Posted inଜାତୀୟ

୬୮ ଛାତ୍ରୀଙ୍କ ଅନ୍ତଃବସ୍ତ୍ର କାଢ଼ି ଯାଞ୍ଚକଲେ

ଭୁଜ୍‌,୧୫ା୨ : ଗୁଜରାଟର ଭୁଜ୍‌ସ୍ଥିତ ଶ୍ରୀ ସହଜାନନ୍ଦ ବାଳିକା କଲେଜରେ ୬୮ଜଣ ଛାତ୍ରୀଙ୍କୁ ଧର୍ମ ନାମରେ ଲଜ୍ଜାକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିଛି। ସେମାନଙ୍କ ଅନ୍ତଃବସ୍ତ୍ର ବଳପୂର୍ବକ କାଢ଼ି କଲେଜ କର୍ତ୍ତୃପକ୍ଷ ମାସିକ ଋତୁସ୍ରାବ ହୋଇଛି କି ନାହିଁ ପରୀକ୍ଷା କରି ଦେଖିଥିଲେ। ଋତୁସ୍ରାବ ନେଇ ହଷ୍ଟେଲ ମୁଖ୍ୟ ଧାର୍ମିକ ରୀତିନୀତିକୁ ଉଲ୍ଲଂଘନ କରାଯାଇଥିବା କଲେଜ ଅଧ୍ୟକ୍ଷଙ୍କ ଆଗରେ ଅଭିଯୋଗ କରିବା ପରେ ଜଣକ ପରେ ଜଣେ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର କାଢ଼ି ପରୀକ୍ଷା କରାଯାଇଥିଲା। ବଡ଼ ଆଶ୍ଚର୍ଯ୍ୟଜନକ ଭାବେ ଏନେଇ ଥାନାରେ କୌଣସି ଅଭିଯୋଗ କରାଯାଇ ନ ଥିବାବେଳେ ଏକ କମିଟି ଗଠନ କରାଯାଇ ଏହାର ତଦନ୍ତ କରାଯାଉଥିବା ଜଣାପଡ଼ିଛି। କଲେଜଟି କ୍ରାନ୍ତିଗୁରୁ ଶ୍ୟାମ୍‌ଜୀ କ୍ରିଷ୍ଣ ବର୍ମା କଚ୍ଛ ବିଶ୍ୱବିଦ୍ୟାଳୟ ଅଧୀନରେ ରହିଛି।
ଗଠନ କରାଯାଇଥିବା ଏହି କଲେଜ ସ୍ବାମୀ ନାରାୟଣ ମନ୍ଦିର ଅନୁଗାମୀଙ୍କ ଦ୍ୱାରା ଚାଲିଆସିଛି। ମାସିକ ଋତୁସ୍ରାବ ହୋଇଥିବା ବାଳିକା ଓ ମହିଳାମାନଙ୍କୁ ମନ୍ଦିର କିମ୍ବା ରୋଷଘର ଭିତରକୁ ପ୍ରବେଶ ନିଷେଧ କରାଯାଇଛି। ଏମିତିକି, ଏହା ଭିତରେ କଲେଜ କର୍ମଚାରୀଙ୍କୁ କୌଣସି ପ୍ରକାର ମିଳାମିଶା ଓ ସହବାସ ଲାଗି ବାରଣ କରାଯାଇଛି। ହେଲେ କଲେଜ କର୍ତ୍ତୃପକ୍ଷ ମଝିରେ ମଝିରେ ଶ୍ରେଣୀରୁ ଛାତ୍ରୀଙ୍କୁ ଜୋର୍‌ ଜବରଦସ୍ତ ଆଣି ଧାଡ଼ିରେ ଠିଆ କରିବା ସହ ଜଣକ ପରେ ଜଣକୁ ଏକ କୋଠରିକୁ ନେଇ ସେମାନଙ୍କ ଅନ୍ତଃବସ୍ତ୍ର କାଢ଼ି ଏଭଳି ଦେଖିଥାନ୍ତି। କଲେଜ ଅଧ୍ୟକ୍ଷ ଛାତ୍ରୀଙ୍କୁ ଖରାପ ବ୍ୟବହାର ଦେଖାନ୍ତି ବୋଲି କେତେକ ଛାତ୍ରୀ ଅଭିଯୋଗ କରିଛନ୍ତି। ହଷ୍ଟେଲ ଆଚାର୍ଯ୍ୟ, ଟ୍ରଷ୍ଟି ସଦସ୍ୟମାନେ ମଧ୍ୟ କଲେଜ ଛାତ୍ରୀଙ୍କୁ ଦୁବର୍‌ୟବହାର ଦେଖାଇଥାନ୍ତି। ମାସିକ ଋତୁସ୍ରାବ ହେଲେ ଛାତ୍ରୀକୁ ଏଠାରେ ବିଭିନ୍ନ ପ୍ରକାର ନିର୍ଯାତନା ଦିଆଯାଇଥାଏ। ମୁହଁ ଖୋଲିଲେ କିମ୍ବା ଥାନାରେ ଅଭିଯୋଗ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ କଲେଜରୁ ବିଦା କରାଯିବ ବୋଲି ବିଶ୍ୱବିଦ୍ୟାଳୟର କାର୍ଯ୍ୟନିର୍ବାହୀ ସଦସ୍ୟ ପ୍ରବୀଣ ପିଣ୍ଡୋରିଆ ଧମକ ଦେଉଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏମିତି କିଛି କଲେଜରେ ହେଉନାହିଁ ବୋଲି ସେ ଛାତ୍ରୀଙ୍କଠାରୁ ଲିଖିତ ଭାବେ ଦସ୍ତଖତ ନେଇଥିବା ଅଭିଯୋଗ କରାଯାଇଛି। ଏହି ଲଜ୍ଜାକର ଘଟଣା ଲୋକଲୋଚନକୁ ଆସିବା ପରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀ ଦର୍ଶନ ଢୋଲକିୟା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣା ଲୋକଲୋଚନକୁ ଆସିବା ପରେ ବିଭିନ୍ନ ମହିଳା ସଙ୍ଗଠନ ପକ୍ଷରୁ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫର୍ମଫିଲପରେ ତ୍ରୁଟି : ଓଡ଼ିଆ ବଦଳରେ ହିନ୍ଦୀ ଥିବାରୁ ଯୁକ୍ତ ୨ ପରୀକ୍ଷାରୁ ବଞ୍ଚିତ…

ନନ୍ଦପୁର,୨୦ା୨(ତୁଷାର କାନ୍ତ ମହାନ୍ତି): ଯୁକ୍ତଦୁଇ ପରୀକ୍ଷା ପାଇଁ ଫର୍ମଫିଲପ ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଅଧୀନ ପାଡୁଆ ରାଧାକୃଷ୍ଣ ଉଚ୍ଚ…

ରାଜ୍ୟରେ ଛେଚିବ ପ୍ରବଳ ବର୍ଷା! ଲଘୁଚାପକୁ ନେଇ ଆସିଲା ବଡ଼ ଖବର…

ଭୁବନେଶ୍ୱର,୨୦।୨: ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ବିଷୁବୀୟ ଭାରତ ମହାସାଗର ଓ ସଲଂଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା…

ସ୍ବାସ୍ଥ୍ୟ ପାଇଁ ୨୩ ହଜାର କୋଟି

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶିତ ପରେ ଗଛରୁ କଣ୍ଟା କାଢୁଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ…

ବଜେଟରେ ଉପକୂଳବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ,୨୦।୨: ଏଥର ବଜେଟରେ ଉଚ୍ଚଶିକ୍ଷା ଭିତ୍ତିଭୁମିକୁ ସଜାଡିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ…

‘ଟପଲେସ୍‌, ବ୍ରେନଲେସ ଆଣ୍ଡ ସେମଲେସ୍‌’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା

ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…

ବଜେଟରେ ବନ୍ୟା ପରିଚାଳନାକୁ ଗୁରୁତ୍ୱ

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି ଟଙ୍କାର…

ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ରହମାନ ଭାରତକୁ ନେଇ କଲେ ବଡ଼ ଘୋଷଣା, ୟୁନୁସଙ୍କୁ ଶକ୍ତ ଝଟ୍‌କା

ଢାକା,୨୦।୨: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ତାରିକ ରହମାନ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ଥିବା ବାଂଲାଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri