୬ ବର୍ଷ ହେଲା ବୋରଓ୍ବେଲ ପାଇଁ ଟଙ୍କା ଦେଇ ୨୪ ଚାଷୀ ହତାଶ

ଚିତ୍ରକୋଣ୍ଡା,୨୩।୪(ଡି.ଏନ୍‌.ଏ.)- କୃଷି ଏବଂ ଚାଷୀର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଆଦିବାସୀ ଅଞ୍ଚଳରେ ଆଦିବାସୀ ଚାଷୀଙ୍କୁ ଅନେକ ପ୍ରୋତ୍ସାହନ ଦେଉଛନ୍ତି। ମାତ୍ର ସରକାରୀ କଳର କେତେକ ନ୍ୟସ୍ତସ୍ବାର୍ଥ କର୍ମଚାରୀଙ୍କ ପାଇଁ ସରକାରଙ୍କ ଯୋଜନାରୁ ସୁଫଳ ପାଉନାହାନ୍ତି ଚାଷୀ। ଏପରି ଏକ ଘଟଣା ଘଟିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲ୍ଳକ ଅଞ୍ଚଳରେ। ଉକ୍ତ ଅଞ୍ଚଳରେ ଚାଷୀ ଜମିରେ ବୋରଓ୍ବେଲ ଖୋଳାଇବା ଲାଗି ପାଣି ପରୀକ୍ଷା କରିବାକୁ ସ୍ଥାନ ଚିହ୍ନଟ ଲାଗି ବିଭାଗ ନିକଟରେ ୧ହଜାର ଲେଖାଏ ଟଙ୍କା ବାନ୍ଧି ୬ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏ ପାଣି ପରୀକ୍ଷା ହୋଇପାରିନାହିଁ। ଏନେଇ ଚାଷୀମାନେ ବାରମ୍ବାର କାର୍ଯ୍ୟାଳୟକୁ ଦୌଡି ନିରାଶ ହୋଇଛନ୍ତି। ଜିଲା ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ପଦକ୍ଷେପ ନିଆଯାଉନାହିଁ।
ଖବରରୁ ଜଣାପଡିଛି ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ୩ଟି ପଞ୍ଚାୟତ ଦୋରାଗୁଡା,ଗୁଣ୍ଠାୱାଡା ଓ ନୂଆଗୁଡାର ୨୪ ଜଣ ଚାଷୀ ଜଳସେଚନ ପାଇଁ ଚାଷଜମିରେ ବୋରୱେଲ ଖୋଳିବା ପାଇଁ ମାଲକାନଗିରି ଉଠା ଜଳସେଚନ ନିଗମକୁ ଦରଖାସ୍ତ କରି ପାଣି ପରୀକ୍ଷା ଲାଗି ସ୍ଥାନ ଚିହ୍ନଟ ପାଇଁ ଗତ ୬ା୬ା୨୦୧୩ରେ ଜଣ ପିଛା ୧ହଜାର ଲେଖାଏ ମୋଟ ୨୪ହଜାର ଟଙ୍କା ଦାଖଲ କରିଥିଲେ। ପାଣି ପରୀକ୍ଷା ପରେ ବୋରୱେଲ ଖୋଳିବା ସମୟରେ ଉଠାଜଳସେଚନ ନିଗମକୁ ଏନେଇ ଏସାର ଫାଉଣ୍ଡେସନ ସହାୟତା କରିଥାନ୍ତା। ମାତ୍ର ଚାଷୀମାନେ ଟଙ୍କା ବାନ୍ଧିବାର ୬ ବର୍ଷ ବିତିଯାଇଥିଲେ ମଧ୍ୟ ମାଲକାନଗିରି ଉଠାଜଳସେଚନ ନିଗମ ପାଣି ବାହାରିବା ପାଇଁ ସ୍ଥାନ ପରୀକ୍ଷା କରି ଚିହ୍ନଟ କରୁନାହିଁ। ଏନେଇ ବାରମ୍ବାର ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ,ଜିଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନି। ପ୍ରଶାସନ ଚାଷୀଙ୍କ ଜମିରେ ବୋରଓ୍ବେଲ ଖୋଳିବା ପାଇଁ ସ୍ଥାନ ପରୀକ୍ଷା କରି ଚିହ୍ନଟ କରୁନି କିମ୍ବା ଚାଷୀ ଦେଇଥିବା ଅର୍ଥ ଫେରସ୍ତ କରୁନାହିଁ। ଉଠାଜଳସେଚନ ନିଗମର ଅଧିକାରୀଙ୍କୁ ଚାଷୀ ମାନେ ଭେଟିବାରୁ ସେ କହିଥିଲେ ଯେ, ଆଉ ପୂର୍ବଭଳି ଦରଖାସ୍ତ ରଖି ବୋରୱେଲ ଖୋଳାଯାଉନାହିଁ। ଏବେ ଅନଲାଇନ ମାଧ୍ୟମରେ ଦରଖାସ୍ତ ଗ୍ରହଣ କରାଯାଇ ଟଙ୍କା ଜମା କଲେ ସିଧାସଳଖ ବୋରୱେଲ ଖୋଳା ଯାଉଛି। ଆଉ ପାଣି ବାହାରିବା ପାଇଁ ସ୍ଥାନ ପରୀକ୍ଷା କରିବା ଦରକାର ନାହିଁ ବୋଲି କହି ଏଥିପାଇଁ ବିଜ୍ଞାପନ ବାହାରିବା ସମୟରେ ଦରଖାସ୍ତ କରିବା ପାଇଁ କହିଥିଲେ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଚାଷୀ ବାନ୍ଧିଥିବା ଅର୍ଥ ସେମାନେ କିପରି ଫେରିପାଇବେ। ସେ ନେଇ ଅଧିକାରୀ ଜଣକ କିଛି କହି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀଙ୍କ ସ୍କୁଟି ଡିକି ଭାଙ୍ଗି ୧୧୦ ଗ୍ରାମ୍‌ ସୁନା ଅଳଙ୍କାର ଲୁଟ୍‌

ରାୟଗଡ଼ା,୧୮ା୩(ଆଶିଷ ରଞ୍ଜନ ପଣ୍ଡା): କିଛି ଦିନର ନୀରବତା ପରେ ପୁଣି ରାୟଗଡ଼ା ସହରରେ ଆରମ୍ଭ ହୋଇଛି ଚୋରି ଓ ଲୁଟ୍‌। ପୋଲିସ୍‌କୁ ଏକପ୍ରକାର ଖୋଲା ଚ୍ୟାଲେଞ୍ଜ କରିଛନ୍ତି…

ଓଲଟିଲା ଚାଉଳ ବୋଝେଇ ପିକ୍ଅପ୍ ଭ୍ୟାନ୍, ୩ମୃତ ୬ ଆହତ

ବିଷମକଟକ,୧୫।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ଥାନା ଅନ୍ତର୍ଗତ ଡୁକୁମ୍ ଗ୍ରାମ ପଞ୍ଚାୟତର କାଚାପାଜୁ ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ରବିବାର ବିଳମ୍ବିତ…

କଲ୍ୟାଣସିଂହପୁର ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ମିଳିଲା ୪୪,୧୧୦ ଟଙ୍କା

କଲ୍ୟାଣସିଂହପୁର,୧୪।୩ (ଦୀପକ କୁମାର ପରିଡା): ରାୟଗଡା ଜିଲା କଲ୍ୟାଣସିଂହପୁରସ୍ଥିତ ଜଗନ୍ନାଥ ମନ୍ଦିରର ହୁଣ୍ଡି ଶୁକ୍ରବାର ଖୋଲାଯାଇ ଗଣନା କରାଯାଇଛି। ତହସିଲଦାର ରଞ୍ଜନ କୁମାର ମନସେଠ ଉପସ୍ଥିତିରେ ମନ୍ଦିରର…

୨୯ରେ ମା’ ମଝିଘରିଆଣୀଙ୍କ ଚୈତ୍ର ଯାତ୍ରା

ରାୟଗଡ଼ା ,୧୪।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଚୈତ୍ର ପର୍ବ ମାର୍ଚ୍ଚ ୨୯ରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି…

ବନ୍ଧୁକ ମୁନରେ ମରଣାନ୍ତକ ଆକ୍ରମଣ କରି ଲୁଟ୍, ଫ୍ରିଜଠୁ ନେଇ ସୁନାଗହଣା…..

ରାୟଗଡ଼ା,୧୩।୩(ଆଶିଷ ରଞ୍ଜନ ପଣ୍ଡା): ବନ୍ଧୁକ ଦେଖାଇ ମାଡ ମାରିବା ସହ ସୁନା ଅଳଙ୍କାର ଓ ଆସବାବପତ୍ର ଲୁଟିନେଲେ ଲୁଟେରା । ଏମିତି ଘଟଣା ଘଟିଛି ରାୟଗଡା ସହରର ଫାୟାର୍…

ମିଳିଲାନି ସୁଭଦ୍ରା ଟଙ୍କା: ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଆଦିବାସୀ ମହିଳା

ଗୁଡାରି,୧୨।୩ (ପ୍ରମୋଦ କୁମାର ପତି): ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାରେ ଯୋଗ୍ୟ ମହିଳାଙ୍କୁ ମହିଳା ଦିବସ ଅବସରରେ ଚତୁର୍ଥ କିସ୍ତି ଟଙ୍କା ମିଳିଛି। କିନ୍ତୁ ରାୟଗଡା ଜିଲା…

ଅନାସ୍ଥା ଭୋଟ୍‌ରେ ହାରିଗଲେ ପୌର ଉପାଧ୍ୟକ୍ଷା, ଜିତିଲେ…

ରାୟଗଡ଼ା,୧୧ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌରପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ କାଉନସିଲର ଆଣିଥିବା ଅନାସ୍ଥା ପ୍ରସ୍ତାବ ଭୋଟିଂ ଫଳାଫଳ ବୁଧବାର ପ୍ରକାଶ ପାଇଛି। ହାଇକୋର୍ଟରେ ରାୟ…

ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରୁ ଗର୍ଭବତୀ ମହିଳା ନିଖୋଜ: ଟାଉନ ଥାନାରେ ଏତଲା

ରାୟଗଡ଼ା, ୧୦।୩ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ଗର୍ଭବତୀ ମହିଳା ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri