୬୩ ବର୍ଷରେ ରୀନା ରାୟ: ଶତ୍ରୁଘ୍ନଙ୍କୁ ନିଜର କରି ନ ପାରି ଶେଷରେ ମୋହସୀନ୍‌ ଖାଁଙ୍କୁ କରିଥିଲେ ବିବାହ…

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ରୀନା ରାୟ ମଙ୍ଗଳବାର ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୭ ଜାନୁୟାରୀ ୭ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ରୁପା ରାୟ। ବଲିଉଡ୍‌ରେ ସେ ଅନେକ ଫିଲ୍ମରେ ନିଜ ଅଭିନୟ ଦକ୍ଷତା ଦେଖାଇଛନ୍ତି। ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ତେବେ ଶତ୍ରୁଘ୍ନ ରୀନାଙ୍କଠାରୁ ଦୂରେଇ ଯାଇଥିଲେ। ପ୍ରେମରେ ଅସଫଳ ହେବା ପରେ ରୀନା ରାୟ ପାକିସ୍ତାନ କ୍ରିକେଟର ମୋହସୀନ୍‌ ଖାଁଙ୍କୁ ୧୯୮୩ରେ ବିବାହ କରି ସବୁଦିନ ପାଇଁ ଫିଲ୍ମ ଦୁନିଆକୁ ଛାଡିଥିଲେ। ତେବେ ମୋହସୀନ୍‌ଙ୍କ ସହିତ ତାଙ୍କର ବୈବାହିକ ଜୀବନ ସଫଳ ରହି ନ ଥିଲା। ସେମାନଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା। ରୀନାଙ୍କ ପିତା ଜଣେ ମୁସଲମାନ୍‌ ଥିବାବେଳେ ମା’ ହିନ୍ଦୁ ଥିଲେ। ପାରିବାରିକ ଅଶାନ୍ତି ଯୋଗୁ ସେମାନଙ୍କର ବିବାହ ବିଛେଦ ହୋଇଥିଲା। ରୀନାଙ୍କର ଦୁଇ ଭଉଣୀ ଏବଂ ଜଣେ ଭାଇ ଅଛନ୍ତି। ଜୀବନ ବ୍ୟାପି ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ୧୯୯୮ରେ ଲାଇଫ୍‌ ଟାଇମ୍‌ ଫିଲ୍ମଫେୟାର ଆଚିଭ୍‌ମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କର ଜଣେ ଝିଅ ମଧ୍ୟ ଅଛନ୍ତି। ତାଙ୍କ ନାମ ହେଉଛି ସନମ୍‌ ଖାଁ।


Enter your email to get our daily news in your inbox.

All Right Reserved By Dharitri.Com

୨୭ ବର୍ଷ ଧରି ଲାଇମ୍‌ଲାଇଟ୍‌ରୁ ଦୂରେଇ ଯାଇଥିଲେ ଅକ୍ଷୟ କୁମାରଙ୍କ ଏହି ହିରୋଇନ୍‌: ଅଧାବାଟରେ ହାତ ଛାଡ଼ିଦେଲେ ସ୍ବାମୀ

ଅକ୍ଷୟ କୁମାରଙ୍କ ବିପକ୍ଷରେ ଫିଲ୍ମ ‘ସୌଗନ୍ଧ’ରୁ ବଲିଉଡରେ ଡେବ୍ୟୁ କରିଥିବା ସୁନ୍ଦର ଅଭିନେତ୍ରୀ ଶାନ୍ତିପ୍ରିୟାଙ୍କୁ ଆପଣ ସମସ୍ତେ ଜାଣିଥିବେ। ତାଙ୍କ ହସ ସହ ବଡ ଆଖି...

ଇଂଲଣ୍ଡରେ ମିଷ୍ଟର ମମି ଶୁଟିଂ ଆରମ୍ଭ କଲେ ରିତେଶ-ଜେନେଲିଆ

ବଲିଉଡ୍‌ ଅଭିନେତା ରିତେଶ ଦେଶମୁଖ ଏବଂ ଜେନେଲିଆ ଡି’ସୁଜା ଇଂଲଣ୍ଡରେ ମିଷ୍ଟର ମମି ଶୁଟିଂ ଆରମ୍ଭ କରିଛନ୍ତି। ତେବେ ଫିଲ୍ମର ପ୍ରଥମ ଲୁକ ସାମ୍ନାକୁ ଆସିସାରିଛି...

ପ୍ରିୟଙ୍କାଙ୍କୁ ନେଇ ଏମିତି କହିଲେ ରାମଚରଣ

ମୁମ୍ବାଇ: ମେଗାଷ୍ଟାର ଚିରଞ୍ଜୀବୀଙ୍କ ପୁଅ ରାମଚରଣଙ୍କ ଅଭିନୀତ ଫିଲ୍ମ‘ଆର୍‌ଆର୍‌ଆର’ଏବେ ଚର୍ଚ୍ଚାରେ। ଏହି ଫିଲ୍ମରେ ରାମ୍‌ ଚରଣ ଅଲୁ ସୀତାରାମ ରାଜୁ (RRR ରେ ରାମ ଚରଣ)...

ଗରିବଙ୍କ ପାଇଁ ଭଗବାନ ସାଜିଥିବା ସୋନୁ ସୁଦଙ୍କ ବିଷୟରେ ଜାଣନ୍ତି କି

ସୋନୁ ସୁଦ, ଏହି ନାମଟି ଏବେ ସାରା ଦେଶରେ ଏକ ପରିଚିତ ନାମ। ଯଦିଓ ରିଲ୍‌ ଲାଇଫରେ ସେ କାହା ପାଇଁ ଭିଲିଆନ୍‌ ହୋଇପାରନ୍ତି କିନ୍ତୁ...

ପୂରଣ ହେଲା ସୋନାକ୍ଷୀଙ୍କ ସ୍ୱପ୍ନ

ମୁମ୍ବାଇ: ସମସ୍ତଙ୍କର ସ୍ୱପ୍ନ ଥାଏ ନିଜ ରୋଜଗାରରେ ନିଜର ଏକ ଘର କରିବା । ନୂଆ ବର୍ଷ ଆରମ୍ଭରୁ ବଲିଉଡ୍‌ର କେତେଜଣ ସେଲିବ୍ରିଟି ନିଜ ନିଜ...

ଜଲ୍‌ଦି ବାହାଘର ଗୁଜବକୁ ଅସ୍ବୀକାର

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେଉଥିବା ବିଷୟକୁ ଆଲିଆଙ୍କ ପରିବାର ପକ୍ଷରୁ ଅସ୍ବୀକାର କରାଯାଇଛି। ଆଲିଆ...

ନ୍ୟୁଡ୍‌ ଫଟୋର ଫୋରେନ୍ସିକ ଯାଞ୍ଚ ହେବ

ମୁମ୍ବାଇ: ନ୍ୟୁଡ୍‌ ଫଟୋ ଶୁଟ୍‌ ବିବାଦ ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କ ପିଛା ଛାଡ଼ୁନି। ରଣବୀରଙ୍କ ଫଟୋ ଭାଇରାଲ ହେବା ପରେ ପ୍ରଶଂସକ ଓ ଅନ୍ୟମାନେ...

ଦର୍ଶକଙ୍କ ପାଇଁ ଉଦାହରଣ ସାଜିଥିଲେ ମାନବ, ଅର୍ଚ୍ଚନା

ସିରିଏଲ୍‌ ଜଗତରୁ ଚଳଚ୍ଚିତ୍ରକୁ ଆସିଥିଲେ ସୁଶାନ୍ତ ସିଂ ରାଜପୁତ୍‌। ଜୁନ୍‌ ୧୪ରେ ସେ ତାଙ୍କ ବାନ୍ଦ୍ରାସ୍ଥିତ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଖବର...

Advertisement
Archives

Model This Week