୭ମାସ ପୂର୍ବରୁ ଲକ୍ଷ୍ୟ ହାସଲ;ମୋଦି ପ୍ରଦାନ କଲେ ୮ କୋଟି ତମ ସିଲିଣ୍ଡର ସଂଯୋଗ

ନୂଆଦିଲ୍ଲୀ,୮-୯: ମୋଦି ସରକାର ଉଜ୍ଜ୍ୱଳା ଯୋଜନା ଅଧୀନରେ ଧାର୍ଯ୍ୟ ସମୟ ପୂର୍ବରୁ ୮ କୋଟି ଏଲ୍‌ପିଜି ସଂଯୋଗ ଲକ୍ଷ୍ୟ ପୂରଣ କରିଛି। ଶନିବାର ମହାରାଷ୍ଟ୍ରର ଔରଙ୍ଗାବାଦ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ କୋଟିତମ ଏଲ୍‌ପିଜି ସଂଯୋଗ ପ୍ରଦାନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଧାର୍ଯ୍ୟ ଲକ୍ଷ୍ୟର ୭ ମାସ ପୂର୍ବରୁ ସରକାର ଉଜ୍ଜ୍ୱଳା ଯୋଜନା ଅଧୀନରେ ୮ କୋଟି ଗରିବ ମହିଳାଙ୍କୁ ମାଗଣାରେ ଏଲ୍‌ପିଜି ସଂଯୋଗ ଦେଇପାରିଛନ୍ତି। ୨୦୧୬ ମେ ପହିଲାରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ୫ କୋଟି ଏଲ୍‌ପିଜି ସଂଯୋଗ ଦେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ପରେ ଏହାକୁ ୨୦୨୦ ମାର୍ଚ୍ଚ ସୁଦ୍ଧା ୮କୋଟିକୁ ବୃଦ୍ଧି କରାଯାଇଥିଲା। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ସରକାର ଗରିବ ପରିବାରକୁ ମାଗଣାରେ ଗ୍ୟାସ୍‌ ସଂଯୋଗ ଦେଉଛନ୍ତି। ଏଥିପାଇଁ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକୁ ସରକାର ୧୬୦୦ ଟଙ୍କାର ସବ୍‌ସିଡି ଦେଉଛନ୍ତି। ଏହା ସିଲିଣ୍ଡର ଲାଗି ସିକ୍ୟୁରିଟି ମନି ଏବଂ ଫିଟିଙ୍ଗ୍‌ ଚାର୍ଜ ଭାବେ ଦିଆଯାଇଥାଏ। ହିତାଧିକାରୀ କେବଳ ଚୁଲି କିଣିଥାନ୍ତି। ହିତାଧିକାରୀଙ୍କ ଆର୍ଥିକ ବୋଝକୁ କମାଇବା ଲକ୍ଷ୍ୟରେ ଚୁଲ୍ଲି ଓ ପ୍ରଥମ ରିଫିଲ୍‌ ଖର୍ଚ୍ଚକୁ କିସ୍ତି ଆକାରରେ ଆଦାୟ କରାଯାଉଛି। ଏହି ଯୋଜନା ଲାଗୁ ହେବା ପରେ ଅଦ୍ୟାବଧି ୯୫% ଜନସଂଖ୍ୟା ଏଲ୍‌ପିଜି ବ୍ୟବହାର କରୁଛନ୍ତି। ୨୦୧୪ ମେ’ରେ କେବଳ ୫୫% ଲୋକେ ଏଥିରେ ସାମିଲ ହୋଇଥିଲେ। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ତୈଳ ମାର୍କେଟିଂ କମ୍ପାନୀ ଏହି ଯୋଜନାର ଲକ୍ଷ୍ୟ ହାସଲ ଲାଗି ମିଶନ ମୋଡ଼୍‌ରେ କାମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ବାଲାନ୍ସ ଆକାଉଣ୍ଟରୁ ଉଠାଇପାରିବେ ୧୦ହଜାର ଟଙ୍କା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ କାର୍ଯ୍ୟକାଳର ସବୁଠାରୁ ଲୋକପ୍ରିୟ ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଜନ ଧନ (ପ୍ରଧାନମନ୍ତ୍ରୀ ଜନ ଧନ) ଆକାଉଣ୍ଟ। ଏହି ଯୋଜନା…

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

Railways fare Alert: ରେଲେଓ଼୍ବ ଏହି ୧୦ଟି ଟ୍ରେନର ଭଡାରେ କଲା ପରିବର୍ତ୍ତନ, ଯାତ୍ରା କରିବା ପୂର୍ୱରୁ ଜାଣି ନିଅନ୍ତୁ ଜରୁରୀ ଖବର…

ନୂଆଦିଲ୍‌ଲୀ,୨୦।୨:ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ତେଣୁ, ଏହି ଖବର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରାସଙ୍ଗିକ। ରେଳବାଇ 10ଟି ଟ୍ରେନରେ ଭଡା…

ଦେଶର ଖଣିଜ ଉତ୍ପାଦନକୁ ଓଡ଼ିଶାର ଯୋଗଦାନ ୪୩.୭

ଭୁବନେଶ୍ୱର,୨୦ା୨: ଦେଶର ଅର୍ଥନୀତିର ଚକକୁ ଗତିଶୀଳ କରିବାରେ ଓଡ଼ିଶାର ଖଣି ସମ୍ପଦ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି। ଦେଶର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ଅବଦାନ…

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri