୬ କୋଟି ସଦସ୍ୟଙ୍କୁ ପୂଜା ଭେଟି;ଇପିଏଫ୍‌ ସୁଧହାର ୮.୬୫%କୁ ବୃଦ୍ଧି

ନୂଆଦିଲ୍ଲୀ,୧୮-୯: କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ)ର ୬ କୋଟିରୁ ଊର୍ଦ୍ଧ୍ୱ ସଦସ୍ୟଙ୍କୁ କେନ୍ଦ୍ର ସରକାର ପୂଜା ଭେଟି ଦେଇଛନ୍ତି। ପାର୍ବଣ ଋତୁ ଆରମ୍ଭ ହେଉ ହେଉ ସରକାର ପ୍ରଭିଡେଣ୍ଟ ଫଣ୍ଡ ବା ଭବିଷ୍ୟନିଧି ପାଣ୍ଠିର ସୁଧ ହାର ବୃଦ୍ଧି କରିଛନ୍ତି। ଆର୍ଥିକ ବର୍ଷ ୨୦୧୮-୧୯ ଲାଗି ଇପିଏଫ୍‌ ସୁଧ ହାର ୮.୬୫% ଧାର୍ଯ୍ୟ କରାଯାଇଛି। କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ମଙ୍ଗଳବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଇପିଏଫ୍‌ଓ ଲାଗି ଚୂଡ଼ାନ୍ତ ନିଷ୍ପତ୍ତି ନେଉଥିବା ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଟ୍ରଷ୍ଟିଜ ଗତବର୍ଷ ଲାଗି ଚଳିତବର୍ଷ ଫେବୃୟାରୀରେ ସୁଧ ହାରକୁ ୮.୬୫%ରେ ରଖିବାକୁ ଅନୁମୋଦନ କରିଥିଲେ। ଏହାପରେ ପ୍ରସ୍ତାବକୁ ମଞ୍ଜୁରୀ ଲାଗି ଅର୍ଥ ମନ୍ତ୍ରଣାଳୟକୁ ପଠାଇ ଦିଆଯାଇଥିଲା। ଗଙ୍ଗଓ୍ବାର ଏଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କାଳରେ ସୁଧ ହାର ବୃଦ୍ଧି ପାଇଥିବା ସୂଚନା ଦେଇଥିଲେ। ବର୍ତ୍ତମାନ ଇପିଏଫ୍‌ଓ ଖାତାରେ ୮.୫୫% ସୁଧ ହାର ମିଳୁଛି। ଏହି ହାର ୨୦୧୭-୧୮ରୁ ଲାଗୁ ହୋଇଛି। ସେବେଠାରୁ ସୁଧ ହାର ଅପରିବର୍ତ୍ତିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଏନ୍‌ବି ପକ୍ଷରୁ ଋଣ ମଞ୍ଜୁରିପତ୍ର ବଣ୍ଟନ

ଭୁବନେଶ୍ୱର,୧୦।୨:ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ସମ୍ବଲପୁର କ୍ଷେତ୍ର ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଶେଷକରି ବ୍ୟାଙ୍କର ପରମାଣପୁର ଶାଖା ପରିସରରେ କୃଷି ଋଣ ତଥା...

ସୁନା ଅଳଙ୍କାରରେ ହଲ୍‌ମାର୍କ ହେବ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୫-୧: ଏଣିକି ଦେଶ ମଧ୍ୟରେ ସୁନା ଅଳଙ୍କାର ଏବଂ କଳାକୃତିର ହଲ୍‌ମାର୍କକୁ ବାଧ୍ୟତାମୂଳକ କରାଯିବ। ୧୫ ଜାନୁୟାରୀ ୨୦୨୦ଠାରୁ ହଲ୍‌ମାର୍କିଂ ବାଧ୍ୟତାମୂଳକ ଲାଗି କେନ୍ଦ୍ର ଖାଉଟି...

ଅଟଳ ବିମିତ ବ୍ୟକ୍ତି କଲ୍ୟାଣ ଯୋଜନା ସୀମା ବୃଦ୍ଧି

ନୂଆଦିଲ୍ଲୀ,୧୨।୯: ମହାମାରୀ ସ୍ଥିତି ସମ୍ପୂର୍ଣ୍ଣ ଭାବେ ସୁଧୁରି ନ ଥିବାରୁ କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସ୍‌ଆଇସି) ପକ୍ଷରୁ ଅଟଳ ବିମିତ ବ୍ୟକ୍ତି କଲ୍ୟାଣ ଯୋଜନାର ସୀମାକୁ...

୮% ଖସିଲା ଶିଳ୍ପକ୍ଷେତ୍ର ଉତ୍ପାଦନ

  ନୂଆଦିଲ୍ଲୀ: କରୋନା ମହାମାରୀର ପ୍ରଭାବ ବଜାର ଉପରୁ ବର୍ତ୍ତମାନ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହାର ପ୍ରଭାବରେ ଅଗଷ୍ଟ ମାସରେ ଦେଶର ଶିଳ୍ପ କ୍ଷେତ୍ର ଉତ୍ପାଦନ...

ଭାରତରେ ବ୍ୟବସାୟ କରିପାରେ ରୁଷୀୟ ବ୍ୟାଙ୍କ

ନୂଆଦିଲ୍ଲୀ,୨୧ା୯: ଭାରତୀୟ ମୁଦ୍ରା ରୁପି (ଟଙ୍କା) ଏବଂ ରୁଷିଆ ମୁଦ୍ରା ରୁବଲ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଖୁବ୍‌ଶୀଘ୍ର...

ଏଟିଏମ୍‌ ଉଠାଣରେ କୋହଳ ବ୍ୟବସ୍ଥା ଉଠିଲା

ନୂଆଦିଲ୍ଲୀ,୨।୭: କରୋନା କଟକଣା ପାଇଁ ଏଟିଏମ୍‌ରେ ନିର୍ଦ୍ଧାରିତ ଥରରୁ ଅଧିକ ଥର ଉଠାଣ ଉପରେ କୌଣସି ନେଣଦେଣ ଚାର୍ଜ ଲାଗୁ ହେଉ ନ ଥିଲା। ସରକାର...

ବ୍ୟାଙ୍କିଙ୍ଗ ସିଷ୍ଟମକୁ ନେଇ ଶକ୍ତିକାନ୍ତଙ୍କ ପରାମର୍ଶ; ଭୟଭୀତ ହେବାର ଆବଶ୍ୟକତା ନାହିଁ

ମୁମ୍ବାଇ,୫-୧୦: ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ନେଇ ଲୋକଙ୍କ ମନରେ ବିଭିନ୍ନ ଆଶଙ୍କା ଉପୁଜୁଥିବା ବେଳେ ଏହାକୁ ନେଇ ରିଜର୍ଭ ବ୍ୟାଙ୍କଗଭର୍ନର ନିଜର ପ୍ରତିକ୍ରିୟା ରଖିଛନ୍ତି। ବ୍ୟାଙ୍କିଙ୍ଗ...

ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ଆଇଏସ୍‌ଓ ପ୍ରମାଣପତ୍ର

ନୂଆଦିଲ୍ଲୀ,୨୮।୩: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ‘ସରଳ-ସରଳ ଲାଇଟ୍ସ (ସରଳ ସିଷ୍ଟମେଟିକ୍‌ ଆପ୍ରାଇଜାଲ୍‌ ଆଣ୍ଡ ରିସ୍କ ଆସେସମେଣ୍ଟ ଅଫ୍‌ ଲୋନ୍‌) ରେ କ୍ରେଡିଟ୍‌ ମୂଲ୍ୟାୟନ ପ୍ରକ୍ରିୟାର ମାନକୀକରଣ...

Advertisement
Archives

Model This Week