୬୦ବର୍ଷ ବ୍ୟକ୍ତିଙ୍କୁ କାମ କରିବାକୁ ମନା: କାର୍ଯ୍ୟସ୍ଥଳରେ ଗୁଟଖା, ଛେପ ପକାଇବା ଉପରେ କଟକଣା

ଭୁବନେଶ୍ୱର,୧୯।୪(ବ୍ୟୁରୋ): ରାଜ୍ୟରେ ସରକାରୀ ଓ ବେସରକାରୀ ନିର୍ମାଣ କ୍ଷେତ୍ରରେ କୋଭିଡ଼-୧୯ ସଂକ୍ରମଣକୁ ରୋକିବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଅର(ଏସ୍‌ଓପି) ପ୍ରସ୍ତୁତ କରାଯାଇଛି। ଏହାକୁ ପାଳନ କରିବା ପାଇଁ ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ସମସ୍ତ ବିଭାଗ, ରାଜସ୍ବ କମିଶନର ଏବଂ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। ଏସ୍‌ଓପି ଅନୁସାରେ, ନିର୍ମାଣ କ୍ଷେତ୍ରରେ ଜଡ଼ିତ ଶ୍ରମିକ, ଟେକ୍ନିସିଆନ, ସୁପରଭାଇଜର ଏବଂ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟ କ୍ଷେତ୍ରରେ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବ। ନିର୍ମାଣ ସ୍ଥାନରେ କାର୍ଯ୍ୟ କରୁଥିବା ସମୟରେ ସବୁ ବ୍ୟକ୍ତି ଫେସ୍‌ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। କଣ୍ଟ୍ରାକ୍ଟର ବା ନିର୍ମାଣ ସଂସ୍ଥା ବାହାରୁ ଆସୁଥିବା ଶ୍ରମିକମାନଙ୍କ ପାଇଁ ସାଧାରଣ ପରିବହନ ବ୍ୟବସ୍ଥା ଉପରେ ନିର୍ଭର ନ କରି ସ୍ବତନ୍ତ୍ର ପରିବହନ ବ୍ୟବସ୍ଥା କରିବେ। ସେହିପରି ୬୦ବର୍ଷରୁ ଉର୍ଦ୍ଧ୍ୱ ବୟସର ଶ୍ରମିକମାନଙ୍କୁ କାର୍ଯ୍ୟ କ୍ଷେତ୍ରର କାମ କରିବାକୁ ଅନୁମତି ଦିଆଯିବ ନାହିଁ। କୌଣସି ଅସୁସ୍ଥ, ବୃଦ୍ଧ ଏବଂ ଥଣ୍ଡା, କାଶ, ଛିଙ୍କର ଲକ୍ଷଣ ଥିବା ଲୋକଙ୍କୁ କାମ କରିବାକୁ ଦିଆଯିବ ନାହିଁ। ଶ୍ରମିକମାନଙ୍କଠାରେ ଏଭଳି ଲକ୍ଷଣ ଦେଖାଦେଲେ କଣ୍ଟ୍ରାକ୍ଟର ବା ନିର୍ମାଣ ସଂସ୍ଥା ସମ୍ପୃକ୍ତ ଶ୍ରମିକଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ପରାମର୍ଶ କରାଇବାର ବ୍ୟବସ୍ଥା କରାଇବେ। ନିର୍ମାଣ କାର୍ଯ୍ୟ ଚାଲୁଥିବା ସ୍ଥାନରେ ଗୁଟ୍‌କା, ତମାଖୁ ସେବନ ଏବଂ ଛେପ ପକାଇବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଶ୍ରମିକମାନେ ଖାଇବା, ଶୋଇବା ଓ କାର୍ଯ୍ୟକ୍ଷେତ୍ରରେ ଯେପରି ସାମାଜିକ ଦୂରତା ରକ୍ଷା କରିବେ ସେ ନେଇ କଣ୍ଟ୍ରାକ୍ଟରମାନେ ପଦକ୍ଷେପ ନେବେ। ଏଥିସହିତ ଶ୍ରମିକମାନଙ୍କ ସଚେତନତା ଓ ତାଲିମ କାର୍ଯ୍ୟକ୍ରମ କରିବାକୁ କୁହାଯାଇଛି।

ଅନ୍ୟପଟେ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। କେତେକ ସ୍ଥାନରେ ପାରଦ ୪୨ ଡିଗ୍ରୀ ମଧ୍ୟ ଛୁଇଁଲାଣି। ତେଣୁ ଶ୍ରମିକ ବା ନିମାଣ କର୍ମଚାରୀଙ୍କୁ ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ପାଇଁ ଏକ ନିର୍ଦ୍ଦେଶାବଳୀ ମଧ୍ୟ ହୋଇଛି। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, ନିର୍ମାଣସ୍ଥଳରେ ଖରାଦାଉରୁ ଶ୍ରମିକମାନଙ୍କୁ ରକ୍ଷା କରିବାକୁ ଛାଇ ବ୍ୟବସ୍ଥା କରାଯିବା ସହ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ କୌଣସି କାର୍ଯ୍ୟ କରିବା ଉପରେ କଟକଣା ଜାରି କରାଯାଇଛି। ଶମିକମାନଙ୍କ ପାଇଁ ନିର୍ମାଣ ସ୍ଥାନରେ ଅତ୍ୟାବଶ୍ୟକ ଔଷଧ, ଓଆର୍‌ଏସ୍‌, ଗ୍ଲୁକୋଜ୍‌ ଇତ୍ୟାଦି ପ୍ରାଥମିକ ଚିକିତ୍ସା ବକ୍ସର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri