୮.୫ ଟ୍ରିଲିୟନ ଡଲାର କ୍ଷତି ସହିବ ବିଶ୍ୱ

ନୂଆଦିଲ୍ଲୀ,୭।୬: କରୋନା ମହାମାରୀ ଲାଗି ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ଆଗାମୀ ୨ ବର୍ଷରେ ବିଶ୍ୱ ଅର୍ଥ ବ୍ୟବସ୍ଥା ପ୍ରାୟ ୮.୫ ଟ୍ରିଲିୟନ ଡଲାର କ୍ଷତି ସହିବ ବୋଲି ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ବ୍ୟାପାର ବିଭାଗ ରିପୋର୍ଟ ପ୍ରକାଶ କରିଛି। କୋଭିଡ୍‌-୧୯ ଯୋଗୁ ୩୪ ନିୟୁତ ଲୋକ ଉତ୍କଟ ଦାରିଦ୍ର୍ୟକୁ ଠେଲି ହୋଇଯିବେ। ବର୍ତ୍ତମାନ କରୋନାରେ ୬.୬ ନିୟୁତ ଲୋକ ଆକ୍ରାନ୍ତ ହୋଇଛନ୍ତି। ୩.୯ ଲକ୍ଷ ଲୋକଙ୍କ ଜୀବନ ଏହାଦ୍ୱାରା ଚାଲିଯାଇଛି। ସମସ୍ୟାରୁ ବାହାରକୁ ବାହାରିବା ଲାଗି ଅର୍ଥ ବ୍ୟବସ୍ଥାଗୁଡିକ ଉଦ୍ୟମ ଜାରି ରଖିଛନ୍ତି। କେଉଁ କ୍ଷେତ୍ରକୁ କ୍ଷତି କ’ଣ ରହିଛି ସେ ଉପରେ ନଜର ପକାଇଲେ…

ତୈଳ କ୍ଷେତ୍ର
କରୋନା ଯୋଗୁ ବିଶ୍ୱର ଦୁଇ ତୃତୀୟାଂଶ ସ୍ଥାନ ତାଲାବନ୍ଦ ହୋଇଗଲା। ସବୁ କାମ ଠପ୍‌ ହୋଇଯିବା ଯୋଗୁ ତେଲ ଚାହିଦା ଉପରେ ଏହାର ପ୍ରଭାବ ପଡିଛି। ଅଶୋଧିତ ତେଲ ଉତ୍ପାଦନ ଦୈନିକ ଉତ୍ପାଦନ ୩୦ ନିୟୁତ ବ୍ୟାରେଲ ହ୍ରାସ ଘଟିଛି। ଏପ୍ରିଲ ୨୦୨୦ରେ ଆମେରିକାର ଅଶୋଧିତ ତେଳ ଦର ଐତିହାସିକ ନିମ୍ନ ସ୍ତରକୁ ଖସିଛି। ଏହି ସମୟରେ ବ୍ୟାରେଲ ପିଛା ଦର ଋଣାତ୍ମକ ୩୭ ଡଲାରକୁ ଖସିଥିଲା। ଲକ୍‌ଡାଉନ ଉଠିବା ପରେ ଏହି ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଚାହିଦା ପୂର୍ବ ସ୍ଥିତିକୁ ଫେରିନାହିଁ। ଚଳିତ ବର୍ଷ ଶେଷ ସୁଦ୍ଧା ତେଲ ଦର ବ୍ୟାରେଲ ପିଛା ୪୦ ଡଲାର ଛୁଇଁପାରେ। ଲକ୍‌ଡାଉନ ନ ବଢିଲେ ସ୍ଥିତିରେ ଉନ୍ନତି ଆସିବ।

ଅଟୋମୋବାଇଲ
କରୋନା ମହାମାରୀ ବିଶ୍ୱର ଅଟୋମୋବାଇଲ ବଜାରକୁ ପୂରା କ୍ଷତିଗ୍ରସ୍ତ କରିଛି। ପୂର୍ବରୁ ଏଭଳି କେବେ ଦେଖାଯାଇ ନ ଥିଲା। ୨୦୨୦ରେ ସାରା ବିଶ୍ୱର ଅଟୋମୋବାଇଲ ବଜାରର ବିକ୍ରି ୨୦% ଖସିବ। ଭାରତରେ ମଧ୍ୟ କମ୍ପାନୀଗୁଡିକ ଗତ ୨ ମାସ ହେବ ପୂରା କ୍ଷତି ସହି ଆସୁଛନ୍ତି। ମାନୁଫାକଚରିଂ ୟୁନିଟକୁ ପୂରା କ୍ଷମତାରେ ଚଳାଇବା ଲାଗି ସମୟ ଲାଗିବ।

