Posted inଖେଳ

୭ ବର୍ଷ ପରେ ଶ୍ରୀସନ୍ଥଙ୍କୁ ପ୍ରତ୍ୟାବର୍ତ୍ତନ ସୁଯୋଗ

ଥିରୁଭାନନ୍ତପୁରମ,୧୮।୬: ଭାରତୀୟ ଦ୍ରୁତ ବୋଲର ଏସ୍‌. ଶ୍ରୀସନ୍ଥ ପୁଣି ଥରେ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ସୃଷ୍ଟି ହୋଇଛି। ଆସନ୍ତା ସେପ୍ଟେମ୍ବରରେ ତାଙ୍କର ୭ ବର୍ଷୀୟା ବାସନ୍ଦ ଅବଧି ଶେଷ ହେବାକୁ ଯାଉଛି। ଫଳରେ କେରଳ କ୍ରିକେଟ ଆସୋସିଏଶନ (କେସିଏ) ଶ୍ରୀସନ୍ଥଙ୍କୁ ରଣଜୀ ଦଳରେ ସାମିଲ କରିବାକୁ ପ୍ରସ୍ତୁତ୍‌ ଅଛି ବୋଲି କହିଛି। ତେବେ ଏଥିପାଇଁ ଫିଟ୍‌ନେସ୍‌ର ପ୍ରମାଣ ଦେବାକୁ ହେବ ବୋଲି ଆସୋସିଏଶନ ତରଫରୁ କୁହାଯାଇଛି। ତାଙ୍କୁ ଫିଟ୍‌ନେସ୍‌ ଟେଷ୍ଟରେ ଉତୀର୍ଣ୍ଣ ହେବାକୁ ପଡିବ ବୋଲି କେରଳ କୋଚ୍‌ ତଥା ପୂର୍ବତନ ଭାରତୀୟ ବୋଲର ଟିନୁ ୟୋହାନନ୍‌ କହିଛନ୍ତି।
ଯଦି ଏହା ହୁଏ ତେବେ ଶ୍ରୀସନ୍ଥ ୨୦୧୩ ପରେ ପ୍ରଥମଥର ପାଇଁ ପ୍ରଥମଶ୍ରେଣୀ କ୍ରିକେଟ ଖେଳିବାର ସୁଯୋଗ ହାସଲ କରିବେ। ୨୦୧୩ ମେ’ରେ ଦିଲ୍ଲୀ ପୋଲିସ ଶ୍ରୀସନ୍ଥଙ୍କ ସମେତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦଳ ରାଜସ୍ଥାନ ରୟାଲ୍ସର ଅନ୍ୟ ଦୁଇଜଣ ସାଥୀ ଖେଳାଳି ଅଜିତ୍‌ ଚାଣ୍ଡିଲା ଓ ଅଙ୍କିତା ଚାଭନଙ୍କୁ ଗିରଫ କରିଥିଲା। ଆଇପିଏଲ୍‌ରେ ସ୍ପଟ୍‌ ଫିକ୍ସିଂ ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଥିଲା। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହି ୩ ଖେଳାଳିଙ୍କୁ ଆଜୀବନ ବାସନ୍ଦ କରିଥିଲା। ଏହା ବିରୋଧରେ ଶ୍ରୀସନ୍ଥ ଏକ ଲମ୍ବା ଆଇନ୍‌ଗତ ଲଢେଇ କରିଥିଲେ ଓ ୨୦୧୫ରେ ତାଙ୍କୁ ଦିଲ୍ଲୀର ଏକ ସ୍ବତନ୍ତ୍ର କୋର୍ଟ ସବୁ ପ୍ରକାର ଅଭିଯୋଗରୁ ମୁକ୍ତ କରିଥିଲେ। ୨୦୧୮ରେ ମଧ୍ୟ କେରଳ ହାଇକୋର୍ଟ ମଧ୍ୟ ବୋର୍ଡର ଏହି ବାସନ୍ଦାଦେଶକୁ ପ୍ରତ୍ୟାହାର କରିନେଇଥିଲା। ଏହାପରେ ଶ୍ରୀସନ୍ଥ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୧୯ରେ ସୁପ୍ରିମକୋର୍ଟ ପୁଣି ଥରେ ବାସନ୍ଦାଦେଶକୁ ଜାରି ରଖିଥିଲେ। କିନ୍ତୁ ବିସିସିଆଇକୁ ଦଣ୍ଡାଦେଶ କମ୍‌ କରିବାକୁ କହିଥିଲେ। ଫଳରେ ବିସିସିଆଇ ଆଜୀବନ ବାସନ୍ଦ ବଦଳରେ ୭ବର୍ଷ ପାଇଁ ତାଙ୍କୁ ବାସନ୍ଦ କରିଥିଲା। ଏବେ ଏହି ବାସନ୍ଦ ଅବଧି ଆସନ୍ତା ସେପ୍ଟେମ୍ବରରେ ଶେଷ ହେବାକୁ ଯାଉଛି।
କେସିଏର ନିଷ୍ପତ୍ତିରେ ଶ୍ରୀସନ୍ଥ ଖୁସି ଜାହିର କରିଛନ୍ତି। ସୁଯୋଗ ଦେଇଥିବାରୁ କେସିଏ ନିକଟରେ ରୁଣୀ। ଏବେ ଫିଟ୍‌ନେସ ପ୍ରମାଣ କରି କ୍ରିକେଟକୁ ଜୋରଦାର ପ୍ରତ୍ୟାବର୍ତ୍ତନ କରିବି। ଏବେ ସବୁ ବିବାଦକୁ ପଛରେ ପକାଇବାର ସମୟ ଆସି ଉପନୀତ ହୋଇଛି ବୋଲି ସେ କହିଛନ୍ତି। ଶ୍ରୀସନ୍ତଙ୍କ ପ୍ରତ୍ୟାବର୍ତ୍ତନରେ କେରଳ ରଣଜୀ ଦଳ ଆହୁରି ଶକ୍ତିଶାଳୀ ହୋଇପାରିବ ବୋଲି କେସିଏ ଅଧ୍ୟକ୍ଷ ସାଜନ କେ ଭର୍ଗୀଜ୍‌ କହିଛନ୍ତି। କୋଚିରେ ରହୁଥିବା ବର୍ଷୀୟ ଶ୍ରୀସନ୍ଥ ଏପର୍ଯ୍ୟନ୍ତ ୨୭ ଟେଷ୍ଟ, ୫୩ ଦିନିକିଆ ଓ ୧୦ଟି ଟି୨୦ ମ୍ୟାଚ୍‌ ଖେଳି ଯଥାକ୍ରମେ ୮୭, ୭୫ ଓ ୭ଟି ଉଇକେଟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦ ଛକା, ୩୧ ଚୌକା ବର୍ଷା କରି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୧୨।୧୨: ଆଜିଠାରୁ ଆରମ୍ଭ ହୋଇଛି ୧୯ ବର୍ଷରୁ କମ ଏସିଆ କପ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଭାରତ ଏବଂ ୟୁଏଇ ମଧ୍ୟରେ ଖେଳାଯାଉଛି। ଦୁବାଇରେ ଖେଳାଯାଇଥିବା...

