୬୨ ଛାତ୍ରୀଛାତ୍ର ଉଦ୍ଧାର

କାମାକ୍ଷାନଗର, ୧୨।୭(ଡି.ଏନ.ଏ.)-କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣୀ ପଞ୍ଚାୟତ ଇରିଙ୍ଗାଝରଣରେ ବେଆଇନ ଭାବେ ଚାଲିଥିବା ଶ୍ରୀ ଲକ୍ଷ୍ମୀନାରାୟଣ ଆଶ୍ରମ ବିଦ୍ୟାଳୟର ୩ୟ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ପରେ ସ୍କୁଲର କଳା କାରନାମା ଉପରୁ ଧୀରେ ଧୀରେ ପରଦା ହଟିବାରେ ଲାଗିଛି। ଜିଲା ଶିଶୁ ସୁରକ୍ଷା କମିଟି (ସିଡବ୍ଲ୍ୟୁସି), ଜିଲା ଶିକ୍ଷା ବିଭାଗ ପକ୍ଷରୁ ତନାଘନା ପରେ ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ବିଭିନ୍ନ ଜିଲାରୁ ଆସି ଏଠାରେ ପଢୁଥିବା ୬୨ଜଣ ଛାତ୍ରୀଛାତ୍ରଙ୍କୁ ପ୍ରଶାସନ ଉଦ୍ଧାର କରି ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରିଛି। ସେମାନଙ୍କ ମଧ୍ୟରେ ୧୭ ଛାତ୍ରୀ, ୪୫ ଜଣ ଛାତ୍ର ଅଛନ୍ତି। ସମସ୍ତେ ପ୍ରଥମରୁ ସପ୍ତମ ଶ୍ରେଣୀରେ ପଢୁଥିବା ଜଣାପଡ଼ିଛି। ଉଦ୍ଧାର ଛାତ୍ରୀଛାତ୍ରଙ୍କୁ ଗୋବିନ୍ଦପୁରସ୍ଥିତ ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ଶିଶୁଗୃହରେ ରଖାଯିବ। ପରେ ସେମାନଙ୍କୁ ବିଭିନ୍ନ ସରକାରୀ ଛାତ୍ରାବାସରେ ଥଇଥାନ କରାଯିବ ବୋଲି ବ୍ଲକ ଶିକ୍ଷାଧିକାରୀ ହରିହର ଦେହୁରୀ ସୂଚନା ଦେଇଛନ୍ତି।
ଗୁରୁବାର ଉପଜିଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ବ୍ଲକ ଶିକ୍ଷା ବିଭାଗ, ବ୍ଲକ ପ୍ରଶାସନ, ଜିଲା ଶିଶୁ ସୁରକ୍ଷା ବିଭାଗ, ଚାଇଲ୍ଡ ହେଲ୍ପ ଲାଇନ କର୍ମକର୍ତ୍ତା, ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଅନ୍ତେବାସୀଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ଏକ ସ୍ବତନ୍ତ୍ର ବସ୍‌ରେ ଗୋବିନ୍ଦପୁରସ୍ଥିତ ଶିଶୁଗୃହକୁ ଅଣାଯାଇଛି। ଏ ନେଇ ବିଇଓ ହରିହର ଦେହୁରୀ କୁହନ୍ତି, ଛାତ୍ରୀଛାତ୍ରମାନେ ସ୍କୁଲ ଛାଡ଼ିବା ବେଳକୁ ଭାବବିହ୍ବଳ ହୋଇଯାଇଥିଲେ। କନ୍ଦାକଟା କରିଥିଲେ। ସମସ୍ତଙ୍କୁ ବୁଝାଶୁଝା କରାଯାଇଛି। ସେମାନଙ୍କ ପାଠପଢ଼ା, ସ୍ବାସ୍ଥ୍ୟାବସ୍ଥା ବୁଝିବା, ଉତ୍ତମ ପରିବେଶରେ ରଖିବା ପ୍ରଶାସନର ପ୍ରଥମ କର୍ତ୍ତବ୍ୟ ହେବ। ଖୁବ୍‌ଶୀଘ୍ର ସରକାରଙ୍କ ଦ୍ବାରା ପରିଚାଳିତ ଆଶ୍ରମ ବିଦ୍ୟାଳୟରେ ସେମାନଙ୍କ ନାମଲେଖା ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ଯୋଡ଼ିପାରନ୍ତା ବଡ଼କମର ସେତୁ

ଢେଙ୍କାନାଳ ଅଫିସ,୧୪ା୭ ବ୍ରାହ୍ମଣୀ ନଦୀରେ ସେତୁଟିଏ ହେଲେ ଏହା ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସହ ସିଧାସଳଖ ଓଡାପଡା ବ୍ଲକକୁ ଯୋଡ଼ିପାରନ୍ତା। ୫୫ନଂ ଏବଂ ୫୩ନଂ...

ଗୋଷ୍ଠୀ ପରିଚ୍ଛନ୍ନତା ଉପରେ ଗୁରୁତ୍ୱ

ଢେଙ୍କାନାଳ ଅଫିସ, ୧୭।୪ – ଗ୍ରାମାଞ୍ଚଳରେ କରୋନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମକୁ ଆଗେଇ ନେଉଛନ୍ତି ଢେଙ୍କାନାଳ ଜିଲାର ସ୍ବେଚ୍ଛାସେବୀ ଅନୁଷ୍ଠାନ। ପ୍ରଶାସନର ନିଷ୍ପତ୍ତି ପରେ ସାମାଜିକ...

ହକିର ସ୍ବର୍ଣ୍ଣିମ ଦିନ ଫେରିଛି

କାମାକ୍ଷାନଗର, ୭।୧(ଡି.ଏନ୍‌.ଏ.): ଢେଙ୍କାନାଳରୁ ବିଦାୟ ନେବା ପରେ ପୂର୍ବାହ୍ନ ୧୧ଟାରେ କାମାକ୍ଷାନଗର ବ୍ଲକ ମହୁଲପାଳ ପଞ୍ଚାୟତ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପାଖରେ ପହଞ୍ଚତ୍ଥିଲା ଟ୍ରଫି। ସେଠାରେ ମନ୍ତ୍ରୀ...

ଏମ୍‌ପି-ଜିଲାପାଳ କଥା କଟାକଟି

ଢେଙ୍କାନାଳ ଅଫିସ, ୨୭।୪: ଢେଙ୍କାନାଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌) ବିନିଯୋଗ ସମୀକ୍ଷା ବୈଠକରେ ଏମ୍‌ପି ମହେଶ...

ବିଦ୍ୟାଦାତାଙ୍କ ପାଇଁ ବ୍ୟଗ୍ର

ଢେଙ୍କାନାଳ ଅଫିସ,୩୧।୮: ମଣ୍ଡପରେ ବିରାଜିବେ ବିଦ୍ୟାଦାତା। ଅନ୍ତ ହେବ ୨ବର୍ଷର ପ୍ରତୀକ୍ଷା। ଶିକ୍ଷାନୁଷ୍ଠାନରେ ବିଘ୍ନହର୍ତ୍ତାଙ୍କ ଆବାହନ ପାଇଁ ବ୍ୟଗ୍ର ଛାତ୍ରୀଛାତ୍ର। ଚଳଚଞ୍ଚଳ ପୂଜା ପ୍ରତିଷ୍ଠାନ। ପ୍ରାଚୀନ...

ହାତୀ ଉପଦ୍ରବ, ଚାଷୀ ଚିନ୍ତିତ

ବଇଣ୍ଡା, ୨୨।୧୨(ଡି.ଏନ.ଏ.)-କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଧୀନ ମାଧପୁର, କଣ୍ଟେଇକୋଳିଆ, ଅଁଳାବେରେଣୀ, ନାଗାଝରଣ, ଅଶ୍ରୁବାହାଳ ଅଞ୍ଚଳରେ କିଛିଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି। ହାତୀପଲ...

ମହନୀୟ ଗୁରୁ-ଶିଷ୍ୟ ପରମ୍ପରା

ଅଜ୍ଞାନର ଅନ୍ଧକାର ମଧ୍ୟରୁ ଜ୍ଞାନର ଆଲୋକ ଆଡ଼କୁ ବାଟ କଢ଼ାଇ ନିଅନ୍ତି ଗୁରୁ। ଗୁରୁ କେବେ ବ୍ରହ୍ମା ହୋଇ ଶିଷ୍ୟକୁ ନିଜ ହାତରେ ଗଢ଼ନ୍ତି। ବିଷ୍ଣୁ...

ପାଣ୍ଠି ଆଦାୟ କରୁଛନ୍ତି ବ୍ଲକ ଅଧ୍ୟକ୍ଷ

ଭୁବନ, ୧୧।୪(ଡି.ଏନ.ଏ.): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ସୋମବାରଠାରୁ ଗଁ। ଗଁ। ବୁଲି କରୋନା ସହାୟତା ପାଣ୍ଠି ଆଦାୟ କରୁଛନ୍ତି। ବ୍ଲକ...

Advertisement
Archives

Model This Week