ବିମାନ ଚଳାଚଳ
କରୋନା ନ ବ୍ୟାପିବା ଲାଗି ବିମାନ ଚଳାଚଳ ଉପରେ କଟକଣା ଲଗାଯାଇଥିଲା। ଏପ୍ରିଲ ମାସରେ ପାସେଞ୍ଜର ଟ୍ରାଫିକ ୯୪% ଖସିଛି। ବିଭିନ୍ନ ରିହାତି ପ୍ୟାକେଜ ଦେବା ଲାଗି ସାରା ବିଶ୍ୱରେ ବିମାନ କମ୍ପାନୀଗୁଡିକ ଦାବି ଉଠାଉଛନ୍ତି। ପ୍ରମୁଖ ବିମାନ ପ୍ରସ୍ତୁତକାରୀ କମ୍ପାନୀ ବୋଇଂ, ଏୟାରବସ୍‌ ଭଳି କମ୍ପାନୀଗୁଡିକର ଚାପ ଏବେ ବଢ଼ିଯାଇଛି। ଯଦି କୌଣସି ସରକାରୀ ସହାୟତା ନ ମିଳେ ତେବେ ସମସ୍ୟା ବଢ଼ିଯିବ ବୋଲି କମ୍ପାନୀଗୁଡିକ କହିଛନ୍ତି। ବିଭିନ୍ନ ଦେଶରେ ଘରୋଇ ଉଡାଣକୁ ବର୍ତ୍ତମାନ ଅନୁମତି ମିଳିଛି। ଜୁନ୍‌ ମଧ୍ୟଭାଗ କିମ୍ବା ଆଗକୁ ଆଉ କିଛିଦିନ ପରେ ଅନ୍ତର୍ଜାତୀୟ ଉଡ଼ାଣକୁ ଅନୁମତି ମିଳିପାରେ। ମାତ୍ର ଲୋକଙ୍କ ମନରେ ଭୟ ରହିଥିବାରୁ ଏହି କ୍ଷେତ୍ରରେ ଚାପରେ ରହିବ ବୋଲି ଜଣାପଡିଛି।

ପର୍ଯ୍ୟଟନ
ଚଳିତ ବର୍ଷ ଅନ୍ତର୍ଜାତୀୟ ପର୍ଯ୍ୟଟନ କାର୍ଯ୍ୟକଳାପ ୬୦ରୁ ୮୦% ହ୍ରାସ ହେବ। ଏହି କ୍ଷେତ୍ରକୁ ୧ ଲକ୍ଷ କୋଟି ଡଲାର କ୍ଷତି ସହିବାକୁ ପଡିବ ବୋଲି ଆକଳନ କରାଯାଇଛି। ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭର କରୁଥିବା ଦେଶଗୁଡିକ ଏହାଦ୍ୱାରା ଗଭୀର କ୍ଷତି ସହିଛନ୍ତି। ଏହି ସ୍ଥିତି ଶୀଘ୍ର ଠିକ୍‌ ହେବ ବୋଲି କହିହେବ ନାହିଁ। ଏହି କ୍ଷେତ୍ରରେ ୧୦୦ ନିୟୁତ ନିଯୁକ୍ତି ଉପରେ ବର୍ତ୍ତମାନ କଳାବାଦଲ ରହିଛି।

ବିଳାସପୂର୍ଣ୍ଣ ସାମଗ୍ରୀ
ଗତ ୨ମାସରେ ବିଳାସପୂର୍ଣ୍ଣ ସାମଗ୍ରୀ ବିକ୍ରି ୮୦% ଖସିଛି। ଇ-କମର୍ସ ପ୍ଲାଟ୍‌ଫର୍ମଗୁଡିକ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ିଦେଲେ ଅନ୍ୟ ସାମଗ୍ରୀ ପହଞ୍ଚାଇବାକୁ ସକ୍ଷମ ହୋଇ ନ ଥିବାରୁ ବିଭିନ୍ନ ସମସ୍ୟା ଉପୁଜିଛି। ବିଶ୍ୱର ୪୦% ଲକ୍‌ଜରି ଗୁଡ୍‌ସ ପ୍ରାୟ ଇଟାଲୀରେ ପ୍ରସ୍ତୁତ ହୋଇଥାଏ। ବର୍ତ୍ତମାନ ଏହି ଦେଶର କରୋନା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି। ଫ୍ୟାଶନ ବ୍ରାଣ୍ଡଗୁଡିକ ସେମାନଙ୍କ ମାନୁଫାକଚରିଂ କାର୍ଯ୍ୟକଳାପ ଠିକ୍‌ କରିପାରି ନାହାନ୍ତି। ବିଭିନ୍ନ ଦେଶରେ ଆର୍ଥତ୍କ କାର୍ଯ୍ୟକଳାପ ଟ୍ରାକ୍‌କୁ ଫେରୁଥିବା ବେଳେ ସ୍ଥିତି କେବେ ସମ୍ପୂର୍ଣ୍ଣ ସୁଧୁରିବ ସେ ନେଇ କହିହେବ ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri