Posted inଫୁରସତ

୫ ଭଉଣୀ ସିଏସ୍‌ଏସ୍‌ ପରୀକ୍ଷାରେ ସଫଳତା ହାସଲ କରି ରଚିଛନ୍ତି ଇତିହାସ

ଇସଲାମାବାଦ, ୨୧।୬: ଗୋଟିଏ ପରିବାରର ୫ ଭଉଣୀ ପ୍ରଶାସନିକ ପରୀକ୍ଷାରେ ସଫଳତା ହାସଲ କରିବା ନିଶ୍ଚିତ ଭାବେ ଏକ ଗୌରବର କଥା। ଏଭଳି ଘଟଣା ପାକିସ୍ତାନରେ ଘଟିଛି। ରାଓ୍ବଲପିଣ୍ଡିରେ ବାସ କରୁଥିବା ମଲିକ୍‌ ରଫିକ୍‌ ଅଓ୍ବାନଙ୍କ ୫ ଝିଅ ଏଭଳି କରି ଇତିହାସ ରଚିଛନ୍ତି। ଏବେ ଭଉଣୀମାନଙ୍କୁ ନେଇ ସାରା ପୃଥିବୀରେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି। ଲୋକେ ସେମାନଙ୍କୁ ପ୍ରଶଂସା କରୁଛନ୍ତି। ସବୁ ଭଉଣୀ ସିଏସ୍‌ଏସ୍‌(ସେଣ୍ଟ୍ରାଲ ସୁପରିଅର ସର୍ଭିସ୍‌)ରେ କୃତୀତ୍ୱ ଅର୍ଜନ କରିଛନ୍ତି। ସିଏସ୍‌ଏସ୍‌ ପରୀକ୍ଷାରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି। ପ୍ରଥମେ ୨୦୦୮ରେ ଲୈଲା ମଲିକ୍‌ ଶେର୍‌ ସିଏସ୍‌ଏସ୍‌ ପାସ୍‌ କରିଥିଲେ। ସେ କରାଚିର ଫେଡେରାଲ ବ୍ୟୁରୋ ଅଫ୍‌ ରେଭିନ୍ୟୁରେ ଡେପୁଟି କମିଶନର ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୦ରେ ଲୈଲାଙ୍କ ତଳ ଭଉଣୀ ଶିରିନ୍‌ ମଲିକ ଶେର୍‌ ସିଏସ୍‌ଏସ୍‌ ପରୀକ୍ଷାରେ ସଫଳତା ହାସଲ କରି ନ୍ୟାଶନାଲ ହାଇଓ୍ବେ ଅଥରିଟିରେ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ଅଛନ୍ତି। ୨୦୧୭ରେ ପରିବାରର ତୃତୀୟ ଝିଅ ସାସି ମଲିକ ଶେର୍‌ ସିଏସ୍‌ଏସ୍‌ରେ ସଫଳତା ହାସଲ କରି ଅଣ୍ଡର ଟ୍ରେନିଂ ଲାହୋର କଣ୍ଟନମେଣ୍ଟର ସିଇଓ ଭାବେ କାର୍ଯ୍ୟ କରୁଥିବାବେଳେ ଚତୁର୍ଥ ଝିଅ ମାର୍ବି ମାଲିକ ଶେର ସିଏସ୍‌ଏସ୍‌ ପରୀକ୍ଷା ପାସ୍‌ କରି ଏବ୍ଟାବାଦରେ ସହକାରୀ କମିଶନର ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୯ରେ ରଫିକ୍‌ଙ୍କର ସାନ ଝିଅ ଜୋହା ମଲିକ ଶେର୍‌ ସିଏସ୍‌ଏସ୍‌ ପରୀକ୍ଷାରେ ସଫଳତା ଲାଭ କରିଥିଲେ। ତାଙ୍କ ପିତାଙ୍କର ମହିଳାଙ୍କ ପ୍ରତି ଥିବା ସମ୍ମାନ ଯୋଗୁ ଆଜି ସେମାନେ ଏଭଳି ସଫଳ ହୋଇପାରିଥିବା ଭଉଣୀମାନେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri