ବାଲିଚନ୍ଦ୍ରପୁର,୯ା୮(ସ୍ବ.ପ୍ର.):ସ୍ବାଧୀନତାର ୭୫ ବର୍ଷ ପରେ ଯାଜପୁର ଜିଲା ବଡ଼ଚଣା ବ୍ଲକ ଦର୍ପଣ ତହସିଲ ଅନ୍ତର୍ଗତ ୬ ରାଜସ୍ବ ମୌଜାର ଜମିଜମା ବନ୍ଦୋବସ୍ତ ସଂକ୍ରାନ୍ତିୟ ସଂଶୋଧନ ନିମନ୍ତେ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ସମସ୍ୟା ଯୋଗୁ କଳାଶ୍ରୀ, ଚାରିନଙ୍ଗଳ, ପଲେଇ, ପତରାଜପୁର, ପଣସୁଧା ଓ ବରଦା ଆଦି ୬ ମୌଜାର ଅଧିବାସୀ ନାହିଁ ନ ଥିବା ଅସୁବିଧା ଭୋଗୁଥିଲେ ା ଏବେ ସେଥିରୁ ମୁକ୍ତି ମିଳିବ ବୋଲି ସେମାନେ ଆଶାବାଦୀ ଅଛନ୍ତି। ଏହି ସମାନ ସମସ୍ୟା ଭୋଗୁଥିବା ବଡ଼ଚଣାର ଆହୁରି ୩ ଗ୍ରାମ ସୁଙ୍ଗୁଡ଼ା, ମାତକତପୁର ଓ ଦର୍ପଣଗଡ଼ ମୌଜାର ଜମିଜମା ସଂଶୋଧନ ପାଇଁ ପ୍ରକ୍ରିୟା ଜାରି ରହିଛି।
ସୂଚନା ଅନୁଯାୟୀ, ୧୯୨୯ ବନ୍ଦୋବସ୍ତ ପରେ ରାଜ୍ୟ ସରକାର ସମ୍ପୃକ୍ତ ମୌଜାର ବନ୍ଦୋବସ୍ତ ବା ରେକର୍ଡ଼ ସଂଶୋଧନ ନିମନ୍ତେ ୧୯୭୮ରେ ନୋଟିଫିକେଶନ କରିଥିଲେ। ସେତେବେଳେ ୧୦ ବର୍ଷ ପର୍ଯ୍ୟନ୍ତ ଏହି ସଂଶୋଧନ କାମ ଚାଲିଥିଲା। ହେଲେ ବିଭିନ୍ନ କାରଣରୁ ଏହି ସଂଶୋଧନ କାମ ବନ୍ଦ ହୋଇଯାଇଥିଲା। ଫଳରେ ସେଦିନଠାରୁ ବଡ଼ଚଣାର ଉପରୋକ୍ତ ୯ ମୌଜାର ଜନସାଧାରଣ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିଲେ। ଜମି ଖର୍ଦ୍ଦି ବିକ୍ରି ହୋଇପାରୁ ନ ଥିଲା। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଫସଲ ବୀମା ଅର୍ଥ ଲୋକେ ପାଇପାରୁ ନ ଥିଲେ। ନାମଲେଖା ସମୟରେ ପିଲାମାନେ ଆବଶ୍ୟକ ପ୍ରମାଣପତ୍ର ପାଇବାରେ ପ୍ରତିବନ୍ଧକ ସୃଷ୍ଟି ହେଉଥିଲା। ଏନେଇ ବାରମ୍ବାର ମୌଜାର ଅଧିବାସୀ ଅଭିଯୋଗ କରି ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉ ନ ଥିଲେ। ଶେଷରେ ୨୦୧୨ର ପୁରୁଣା ପ୍ରକ୍ରିୟା ରଦ୍ଦ କରି ନୂତନ ତଥା ଉନ୍ନତ ଟେକ୍ନୋଲୋଜି ମାଧ୍ୟମରେ ଏହି ସଂଶୋଧନ କାମ କରିବା ପାଇଁ ସରକାର ଆଇନ କରିଥିଲେ। ଏହି କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ୨୦୧୩ରେ ଆଞ୍ଚଳିକ କୃଷକ ସଂଗ୍ରାମ ସମିତିର ସଂଯୋଜକ ତଥା କଂଗ୍ରେସ ନେତା ଅଜୟ କୁମାର ସାମଲଙ୍କ ନେତୃତ୍ୱରେ ଆନ୍ଦୋଳନ ଡ଼ାକରା ଦିଆଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କୁ ସ୍ବାଧୀନତା ଦିବସ ଅବସରେ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଥିଲା ା କରୋନା କଟକଣା ଯୋଗୁ ତତ୍କାଳନୀ ଜିଲାପାଳ ଅନିଲ କୁମାର ସାମଲ ସଂଗ୍ରାମୀଙ୍କ ଘରକୁ ପୁରସ୍କାର ପ୍ରଦାନ କରିବା ନିମନ୍ତେ ଯାଇଥିଲେ। ଏହି ଅବସରରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥିଙ୍କ ଉପସ୍ଥିତିରେ ଜିଲାପାଳଙ୍କୁ ନୀଳମଣି ବନ୍ଦୋବସ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ ା ମୁଁ ଜୀବିତ ଥିବା ଅବସ୍ଥାରେ ଯଦି ସରକାର ବନ୍ଦୋବସ୍ତ ପ୍ରକ୍ରିୟା କରନ୍ତି ତେବେ ଏହା ମୋର ଶେଷ ଇଛା ହେବ ବୋଲି ବିଧାୟକ ଶତପଥୀ ଓ ଜିଲାପାଳ ସାମଲଙ୍କୁ ନୀଳମଣି କହିଥିଲେ। ଏହାପରେ ୨୦୧୪ରେ ସମ୍ପୃକ୍ତ ମୌଜାର ଡ଼ି-ନୋଟିଫିକେଶନ କରାଯାଇ ବିଭାଗରେ ଥିବା କର୍ମଚାରୀମାନଙ୍କୁ ନେଇ ଏ ସଂକ୍ରାନ୍ତରେ କାମ କରିବାକୁ ସରକାରଙ୍କ ରାଜସ୍ବ ବିଭାଗ ପ୍ରତିଶ୍ରୁତି ଦେଇଥିଲା। ଏହା ପରେ ବିଭାଗୀୟ ଅତିରିକ୍ତ ସଚିବ ଏହି ସମସ୍ୟାର ସମାଧାନ ନିମନ୍ତେ ତଦନ୍ତ କରି ଅନୁକୂଳ ରିପୋର୍ଟ ଦେଇଥିଲେ ମଧ୍ୟ ସେହି କାମ ଅଗ୍ରଗତି ହୋଇ ନ ଥିଲା। ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ୨୦୨୨ ମେ ୨୪ରେ ଯାଜପୁର ଜିଲା ସମେତ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଳାହାଣ୍ଡି ଜିଲାର ବନ୍ଦୋବସ୍ତ କାମ କରାଯିବା ପାଇଁ ଚିଠି ନମ୍ବର ୧୬୮୧୨/୨୨ରେ ସମସ୍ତ ମୌଜାର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ଦର୍ପଣ ତହସିଲର କୌଣସି ମୌଜା ଏହି ପ୍ରକ୍ରିୟାରେ ସ୍ଥାନ ପାଇ ନ ଥିଲା। ଏହା ପରେ ଆଞ୍ଚଳିକ କୃଷକ ସଂଗ୍ରାମ ସମିତିର ସଂଯୋଜକ ସାମଲ ବିଭାଗୀୟ ଅଧିକାରୀଙ୍କ ନିକଟରେ ପୁନର୍ବିଚାର ପାଇଁ ଦାବି କରିଥିଲେ। ଶେଷରେ ଉପରୋକ୍ତ ମୌଜାର ବନ୍ଦୋବସ୍ତ କାଯର୍ୟ ପାଇଁ ଚଳିତ ମାସ ୧ରେ ଚିଠି ନମ୍ବର ୨୫୬୫୪/୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସଂଗ୍ରାମୀ ନୀଳମଣି ସାମଲ ଖୁସିବ୍ୟକ୍ତ କରିବା ସହ ମୋର ଶେଷ ଇଚ୍ଛା ରାଜ୍ୟ ସରକାର ପୂରଣ କରିଛନ୍ତି ବୋଲି ସେ କହିଛନ୍ତି ା ତେବେ ଏହି ପ୍ରକ୍ରିୟାରୁ ବାଦ୍ ପଡ଼ିଥିବା ମୌଜା ଦର୍ପଣଗଡ଼, ସୁଙ୍ଗୁଡ଼ା ଓ ମାତାକାତପୁରର ସଂଶୋଧନ କାଯର୍ୟ କରିବା ପାଇଁ ସେ ଦାବି କରିଛନ୍ତି।
Posted inHome, Home Left, ଆମ ଜିଲା ଖବର, ଯାଜପୁର View All
ଆସାମର ହାତୀ-ଟ୍ରେନ୍ ଧକ୍କା
ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...
ଦିଲ୍ଲୀରୁ ଯିବ ରାଜଧାନୀ
ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...
ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…
ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...
ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ
ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...
ବଡ଼ଦିନରୁ ଥରିବ ଓଡ଼ିଶା
ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...
ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍
ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...
ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି
ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...
୬ ବଲ୍ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍; ପ୍ରଥମ ଥର…
ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍ରେ ଏହି କାରନାମା କରିବା ବହୁତ...
Archives