ସମ୍ପୂର୍ଣ୍ଣ ଟିମ୍‌ ଉପରେ ଭାରି ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ

ଆବୁଧାବି,୧୨।୧୨: ଭାରତୀୟ କିଶୋର ତାରକା ବୈଭବ ସୂର୍ଯ୍ୟବଂଶୀ U19 ଏସିଆ କପରେ UAE ବିପକ୍ଷରେ ୧୭୧ ରନ୍‌ କରି ୨୦୨୫ରେ ତାଙ୍କର ଚମତ୍କାର ଫର୍ମ ଜାରି...

ନିଶାରେ ଉବୁଟୁବୁ ଭାରତୀୟ କ୍ରିକେଟର, ବଡ ଖୁଲାସା କଲେ ଜାଡେଜାଙ୍କ ପତ୍ନୀ

ନୂଆଦିଲ୍ଲୀ,୧୨ା୧୨: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ...

ଭିନେଶ ଫୋଗଟଙ୍କ ବଡ଼ ଘୋଷଣା, ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଲେ….

ନୂଆଦିଲ୍ଲୀ,୧୨।୧୨: ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ଅବସର ଘୋଷଣା କରିଥିବା ବେଳେ ବର୍ତ୍ତମାନ ୟୁ-ଟର୍ଣ୍ଣ କରିଛନ୍ତି...

ଆଜି ଭାରତ ଆସିବେ ଫୁଟବଲ୍‌ ମହାରଥୀ ଲିଓନେଲ୍ ମେସି, ଯୋଗ ଦେବେ ପ୍ରଧାନମନ୍ତ୍ରୀଙ୍କ ସମେତ ଏ ସମସ୍ତ ଷ୍ଟାର

କୋଲକାତା,୧୨ା୧୨: ଫୁଟବଲ୍‌ର ମହାରଥୀ ତଥା ବିଶ୍ୱକପ୍ ବିଜେତା ଅଧିନାୟକ ଲିଓନେଲ ମେସି ଶୁକ୍ରବାର ଭୋର୍ ୧:୩୦ରେ ଭାରତରେ ପହଞ୍ଚିବା ସହ ତାଙ୍କର ତିନି ଦିନିଆ ‘GOAT...

ଚମତ୍କାର କଲେ ବୈଭବ ସୂର୍ଯ୍ୟବଂଶୀ: ୫୬ ବଲ୍‌ରେ କଲେ କମାଲ୍‌, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୧୨।୧୨: ଯୁବ ଭାରତୀୟ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ ଏସିଆ କପ୍‌ର ଉଦଘାଟନୀ ମ୍ୟାଚ୍‌ରେ ୟୁଏଇ ବିପକ୍ଷରେ ଏକ ଜ୍ୱଳନ୍ତ ଶତକ ହାସଲ...

୯ ବଲ୍‌ରେ ହରାଇଲା ୫ ଉଇକେଟ୍‌…ଟିମ୍‌ଇଣ୍ଡିଆ ନାଁରେ ଅଲୋଡା ରେକର୍ଡ

ଚଣ୍ଡିଗଡ଼,୧୨।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରସ୍ଥିତ ମହାରାଜା ଯାଦବୀନ୍ଦ୍ର...

ଲଜ୍ଜାଜନକ ରେକର୍ଡ କଲେ ଅର୍ଶଦୀପ ସିଂ: କୌଣସି ବୋଲର୍‌…

ଚଣ୍ଡିଗଡ଼,୧୧।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରସ୍ଥିତ ମହାରାଜା ଯାଦବିନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri