୭ ବର୍ଷୀୟା ବାଳିକାଙ୍କୁ ବିଏମ୍‌ସିର ସହାୟତା

ଭୁବନେଶ୍ୱର,୨୨।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ପାଣ୍ଠିରୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ୭ବର୍ଷୀୟା ଜଣେ ବାଳିକାଙ୍କୁ ସହାୟତା ପ୍ରଦାନ କରିଛି। ଭିଏସ୍‌ଏସ୍‌ ନଗର ତାରିଣୀ ବସ୍ତିରେ ରହୁଥିବା ଶ୍ରେୟା ପାତ୍ରଙ୍କୁ ଏହି ସହାୟତା ମିଳିଛି। ମା’ବାପା ଛେଉଣ୍ଡ ଶ୍ରେୟା ଜେଜେ ମା’ ଓ ଜେଜେ ବାପାଙ୍କ ସହ ରହୁଥିବାରୁ ତାଙ୍କୁ ୫ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ଶ୍ରେୟା ଜନ୍ମ ହେବା ପୂର୍ବରୁ ବାପା ତ୍ରିଲୋଚନ ପାତ୍ର(୨୫)ଙ୍କର ମୃତ୍ୟୁ ଘଟିଥିଲା। ପରେ ମା’ ତାଙ୍କୁ ଛାଡ଼ି ଅନ୍ୟତ୍ର ଚାଲିଯାଇଥିଲେ। ବିଏମ୍‌ସି ଉତ୍ତର ଆଞ୍ଚଳିକ ଅଫିସ୍‌ ଏ ନେଇ ସର୍ଭେ କରିବା ପରେ କମିଶନର ସମର୍ଥ ବର୍ମାଙ୍କୁ ଅବଗତ କରାଇଥିଲେ। ଏ ନେଇ କମିଶନର ତତ୍ପରତା ପ୍ରକାଶ କରିବା ସହିତ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର ଆଞ୍ଚଳିକ ଉପଆୟୋଗ ଅଧିକାରୀ ପ୍ରମୋଦ କୁମାର ପୃଷ୍ଟି ୫ହଜାର ଟଙ୍କାର ଚେକ୍‌ ଶ୍ରେୟାଙ୍କୁ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାରେ ପଡ଼ିବନି ପାଇଖାନା ମଇଳା

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ପରିମଳ ପରିଚାଳନାକୁ ଦୀର୍ଘସ୍ଥାୟୀ କରିବା ନେଇ ମଙ୍ଗଳବାର ସଚିବାଳୟଠାରେ ଉନ୍ନୟନ କମିଶନର ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।...

ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ରଙ୍କ ପରଲୋକ

କଟକ ଅଫିସ,୭ା୧୧: ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ହାଇକୋର୍ଟ ବାର୍‌ ଆସୋସିଏଶନର ପୂର୍ବତନ ସଭାପତି ଡକ୍ଟର ଅଶୋକ ମହାପାତ୍ରଙ୍କର ଶନିବାର ପରଲୋକ ଘଟିଛି। ମୃତ୍ୟୁ...

ବିବୃତି ରଖିଲେ ମନ୍ତ୍ରୀ ଅରୁଣ

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ): ପରୀ ହତ୍ୟା ମାମଲାରେ ଶେଷରେ ମୁହଁ ଖୋଲିଛନ୍ତି ମନ୍ତ୍ରୀ ଅରୁଣ ସାହୁ। ଏନେଇ ଗୁରୁବାର ବିଧାନସଭାରେ ମନ୍ତ୍ରୀ ସାହୁ ବିବୃତି ରଖି ଏହା...

ଲିଙ୍ଗରାଜରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଚମକୁଛି ଏକାମ୍ର କ୍ଷେତ୍ର । ଐତିହ୍ୟର ସଂରକ୍ଷଣ ସହ ଆଗେଇଛି ସୌନ୍ଦର୍ଯ୍ୟକରଣ । ଲିଙ୍ଗରାଜ ମନ୍ଦିର ନିକଟ ୬୬ ଏକର ଜମିରେ ଏକାମ୍ର ପ୍ରକଳ୍ପ...

ମା’ ଆଗରେ କୂଅରେ ପଡ଼ିଗଲେ ୨ ପୁଅ

ସମ୍ବଲପୁର,୯ା୧୧(ବ୍ୟୁରୋ): ସମ୍ବଲପୁର ଟାଉନ ଥାନା ଅଧୀନ ସାହୁ କଲୋନୀରେ ଏକ ଦୁଃଖଦ ଘଟଣା ଘଟିଛି। ମା’ଙ୍କ ଆଖି ଆଗରେ କୂଅରେ ପଡ଼ି ଜୀବନ ହାରିଛନ୍ତି ୨...

୨୧ରୁ ଏକାଦଶ, ୨୫ରୁ ୮ମ ଶ୍ରେଣୀ ପାଠପଢ଼ା

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୧ରୁ ଏକାଦଶ ଓ ୨୫ରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ଓ ଗଣଶିକ୍ଷା ବିଭାଗ। ପିଲାମାନେ ଅଫଲାଇନ୍‌...

ଭିନ୍ନକ୍ଷମ ଯୁବତୀଙ୍କୁ ଅସଦାଚରଣ: ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା ଅଫିସ,୧୦।୭: ଖୋର୍ଦ୍ଧା ସଦର ଥାନା ଅଞ୍ଚଳ ତାପଙ୍ଗ କ୍ରଶରରେ କାର୍ଯ୍ୟରତ ଟ୍ରକ୍‌ ଡ୍ରାଇଭର ଉକ୍ତ ଅଞ୍ଚଳର ଜନୈକା ଭିନ୍ନକ୍ଷମ ଯୁବତୀଙ୍କୁ ଅସଦାଚରଣ କରିଥିବା ମଙ୍ଗଳବାର...

ପୁଣି ଲାଗିଲା କଟକଣା: ଏଣିକି ବିବାହରେ ୫୦୦ ନୁହେଁ ୨୦୦; ଶୁଦ୍ଧିକ୍ରିୟାରେ ୫୦ଜଣଙ୍କୁ ଅନୁମତି

ଭୁବନେଶ୍ୱର,୨୩।୩(ବ୍ୟୁରୋ): କରୋନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ପୂର୍ବରୁ ବିବାହ ଉତ୍ସବରେ ସର୍ବାଧିକ ଲୋକସଂଖ୍ୟା ୫୦୦ ଥିବା ବେଳେ ଏବେ...

Advertisement
Archives

Model This Week