ଚିତ୍ରକୋଣ୍ଡା,୨୩।୪(ଡି.ଏନ୍.ଏ.)- କୃଷି ଏବଂ ଚାଷୀର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଆଦିବାସୀ ଅଞ୍ଚଳରେ ଆଦିବାସୀ ଚାଷୀଙ୍କୁ ଅନେକ ପ୍ରୋତ୍ସାହନ ଦେଉଛନ୍ତି। ମାତ୍ର ସରକାରୀ କଳର କେତେକ ନ୍ୟସ୍ତସ୍ବାର୍ଥ କର୍ମଚାରୀଙ୍କ ପାଇଁ ସରକାରଙ୍କ ଯୋଜନାରୁ ସୁଫଳ ପାଉନାହାନ୍ତି ଚାଷୀ। ଏପରି ଏକ ଘଟଣା ଘଟିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲ୍ଳକ ଅଞ୍ଚଳରେ। ଉକ୍ତ ଅଞ୍ଚଳରେ ଚାଷୀ ଜମିରେ ବୋରଓ୍ବେଲ ଖୋଳାଇବା ଲାଗି ପାଣି ପରୀକ୍ଷା କରିବାକୁ ସ୍ଥାନ ଚିହ୍ନଟ ଲାଗି ବିଭାଗ ନିକଟରେ ୧ହଜାର ଲେଖାଏ ଟଙ୍କା ବାନ୍ଧି ୬ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏ ପାଣି ପରୀକ୍ଷା ହୋଇପାରିନାହିଁ। ଏନେଇ ଚାଷୀମାନେ ବାରମ୍ବାର କାର୍ଯ୍ୟାଳୟକୁ ଦୌଡି ନିରାଶ ହୋଇଛନ୍ତି। ଜିଲା ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ପଦକ୍ଷେପ ନିଆଯାଉନାହିଁ।
ଖବରରୁ ଜଣାପଡିଛି ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ୩ଟି ପଞ୍ଚାୟତ ଦୋରାଗୁଡା,ଗୁଣ୍ଠାୱାଡା ଓ ନୂଆଗୁଡାର ୨୪ ଜଣ ଚାଷୀ ଜଳସେଚନ ପାଇଁ ଚାଷଜମିରେ ବୋରୱେଲ ଖୋଳିବା ପାଇଁ ମାଲକାନଗିରି ଉଠା ଜଳସେଚନ ନିଗମକୁ ଦରଖାସ୍ତ କରି ପାଣି ପରୀକ୍ଷା ଲାଗି ସ୍ଥାନ ଚିହ୍ନଟ ପାଇଁ ଗତ ୬ା୬ା୨୦୧୩ରେ ଜଣ ପିଛା ୧ହଜାର ଲେଖାଏ ମୋଟ ୨୪ହଜାର ଟଙ୍କା ଦାଖଲ କରିଥିଲେ। ପାଣି ପରୀକ୍ଷା ପରେ ବୋରୱେଲ ଖୋଳିବା ସମୟରେ ଉଠାଜଳସେଚନ ନିଗମକୁ ଏନେଇ ଏସାର ଫାଉଣ୍ଡେସନ ସହାୟତା କରିଥାନ୍ତା। ମାତ୍ର ଚାଷୀମାନେ ଟଙ୍କା ବାନ୍ଧିବାର ୬ ବର୍ଷ ବିତିଯାଇଥିଲେ ମଧ୍ୟ ମାଲକାନଗିରି ଉଠାଜଳସେଚନ ନିଗମ ପାଣି ବାହାରିବା ପାଇଁ ସ୍ଥାନ ପରୀକ୍ଷା କରି ଚିହ୍ନଟ କରୁନାହିଁ। ଏନେଇ ବାରମ୍ବାର ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ,ଜିଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନି। ପ୍ରଶାସନ ଚାଷୀଙ୍କ ଜମିରେ ବୋରଓ୍ବେଲ ଖୋଳିବା ପାଇଁ ସ୍ଥାନ ପରୀକ୍ଷା କରି ଚିହ୍ନଟ କରୁନି କିମ୍ବା ଚାଷୀ ଦେଇଥିବା ଅର୍ଥ ଫେରସ୍ତ କରୁନାହିଁ। ଉଠାଜଳସେଚନ ନିଗମର ଅଧିକାରୀଙ୍କୁ ଚାଷୀ ମାନେ ଭେଟିବାରୁ ସେ କହିଥିଲେ ଯେ, ଆଉ ପୂର୍ବଭଳି ଦରଖାସ୍ତ ରଖି ବୋରୱେଲ ଖୋଳାଯାଉନାହିଁ। ଏବେ ଅନଲାଇନ ମାଧ୍ୟମରେ ଦରଖାସ୍ତ ଗ୍ରହଣ କରାଯାଇ ଟଙ୍କା ଜମା କଲେ ସିଧାସଳଖ ବୋରୱେଲ ଖୋଳା ଯାଉଛି। ଆଉ ପାଣି ବାହାରିବା ପାଇଁ ସ୍ଥାନ ପରୀକ୍ଷା କରିବା ଦରକାର ନାହିଁ ବୋଲି କହି ଏଥିପାଇଁ ବିଜ୍ଞାପନ ବାହାରିବା ସମୟରେ ଦରଖାସ୍ତ କରିବା ପାଇଁ କହିଥିଲେ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଚାଷୀ ବାନ୍ଧିଥିବା ଅର୍ଥ ସେମାନେ କିପରି ଫେରିପାଇବେ। ସେ ନେଇ ଅଧିକାରୀ ଜଣକ କିଛି କହି ନ ଥିଲେ।

କୋଦାଳ ଚୋଟରେ ANM ଭାଇବୋହୂଙ୍କ ଜୀବନ ନେଇ ଥାନାରେ ଆତ୍ମସମର୍ପଣ କଲେ ଦେଢ଼ଶୁର
ରାୟଗଡ଼ା/କଲ୍ୟାଣସିଂପୁର,୧୮ା୭(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ଦେଢ଼ଶୁରଙ୍କ କୋଦାଳ ଚୋଟରେ ANM ଥିବା ଭାଇବୋହୂଙ୍କ ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲା କଲ୍ୟାଣିସଂପୁର ଥାନା ଅନ୍ତର୍ଗତ ଡେପାଗୁଡ଼ା...

ମାଡ଼ିଗଲା ଟ୍ରେନ୍: ଜଣେ ମୃତ, ୨ ଗୁରୁତର
ରାୟଗଡ଼ା,୧୭ା୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଷ୍ଟେଶନରେ ଘଟିଛି ଦୁର୍ଘଟଣା। ବିଶାଖାପାଟଣାଠାରୁ ଦୁର୍ଗ ଅଭିମୁଖେ ଯାଉଥିବା ଟ୍ରେନ୍ ନମ୍ବର ୫୮୫୨୮ ରେଳଷ୍ଟେଶନ ପୂର୍ବରୁ ୩ ନମ୍ବର...

ଟ୍ରେନ୍ରୁ ଖସି ସିଆର୍ପିଏଫ୍ ଯବାନ ଗୁରୁତର
କଲ୍ୟାଣସିଂହପୁର,୧୩ା୭(ଦୀପକ କୁମାର ପରିଡ଼ା): ଟ୍ରେନରେ ଯିବା ସମୟରେ ଖସିପଡ଼ି ଜଣେ ସିଆର୍ପିଏଫ୍ ଯବାନ ଗୁରୁତର ହୋଇଛନ୍ତି। ତାଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଶନିବାର...

ମାଓବାଦୀ କହି ମାଗୁଥିଲେ ଚାନ୍ଦା: ୨ ଯୁବକଙ୍କ ସହ ନାବାଳକଙ୍କୁ ଧରିଲା ପୋଲିସ
ରାୟଗଡ଼ା,୧୨।୭(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ କୁମାର ବେହେରା): ନିୟମଗିରି ମାଓବାଦୀ ନାଁରେ ଧମକ ଦେଇ ଚାନ୍ଦା ମାଗୁଥିବା ୨ଜଣ ଯୁବକ ଓ ଜଣେ ନାବାଳକଙ୍କୁ ଦୋରାଗୁଡ଼ା ପୋଲିସ...

ପ୍ରେମୀ ଯୁଗଳଙ୍କୁ ଜୁଆଳି ପକାଇ ବୁଲାଇଥିଲେ ହଳ, ପରେ ଏବେ …
ରାୟଗଡ଼ା/କଲ୍ୟାଣସିଂହପୁର,୧୨।୭(ଆଶିଷ ରଞ୍ଜନ ପଣ୍ଡା): ପ୍ରେମୀ ଯୁଗଳଙ୍କୁ ଜୁଆଳି ପକାଇ ବଳଦ ବଦଳରେ ହଳ କରାଇବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ନିଖୋଜ ପ୍ରେମୀ...

ପିଉସୀ-ପୁତୁରାଙ୍କ ପ୍ରେମସମ୍ପର୍କକୁ ବିରୋଧ: ଦଣ୍ଡ ପୂର୍ବକ ଚାଷଜମିରେ ବଳଦ ଭାବେ ହଳ କରାଇଲେ ଗ୍ରାମବାସୀ
ରାୟଗଡ଼ା,୧୧ା୭(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ସମ୍ପର୍କୀୟ ପିଉସୀ ଓ ପୁତୁରାଙ୍କ ପ୍ରେମସମ୍ପର୍କକୁ ନେଇ ଗାଁ ଲୋକେ ବୈଠକ କରି ପ୍ରେମୀଯୁଗଳଙ୍କୁ ଚାଷଜମିରେ ହଳ କରି...

ଖୋଲିଲା ମଝିଘରିଆଣିଙ୍କ ୯ ହୁଣ୍ଡି: ମିଳିଲା ୧ କୋଟି ୪ ଲକ୍ଷ, ୧୨ ବିଦେଶୀ ନୋଟ୍ ସହ ୩୮ ଗ୍ରାମ ସୁନା
ରାୟଗଡ଼ା, ୭।୭ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି କରାଯାଇଛି। ହୁଣ୍ଡିରୁ...

ଖୋଲିଲା ମା’ ମଝିଘରିଆଣୀଙ୍କ ୯ ହୁଣ୍ଡି, କଡ଼ାସୁରକ୍ଷାରେ ଚାଲିଛି ଗଣତି
ରାୟଗଡ଼ା,୭ା୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ସୋମବାର ସକାଳ ୯ଟାରେ ଖୋଲାଯାଇଛି। ମନ୍ଦିରରେ ଥିବା ୯ଟି ଦାନହୁଣ୍ଡି...
Archives
