୭୫ ମିଟର ଭିତରେ ସୀମିତ ରହିବ ଉଚ୍ଛେଦ

ପୁରୀ ଅଫିସ,୨ା୯ : ଶ୍ରୀମନ୍ଦିରର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ମେଘନାଦ ପ୍ରାଚୀର ଚତୁଃପାର୍ଶ୍ୱର ୭୫ ମିଟର ପରିଧି ମଧ୍ୟରେ ଥିବା ନିର୍ମାଣ ଉଚ୍ଛେଦ କରାଯିବ। ଏହି ପରିସୀମା ମଧ୍ୟରେ ଥିବା ମଠ ଓ ମନ୍ଦିରର ଗାଦିଘର ଏବଂ ଦେବଦେବୀଙ୍କ ବିଜେସ୍ଥଳୀକୁ ସୁରକ୍ଷିତ ରଖାଯାଇ ଅନ୍ୟ ନିର୍ମାଣ ଭଙ୍ଗାଯିବ। କ୍ଷତିଗ୍ରସ୍ତଙ୍କୁ ଥଇଥାନ କରାଯିବ। ଏହି ୭୫ ମିଟର ମଧ୍ୟରେ ହିଁ ଉଚ୍ଛେଦ କାମ ସୀମିତ ରହିବ। ଏହାବାଦ୍‌ ସହରର ଅନ୍ୟ କୌଣସି ରାସ୍ତାଘାଟ ସମ୍ପ୍ରସାରଣ ଯୋଜନା ନାହିଁ ବୋଲି କହିଛନ୍ତି ଜିଲାପାଳ ବଲୱନ୍ତ ସିଂ।
ଗଣମାଧ୍ୟମକୁ ସୂଚନା ଦେଇ ଜିଲାପାଳ କହିଥିଲେ, ଉଚ୍ଛେଦକୁ ନେଇ ନାନା ପ୍ରକାର ଗୁଜବ ହେଉଛି। ବିଭିନ୍ନ ଗଳିକନ୍ଦିରେ ଉଚ୍ଛେଦ ହେବ, ବଡ଼ଦାଣ୍ଡ ସମ୍ପ୍ରସାରଣ କରାଯିବ ଏମିତି ନାନା ପ୍ରକାର ଆଲୋଚନା କରାଯାଉଛି। କିନ୍ତୁ ଶ୍ରୀମନ୍ଦିରର ସୁରକ୍ଷା ପାଇଁ କ୍ୟାାବିନେଟର ନିଷ୍ପତ୍ତି ମୁତାବକ କେବଳ ମେଘନାଦ ପାଚେରିଠାରୁ ୭୫ ମିଟର ମଧ୍ୟରେ ହିଁ ଏହି ଉଚ୍ଛେଦ କାର୍ଯ୍ୟ କରାଯିବ। ପ୍ରଥମ ପର୍ଯ୍ୟାୟରେ ଅସୁରକ୍ଷିତ ନିର୍ମାଣ ଭଙ୍ଗା ଯାଉଛି। ଏହାପରେ ଜମି ଅଧିଗ୍ରହଣ ନିୟମ ଅନୁଯାୟୀ ସର୍ଭେ ପରେ ଆଗକୁ ବଢିବ ପ୍ରଶାସନ। କିନ୍ତୁ କୌଣସି ଲେନ୍‌ କିମ୍ବା ଜାଗାରେ ରାସ୍ତା ପ୍ରଶସ୍ତ କରାଯିବାର ଯୋଜନା ନାହିଁ। ତେବେ ୭୫ ମିଟର ମଧ୍ୟରେ ଯେତେ ବି ମଠ ଆସିବ ସେଠାରେ ପୂଜା ପାଉଥିବା ଦେବଦେବୀଙ୍କ ବିଜେସ୍ଥଳୀ ଏବଂ ଗାଦି ଘରକୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରଖାଯିବ। ଏସବୁକୁ ସଂରକ୍ଷଣ, ବିକାଶ ଏବଂ ଆକର୍ଷଣୀୟ କରାଯିବ। ଏହି ଐତିହ୍ୟର ସଂରକ୍ଷଣ ଲାଗି ରାଜ୍ୟ ସରକାର ସଂରକ୍ଷଣ ସହାୟକଙ୍କୁ ନିଯୁକ୍ତ କରିବାକୁ ଯାଉଛନ୍ତି। ତେବେ ପୂର୍ବରୁ କୌଣସି ଦର୍ଶନାର୍ଥୀ ବା ଶ୍ରଦ୍ଧାଳୁ ମଠଗୁଡ଼ିକୁ ଯାଇ ସେଠାକାର ଦେବଦେବୀଙ୍କୁ ଭଲ ଭାବେ ଦର୍ଶନ କରିପାରୁ ନ ଥିଲେ। ଏବେ ମୁକ୍ତ ପରେ ସମସ୍ତେ ମଠରେ ପୂଜା ପାଉଥିବା ଦେବଦେବୀଙ୍କୁ ଦର୍ଶନ କରିପାରିବେ। ଉଚ୍ଛେଦ ଯୋଗୁ ବତ୍ତର୍ର୍ମାନ ସୁଦ୍ଧା ୮୧ ଜଣ ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୬ ଜଣଙ୍କୁ ଜଗନ୍ନାଥ ବଲ୍ଲଭ ମଠ କ୍ରାଫ୍ଟ କମ୍ପ୍ଲେକ୍ସରେ ଥଇଥାନ କରାଯାଯାଇଛି। ଅନ୍ୟମାନଙ୍କୁ ମଧ୍ୟ ଥଇଥାନ କରାଯିବ। ପୁରୁଣା ଜେଲ୍‌ ପରିସରରେ ନିର୍ମାଣାଧୀନ ଯାତ୍ରୀ ନିବାସ ତଳେ ପ୍ରାୟ ୪୦ ଦୋକାନ ଘର ବାହାରିବ। ଏଠାରେ ଦୋକାନୀମାନେ ତାଙ୍କ ବ୍ୟବସାୟ କରିପାରିବେ। ସରକାରଙ୍କ ପକ୍ଷରୁ ଯାତ୍ରୀକା ଏବଂ ଜଗନ୍ନାଥ ବଲ୍ଲଭ ପରିସରରେ ଯେଉଁ ମାର୍କେଟ କମ୍ପ୍ଲେକ୍ସ ହେବ ଏଠାରେ ଦୋକାନୀମାନଙ୍କୁ ଥଇଥାନ କରାଯିବ। ଅନ୍ୟପକ୍ଷରେ ୩ ତାରିଖ ସକାଳେ ବଡ଼ ଆଖଡା ମଠ ଉଚ୍ଛେଦ କରାଯିବ ବୋଲି ଏହି ଅବସରରେ ଜିଲାପାଳ ସୂଚନା ଦେଇଥିଲେ। ବଡ଼ ଆଖଡା ମଠ ଉପରେ ଚାଲୁଥିବା ସିଂହଦ୍ୱାର ଥାନା ବାଗେଡ଼ିଆ ଧର୍ମାଶାଳାକୁ ସ୍ଥାନାନ୍ତର ହୋଇଥିବା ବେଳେ ଥାନା ତଳେ ଦୋକାନ କରିଥିବା ବ୍ୟବସାୟୀମାନେ ସେମାନଙ୍କ ଜିନିଷପତ୍ର ଖାଲି କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri