୬୪ ଗ୍ରାମସଭାରେ ଏନ୍‌ପିଆର ବିରୋଧରେ ରିଜୋଲ୍ୟୁଶନ୍‌ ପାସ

ବ୍ରହ୍ମପୁର ଅଫିସ,୬ା୩- ନାଗରିକତ୍ୱ ସଂଶୋଧନ ଆଇନ-୨୦୧୯(ସିଏଏ), ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆରସି), ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନ୍‌ପିଆର)କୁ ନେଇ ଏବେ ସାରାଦେଶରେ ହିଂସା ଦେଖାଦେଇଛି। ଓଡ଼ିଶାରେ ଏନ୍‌ପିଆର, ଏନ୍‌ଆରସି, ସିଏଏକୁ କାର୍ଯ୍ୟକାରୀ ନ କରିବାକୁ ଦାବି ହୋଇଛି। ଏନେଇ ବିଧାନସଭାରେ ପ୍ରସ୍ତାବ ଆଗତ କରିବାକୁ ଗୁରୁବାର ଗୋଷାଣୀନୂଆଗଁା ସନ୍ତୋଷୀମା’ ମନ୍ଦିର କଲ୍ୟାଣମଣ୍ଡପରେ ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ ଓ ଜନ ଜାଗରଣ ଅଭିଯାନ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଦାବି କରାଯାଇଛି।
୧ରୁ କେନ୍ଦ୍ର ସରକାର ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନ୍‌ପିଆର) ସର୍ଭେ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ନାଗରିକତ୍ୱ ପ୍ରମାଣ ପାଇଁ ସରକାର ୨୧ ପ୍ରମାଣପତ୍ର ଦେଖାଇବାକୁ ବାଧ୍ୟତା ମୂଳକ କରିଛନ୍ତି। ଓଡିଶାରେ ଏହା ଲାଗୁ ହେଲେ ଆଦିବାସୀ, ଦଳିତମାନେ ନିଜର ନାଗରିକତ୍ୱ ପ୍ରମାଣ ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେବା ସହ ନାଗରିକତ୍ୱ ହରାଇବେ ବୋଲି ଅଭିଯାନ ପକ୍ଷରୁ କୁହାଯାଇଛି। ଫେବୃୟାରୀ ୧୯ ରୁ ଅଭିଯାନ ପକ୍ଷରୁ ଗଞ୍ଜାମ ଜିଲାର ୬ ବ୍ଲକରେ ଆୟୋଜିତ ହୋଇଥିବା ୬୪ ଗ୍ରାମସଭାରେ ଏନ୍‌ପିଆର, ଏନ୍‌ଆର୍‌ସି ସିଏଏକୁ ବିରୋଧ କରାଯାଇଛି। ଏହା ଓଡିଶାରେ ଲାଗୁ ନ କରିବାକୁ ରିଜୋଲ୍ୟୁଶନ ଆଗତ କରାଯାଇଛି। ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ହେବାକୁ ଥିବା ଜାତୀୟ ଜନସଂଖ୍ୟା ପଞ୍ଜିକା ସର୍ଭେ ଲାଗୁ କରା ନ ଯିବା ଦାବିରେ ମାର୍ଚ୍ଚ ୧୨ରେ ୬ ବ୍ଲକ ଘେରାଉ କରାଯିବ। ମାର୍ଚ୍ଚ ୧୮ରେ ବିଧାନସଭା ଘେରାଉ କରାଯିବା ସହ ଭବତ ସିଂଙ୍କ ଶହୀଦ ଦିବସରେ ଆରଡିସିଙ୍କ କାର୍ଯ୍ୟାଳୟ ଘେରାଉ କରିବା ନେଇ ଅଭିଯାନ ପକ୍ଷରୁ ସମ୍ମିଳନୀରେ ଚେତାବନୀ ଦିଆଯାଇଛି। ଖବରଦାତା ସମ୍ମିଳନୀରେ ମଧୁସୂଦନ ସେଠୀ, ବିଜୟ ସ୍ବାଇଁ, ଶ୍ରୀନିବାସ ରାଓ, ପ୍ରଫୁଲ୍ଲ ଶବର, ଗୋପାଳ କୃଷ୍ଣ ମଲ୍ଲିକ ଓ ହାଡୁଆ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ନିଆରା ଜନ୍ମଦିନ ପାଳନ କଲେ ସମାଜସେବୀ ସୁନିଲ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଲବଣ ସତ୍ୟାଗ୍ରହର ଅନ୍ୟତମ ପୀଠ ହୁମ୍ମାଠାରେ ଜନ କଲ୍ୟାଣ ସ୍ବେଛାସେବୀ ସଂସ୍ଥା ଓ ବଜରଙ୍ଗୀ ଦଳର ମିଳିତ ଆନୁକୁଲ୍ୟରେ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri