୭୫ ମିଟର ଉଚ୍ଛେଦ ପାଇଁ ମାପଚୁପ ଆରମ୍ଭ

ପୁରୀ ଅଫିସ, ୧୭-୯:ଶ୍ରୀମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରିଠାରୁ ୭୫ ମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ଖାଲି କରାଯିବ। ଏହି ପରିସୀମା ଭିତରେ ଥିବା ମଠ, ଧର୍ମଶାଳା, ବାସଗୃହ, ଦୋକାନ, ହୋଟେଲ, ଲଜିଂ ସବୁ ଭଙ୍ଗାଯିବ। ଏଥିପାଇଁ ପ୍ରଥମେ ସିଂହଦ୍ୱାରକୁ ଲାଗିରହିଥିବା ସରକାରୀ ଏବଂ ବେସରକାରୀ ନିର୍ମାଣକୁ ପ୍ରଶାସନ ଉଚ୍ଛେଦ କରିଦେଇଛି। ଲଙ୍ଗୁଳି, ଏମାର ଏବଂ ବଡ଼ ଆଖଡା ମଠକୁ ମଧ୍ୟ ଭାଙ୍ଗିସାରିଛି। ଏବେ ୭୫ ମିଟରକୁ ଟାର୍ଗେଟ କରି ଆଗକୁ ବଢିଛି ପ୍ରଶାସନ। ଏଥିଲାଗି ମାପଚୁପ ଆରମ୍ଭ ହୋଇଛି।
ପୁରୀକୁ ବିଶ୍ୱ ଐତିହ୍ୟ ସହର କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଏକାଧିକ ପ୍ରକଳ୍ପ ପରିକଳ୍ପନା କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ମେଘନାଦ ପାଚେରି ପାର୍ଶ୍ୱସ୍ଥ ସରକାରୀ ଓ ବେସରକାରୀ ନିର୍ମାଣ ଉଚ୍ଛେଦ ପରେ ବିପଦସଙ୍କୁଳ କୋଠା ଭଙ୍ଗାଯାଇଛି। ଲଙ୍ଗୁଳି ମଠ, ଏମାର ଏବଂ ବଡ଼ ଆଖଡା ମଠ ମାଟିରେ ମିଶିଛି। ରାସ୍ତା ନ ଥିବାରୁ ଉଚ୍ଛେଦ ମଠରେ ଉପାସିତ ଠାକୁରଙ୍କ ଦର୍ଶନ ପାଇଁ ଭକ୍ତମାନେ ଯାଇପାରୁ ନ ଥିଲେ। ତେଣୁ ଉଚ୍ଛେଦ ସ୍ଥଳକୁ ସମତୁଲ କରି ଟାଇଲ ବିଛାଇଛି ପ୍ରଶାସନ। ଏହାପରେ ୭୫ ମିଟର ଉଚ୍ଛେଦ ପାଇଁ ସୋମବାର ପୁରୀ ଉପଜିଲାପାଳ ଭବତାରଣ ସାହୁଙ୍କ ଉପସ୍ଥିତିରେ ଆର୍‌ଆଇ, ତହସିଲ ଅଫିସ କର୍ମଚାରୀମାନେ ଶ୍ରୀମନ୍ଦିର ପୂର୍ବ ପାର୍ଶ୍ୱ ଅର୍ଥାତ୍‌ ବଡ଼ ଆଖଡା ମଠ ପଛପଟୁ ବଡ଼ଦାଣ୍ଡ ଆଡ଼କୁ ମାପଚୁପ କରିଛନ୍ତି। ଏହି ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ୫ଜଣ ଶିକ୍ଷାନବିସ ଆଇଏଏସ୍‌ ଅଫିସର ଉପସ୍ଥିତ ରହି କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଏ ନେଇ ଉପଜିଲାପାଳ ସାହୁ କହିଛନ୍ତି, ପୂର୍ବରୁ ଉଚ୍ଛେଦ ସ୍ଥଳର ସୌନ୍ଦର୍ଯ୍ୟକରଣ ଉପରେ ପ୍ରାଥମିକତା ଦିଆଯାଇ କାମ ସରିଛି। ଏହାଦ୍ୱାରା ଭକ୍ତମାନେ ସୁରୁଖୁରୁରେ ବୁଲି ଦର୍ଶନ କରିପାରିବେ। ୭୫ ମିଟର ଉଚ୍ଛେଦ ପାଇଁ ଶ୍ରୀମନ୍ଦିର ପୂର୍ବପାର୍ଶ୍ୱ ମାପ କରାଯାଇଛି। ପର୍ଯ୍ୟାୟକ୍ରମେ ଚତୁଃପାର୍ଶ୍ୱ ମାପଚୁପ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ପହିଲା ପୂର୍ବରୁ ଆମେରିକା ଶେଷ କରିବ ଯୁଦ୍ଧ? ଜାଣନ୍ତୁ କେତେ ଚାପରେ ଅଛନ୍ତି ଟ୍ରମ୍ପ

ଓ୍ବାଶିଂଟନ,୨୩।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ, ମେ ୧ ବଡ଼ ଚିନ୍ତାର କାରଣ ପାଲଟିବାକୁ ଯାଉଛି। ଆମେରିକାରେ ଏକ ଦୀର୍ଘକାଳୀନ ଆଇନ ଅଛି ଯାହା ଅନୁସାରେ…

କଳା ପଲସର ଆତଙ୍କ, ଆଲମିରା ଭାଙ୍ଗି ଲୁଟିନେଲେ ସୁନା ଗହଣା

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଗୁରୁବାର କଳା ପଲସର ଆତଙ୍କ ଦେଖିବାକୁ ମିଳିଛି । ଦିନ ଦ୍ବିପହରେ ଘରେ ପଶି ବନ୍ଧୁକ…

ପ୍ରଶାସନର ନିଘାନାହିଁ: ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପାଣି ଟୋପାଏ ଲାଗି ଡହଳବିକଳ ହେଉଛନ୍ତି ରୋଗୀ

ପୁରୁଷୋତ୍ତମପୁର,୨୩।୪ (ସବିତା ମିଶ୍ର) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦିନକୁ ଦିନ ଅବ୍ୟବସ୍ଥା ବଢିବାରେ ଲାଗିଥିବା ବେଳେ ଏଥିପ୍ରତି କାହାରି ହେଲେ ନିଘାନାହିଁ ।…

ଅସମ୍ଭାଳ ଖରା, ରାୟଗଡାରେ ୨ ଦିନ ସ୍କୁଲ-କଲେଜ ଛୁଟି

ରାୟଗଡା,୨୩।୪(ସଙ୍କେତ ପାତ୍ର): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାୟଗଡା ଜିଲାପାଳ ଆଶୁତୋଷ କୁଲକରନି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଖରାକୁ ଦୃଷ୍ଟିରେ ରଖି ଆସନ୍ତା ୨ ଦିନ,…

ଲଗାତାର ପରାଜୟକୁ ନେଇ କାହିଁକି ଏମିତି କହିଲେ ପନ୍ତ? ଜାଣନ୍ତୁ କାହାକୁ ଦାୟୀ କଲେ

ନୂଆଦିଲ୍ଲୀ,୨୩।୪: ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଆଇପିଏଲ 2026 ରେ ଏକ ନିରାଶାଜନକ ପ୍ରଦର୍ଶନ କରିଛି, ବୁଧବାର ରାଜସ୍ଥାନ ରୟାଲ୍ସ ହାତରେ ୪୦ ରନରେ ପରାଜୟ ବରଣ କରିଛି।…

ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ ଭାରତ-ରୁଷିଆ ମଧ୍ୟରେ ହେଲା ବଡ଼ ଡିଲ! ଚିନ୍ତାରେ ପାକିସ୍ତାନ

ନୂଆଦିଲ୍ଲୀ/ମସ୍କୋ,୨୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଭାରତ ଏବଂ ରୁଷିଆ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସାମରିକ ଚୁକ୍ତିନାମା – ଯାହା RELOS (ପରସ୍ପର ଲଜିଷ୍ଟିକ୍ସ ସପୋର୍ଟର ଆଦାନପ୍ରଦାନ)…

ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ: ମାଷ୍ଟରମାଇଣ୍ଡ ଥିଲେ ନିଜ ପରିବାରର ଏହି ସଦସ୍ୟ

ବ୍ରହ୍ମପୁର,୨୩।୪ (ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାର ପ୍ଲଟ୍‌ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୯ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ…

କଂଗ୍ରେସକୁ ବଡ଼ ଝଟକା: ହାତ ଛାଡିଲେ ବରିଷ୍ଠ ନେତା

ଭୁବନେଶ୍ୱର,୨୩।୪: ଓଡ଼ିଶା କଂଗ୍ରେସକୁ ବଡ଼ ଝଟକା ଲାଗିଛି। ଦଳର ସକ୍ରିୟ ନେତା ତଥା କଂଗ୍ରେସ ରିସୋର୍ସ ସେଲର ରାଜ୍ୟ ସଂଯୋଜକ ଅମୀୟ ପାଣ୍ଡବ ଦଳରୁ ଇସ୍ତଫା ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri