୬ ବର୍ଷ ହେଲା ହେଉନି ବ୍ଲକ ମହୋତ୍ସବ

ବଅଁରପାଳ,୯ା୨(ଡି.ଏନ.ଏ.) – ସ୍ଥାନୀୟ ଲୋକକଳା ତଥା ପ୍ରତିଭାର ବିକାଶ ପାଇଁ ପ୍ରତି ବ୍ଲକସ୍ତରରେ ଆୟୋଜନ ହେଉଛି ବ୍ଲକ ମହୋତ୍ସବ। କିନ୍ତୁ ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ଏଥିରେ ବ୍ୟତିକ୍ରମ ଦେଖାଯାଇଛି। ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୬ ବର୍ଷ ହେଲା ଏଠାରେ ବ୍ଲକ ମହୋତ୍ସବର ଆୟୋଜନ କରାଯାଇନାହିଁ। ଏହାକୁ ନେଇ ବ୍ଲକର କଳାକାରମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପ୍ରଶାସନର ଇଚ୍ଛାଶକ୍ତି ଓ ଆନ୍ତରିକତା ଅଭାବ ଯୋଗୁ ମହୋତ୍ସବ ଆୟୋଜନ ହୋଇପାରୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।
ଆସନ୍ତା ୧୧ ତାରିଖରୁ ୩ ଦିନ ଧରି ଜିଲାସ୍ତରୀୟ ମହୋତ୍ସବ ପାଳନ ହେବ। ଏହା ପୂର୍ବରୁ ଜିଲାର ବିଭିନ୍ନ ବ୍ଲକରେ ଆୟୋଜିତ ବ୍ଲକ ମହୋତ୍ସବରୁ ବଛା ବଛା କଳାକାର ଜିଲାସ୍ତରରେ ପ୍ରତିଭା ପ୍ରଦର୍ଶନ ପାଇଁ ମନୋନୀତ ହୋଇଛନ୍ତି। ହେଲେ ବଅଁରପାଳ ବ୍ଲକରେ ୬ବର୍ଷ ଧରି ମହୋତ୍ସବ ପାଳନ କରାଯାଉ ନ ଥିବାରୁ ପୂର୍ବବର୍ଷଗୁଡ଼ିକ ପରି ଚଳିତବର୍ଷ ମଧ୍ୟ ଜିଲା ମହୋତ୍ସବରେ ସ୍ଥାନୀୟ ପ୍ରତିଭାମାନେ କଳା ପ୍ରଦର୍ଶନରୁ ବଞ୍ଚିତ ହେବାକୁ ଯାଉଥିବା ସେମାନେ ପ୍ରକାଶ କରିଛନ୍ତି। ବଅଁରପାଳ ବ୍ଲକ ପ୍ରଶାସନ ସ୍ଥାନୀୟ କଳା, ସଂସ୍କୃତିର ବିକାଶ ଦିଗ ପ୍ରତି ଆଦୌ ଗୁରୁତ୍ୱ ଦେଉ ନ ଥିବାରୁ ୩୫ଟି ପଞ୍ଚାୟତର ଦଣ୍ଡପାଲା, ଦାସକାଠିଆ, ପାଇକଆଖଡା, ନାମ ସଂକୀର୍ତ୍ତନ ଆଦିର ୪ ଶହରୁ ଊର୍ଦ୍ଧ୍ୱ କଳାକାର ସେମାନଙ୍କ କଳା ପ୍ରଦର୍ଶନରୁ ବଞ୍ଚିତ ହେଇଥିବା ଅଭିଯୋଗ ହୋଇଛି। ଏଥିଯୋଗୁ କଳାକାରମାନଙ୍କ ମଧ୍ୟରେ ନୈରାଶ୍ୟଭାବ ଦେଖାଦେଇଛି।
ଏ ସମ୍ପର୍କରେ କୁଲାଡ଼ ଗ୍ରାମର ପୁରୁଣା ଦଣ୍ଡ କଳାକାର ବାମଦେବ ସେଠ କୁହନ୍ତି, ପ୍ରଥମେ ବ୍ଲକ ମହୋତ୍ସବରେ ଅଂଶଗ୍ରହଣ କରିବା ପରେ ଜିଲା ମହୋତ୍ସବକୁ ମନୋନୀତ ହୋଇଥିଲି। ହେଲେ ୬ ବର୍ଷ ହେଲା ଆଉ ମହୋତ୍ସବ ହେଉ ନ ଥିବାରୁ ଅଞ୍ଚଳର ବହୁ କଳାକାର ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଗିରାଙ୍ଗ ଗ୍ରାମର ପାଲା ଗାୟକ ମାନସ କର କୁହନ୍ତି, ସବୁ ବ୍ଲକରେ ମହୋତ୍ସବ କରାଯାଉଥିବାବେଳେ ବଅଁରପାଳରେ ଏହା ଆୟୋଜନ କରା ନ ଯିବା ଦୁର୍ଭାଗ୍ୟଜନକ। ଏଥିଯୋଗୁ କଳାକାର ନିରୁତ୍ସାହିତ ହେଉଛନ୍ତି। ଦଣ୍ଡ କଳାକାର ଯିଶୁ ବାରିକ କୁହନ୍ତି, ଏହି କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଥିବା ଯୋଗୁ କଳାକାରମାନେ ଦୁଃଖିତ। ମହୋତ୍ସବ ପୁନର୍ବାର ଆୟୋଜନ କରାଗଲେ ସେମାନେ ପ୍ରତିଭା ପ୍ରଦର୍ଶନ କରିପାରନ୍ତେ।
ଏ ସମ୍ପର୍କରେ ବଅଁରପାଳ ବ୍ଲକର ପୂର୍ବତନ ବିଡିଓ ଡ. ସ୍ବରୂପା ନନ୍ଦ ସାହୁ କହିଛନ୍ତି, ମହୋତ୍ସବ ପାଇଁ ପ୍ରଶାସନ ପକ୍ଷରୁ ୨୫ ହଜାର ଟଙ୍କା ପ୍ରଦାନ କରାଯାଉଛି। କିନ୍ତୁ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅତି କମ୍‌ରେ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଅର୍ଥାଭାବରୁ ମହୋତ୍ସବ କରାଯାଇପାରୁ ନାହିଁ। କିନ୍ତୁ ଜିଲାସ୍ତରକୁ କଳାକାର ଚୟନ କରାଯାଇ ପଠାଯାଉଛି। ବର୍ତ୍ତମାନର ବିଡିଓ ଏଲିଜା ମିଶ୍ର କୁହନ୍ତି, ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଛି। ଏ ବିଷୟରେ ଜାଣିନାହିଁ। ତଥାପି କଳାକାରଙ୍କ ବିକାଶ ଦିଗରେ ଧ୍ୟାନ ଦେବି।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

ବିବାହ ଭୋଜି ଖାଇ ଫେରିବାବେଳେ ଟ୍ରକ୍‌ ପଛରେ ପିଟିହେଲା କାର୍‌, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ସହ…

ଅନୁଗୋଳ,୨୧ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri