବନେଶ୍ୱର,୧୦।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇଛି। ରବିବାର ଅପରାହ୍ନରେ ଆଉ ୧୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଣୁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...

୧୮ ଅଗଷ୍ଟରେ ଗିଲ୍‌ଗିଟ୍‌-ବଲ୍ଟିସ୍ତାନରେ ନିର୍ବାଚନ କରିବ ପାକିସ୍ତାନ: ଭାରତ କଲା ବିରୋଧ

ଇସଲାମାବାଦ୍‌, ୨୮।୬: ପାକିସ୍ତାନ ଭାରତକୁ ହଇରାଣ କରିବା ଲାଗି ଷଡ଼ଯନ୍ତ୍ର କରୁଛି। ପାକିସ୍ତାନ ପକ୍ଷରୁ ୧୮ ଅଗଷ୍ଟରେ ଗିଲ୍‌ଗିଟ୍‌-ବଲ୍ଟିସ୍ତାନରେ ନିର୍ବାଚନ କରିବା ଲାଗି ଘୋଷଣା କରାଯାଇଛି।...

କରୋନା ରୋଗୀଙ୍କୁ ସୁସ୍ଥ କରିବ କଙ୍କଡ଼ା ରକ୍ତ: ୧ ଲିଟରର ଦାମ ୧୧ ଲକ୍ଷ!

ଓ୍ବାଶିଂଟନ,୧୦।୭: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ଏଥିରୁ ମୁକ୍ତି ପାଇବାକୁ ସମସ୍ତ ବିକାଶଶୀଳ ଦେଶ ପ୍ରୟାସ ଜାରି ରଖିଛନ୍ତି। ପ୍ରଥମେ...

ଲକ୍‌ଡାଉନ ପୂର୍ବରୁ ମୁମ୍ବାଇ ବଜାରରେ ଲୋକଙ୍କ ପ୍ରବଳ ଭିଡ଼

ମୁମ୍ବାଇ,୯।୪: କରୋନା ଭାଇରସ୍‌ ସଙ୍କଟ ବୃଦ୍ଧି ପାଇବା ପରେ ଦେଶରେ ପୁଣି ଥରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ନାଇଟ କର୍ଫ୍ୟୁ...

Advertisement


Archives

Model This Week

Why Dharitri