Posted inଫୁରସତ

୫ ଭଉଣୀ ସିଏସ୍‌ଏସ୍‌ ପରୀକ୍ଷାରେ ସଫଳତା ହାସଲ କରି ରଚିଛନ୍ତି ଇତିହାସ

ଇସଲାମାବାଦ, ୨୧।୬: ଗୋଟିଏ ପରିବାରର ୫ ଭଉଣୀ ପ୍ରଶାସନିକ ପରୀକ୍ଷାରେ ସଫଳତା ହାସଲ କରିବା ନିଶ୍ଚିତ ଭାବେ ଏକ ଗୌରବର କଥା। ଏଭଳି ଘଟଣା ପାକିସ୍ତାନରେ ଘଟିଛି। ରାଓ୍ବଲପିଣ୍ଡିରେ ବାସ କରୁଥିବା ମଲିକ୍‌ ରଫିକ୍‌ ଅଓ୍ବାନଙ୍କ ୫ ଝିଅ ଏଭଳି କରି ଇତିହାସ ରଚିଛନ୍ତି। ଏବେ ଭଉଣୀମାନଙ୍କୁ ନେଇ ସାରା ପୃଥିବୀରେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି। ଲୋକେ ସେମାନଙ୍କୁ ପ୍ରଶଂସା କରୁଛନ୍ତି। ସବୁ ଭଉଣୀ ସିଏସ୍‌ଏସ୍‌(ସେଣ୍ଟ୍ରାଲ ସୁପରିଅର ସର୍ଭିସ୍‌)ରେ କୃତୀତ୍ୱ ଅର୍ଜନ କରିଛନ୍ତି। ସିଏସ୍‌ଏସ୍‌ ପରୀକ୍ଷାରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି। ପ୍ରଥମେ ୨୦୦୮ରେ ଲୈଲା ମଲିକ୍‌ ଶେର୍‌ ସିଏସ୍‌ଏସ୍‌ ପାସ୍‌ କରିଥିଲେ। ସେ କରାଚିର ଫେଡେରାଲ ବ୍ୟୁରୋ ଅଫ୍‌ ରେଭିନ୍ୟୁରେ ଡେପୁଟି କମିଶନର ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୦ରେ ଲୈଲାଙ୍କ ତଳ ଭଉଣୀ ଶିରିନ୍‌ ମଲିକ ଶେର୍‌ ସିଏସ୍‌ଏସ୍‌ ପରୀକ୍ଷାରେ ସଫଳତା ହାସଲ କରି ନ୍ୟାଶନାଲ ହାଇଓ୍ବେ ଅଥରିଟିରେ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ଅଛନ୍ତି। ୨୦୧୭ରେ ପରିବାରର ତୃତୀୟ ଝିଅ ସାସି ମଲିକ ଶେର୍‌ ସିଏସ୍‌ଏସ୍‌ରେ ସଫଳତା ହାସଲ କରି ଅଣ୍ଡର ଟ୍ରେନିଂ ଲାହୋର କଣ୍ଟନମେଣ୍ଟର ସିଇଓ ଭାବେ କାର୍ଯ୍ୟ କରୁଥିବାବେଳେ ଚତୁର୍ଥ ଝିଅ ମାର୍ବି ମାଲିକ ଶେର ସିଏସ୍‌ଏସ୍‌ ପରୀକ୍ଷା ପାସ୍‌ କରି ଏବ୍ଟାବାଦରେ ସହକାରୀ କମିଶନର ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୯ରେ ରଫିକ୍‌ଙ୍କର ସାନ ଝିଅ ଜୋହା ମଲିକ ଶେର୍‌ ସିଏସ୍‌ଏସ୍‌ ପରୀକ୍ଷାରେ ସଫଳତା ଲାଭ କରିଥିଲେ। ତାଙ୍କ ପିତାଙ୍କର ମହିଳାଙ୍କ ପ୍ରତି ଥିବା ସମ୍ମାନ ଯୋଗୁ ଆଜି ସେମାନେ ଏଭଳି ସଫଳ ହୋଇପାରିଥିବା ଭଉଣୀମାନେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri