Posted inଫୁରସତ

୮ ବର୍ଷ ପରେ ବିବାହ ମେସେଜର ଉତ୍ତର ଦେଲେ ଯୁବକ: କହିଲେ ଫୋନ୍‌ ଅପଡେଟ୍‌ ହେଉଥିଲା

ଅଷ୍ଟ୍ରେଲିଆର ୩୬ ବର୍ଷୀୟା ମହିଳା ଜେନିଫର ସେଲି ଏବେ ସୋସିଆଲ ମିଡିଆରେ ଏକ ସ୍କ୍ରିନ୍‌ ସଟ୍‌ ଶେୟାର କରିଛନ୍ତି। ଯାହା ଭାଇରାଲ ହେବାରେ ଲାଗିଛି। ଏହି ସ୍କ୍ରିନ ସଟ୍‌ ସହ ମହିଳା ଜଣକ ବେଶ୍‌ ଖୁସିଥିବା ଦର୍ଶାଇଛନ୍ତି। ଜେନିଫର ତାଙ୍କ ପୂରୁଣା ପ୍ରେମିକଙ୍କ ସହ କଥା ହୋଇଥିବା ମାତ୍ର ୩ ଲାଇନର ଏକ ମେସେଜର ସ୍କ୍ରିନ୍‌ ସଟ୍‌ ଶେୟାର କରିଛନ୍ତି। ଜେନିଫର ତାଙ୍କ ପୁରୁଷବନ୍ଧୁଙ୍କୁ ଯେଉଁ ମେସେଜ କରିଥିଲେ ତାହାର ଯବାବ ତାଙ୍କୁ ପ୍ରାୟ ୮ ବର୍ଷ ୭ମାସ ପରେ ମିଳିଛି ବୋଲି ସେ କହିଛନ୍ତି। ନିକଟରେ ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି, ତାଙ୍କ ପୁରୁଷବନ୍ଧୁ ଥୋମାସଙ୍କ ସହ ସେ ଏକାଠି ରହୁଥିଲେ। ସବୁକିଛି ଠିକ୍‌ଠାକ୍‌ ଥିଲା। ଉଭୟ ବିବାହ କରିବାକୁ ସ୍ଥିର କରିଥିଲେ। ହେଲେ ଥୋମାସଙ୍କ ଘରଲୋକ ଦୂରରେ ରହୁଥିବାରୁ ଜେନିଫର କେବେ ସେମାନଙ୍କ ସହ କଥା ହୋଇ ନ ଥିଲେ। ଆଉ ଏକଥା ଘର ଲୋକଙ୍କୁ ଜଣାଇବା ପରେ ଥୋମାସ ବିବାହ କରିବାକୁ କହି ହଠାତ୍‌ ନିଖୋଜ ହୋଇ ଯାଇଥିଲେ। ବହୁ ଖୋଜାଖୋଜି ପରେ ଜେନିଫର ତାଙ୍କୁ ନ ପାଇ ହତାସ ହୋଇଯାଇଥିବା କହିଛନ୍ତି। ହଠାତ୍‌ ଦିନେ ଜେନିଫର ତାଙ୍କ ବିବାହକୁ ନେଇ ଥୋମାସଙ୍କୁ ମେସେଜ୍‌ କରିଥିଲେ ହେଲେ ସେ ତା’ର କୌଣସି ଉତ୍ତର ଦେଇ ନ ଥିଲେ। ଏବେ ହଠାତ୍‌ ଦିନେ ଏହାର ଉତ୍ତର ମିଳିବାରୁ ଜେନିଫର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଆଉ କାହିଁକି ଥୋମାସ ଏତେଦିନ ଚୁପ୍‌ ଥିଲେ ବୋଲି ଜେନିଫର ପଚାରିବାରୁ ସେ କହିଛନ୍ତି ମୋର ଫୋନ୍‌ ଅପ୍‌ ଡେଟ୍‌ ହେଉଥିଲା ସେଥିପାଇଁ ଉତ୍ତର ଦେଇପାରି ନ ଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri