୫ ପ୍ରମୁଖ ଅର୍ଥନୈତିକ ଚ୍ୟାଲେଞ୍ଜ

ସରକାରଙ୍କ ସାମ୍ନାରେ ୫ ଅର୍ଥନୈତିକ ଚ୍ୟାଲେଞ୍ଜ ରହିବ। ସେଗୁଡିକୁ ସାମ୍ନା କରିବାକୁ ସରକାରଙ୍କୁ ପ୍ରସ୍ତୁତ ହେବାକୁ ପଡିବ। ଦ୍ୱିତୀୟ ପାଳିରେ ଏନ୍‌ଡିଏ ସରକାର କିଭଳି ଏପ୍ରମୁଖ ଦିଗକୁ ଗ୍ରହଣ କରି କାର୍ଯ୍ୟପନ୍ଥା ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଲା। ପ୍ରମୁଖ ଚ୍ୟାଲେଞ୍ଜ ଗୁଡିକ ମଧ୍ୟରେ…

ବାଣିଜ୍ୟ ଯୁଦ୍ଧ
ଆମେରିକା ଏବଂ ଚାଇନା ଭଳି ପ୍ରମୁଖ ଅର୍ଥନୀତିଗୁଡିକ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ନୂଆ ସରକାରଙ୍କ ଲାଗି ଉଭୟ ଚ୍ୟାଲେଞ୍ଜ ଏବଂ ସୁଯୋଗ। ଚାଇନା ଏବଂ ୟୁଏସ୍‌ ସହ ରହିଥିବା ବାଣିଜ୍ୟ ସଙ୍କଟକୁ ଦୂର କରିବାକୁ ସରକାର ପ୍ରାଥମିକତା ଦେବାକୁ ପଡିବ ବୋଲି ବଜାର ବିଶେଷଜ୍ଞ କହିଛନ୍ତି। କେତେକ ସାମଗ୍ରୀ ଉପରେ ଭାରତକୁ ପ୍ରଦାନ କରୁଥିବା ଟିକସ ଛାଡ ସୁବିଧାକୁ ନିଷ୍ପତ୍ତିକୁ ଆମେରିକା ପ୍ରତ୍ୟାହାର କରିବ ବୋଲି କହିଥିବା ବେଳେ ସାଧାରଣ ନିର୍ବାଚନ ଯାଏ ଅପେକ୍ଷା କରିଥିଲା। ଏଭଳି ପ୍ରମୁଖ ପ୍ରସଙ୍ଗ ଉପରେ ସରକାର ଆମେରିକା ସହ ଆଲୋଚନା କରିବା ସହ ସମାଧାନ କରିବା ଆବଶ୍ୟକ ବୋଲି ବିଶେଷଜ୍ଞ କହିଛନ୍ତି।

ନିଯୁକ୍ତି ସଙ୍କଟ
ସରକାରଙ୍କ ସାମ୍ନାରେ ନିଯୁକ୍ତି ଏକ ପ୍ରମୁଖ ଚ୍ୟାଲେଞ୍ଜ। ମୋଦି ସରକାର ପୂର୍ବ ପାଳିରେ ନିଯୁକ୍ତିକୁ ଗୁରୁତ୍ୱ ଦେବେ ବୋଲି କହିଥିଲେ। ମାତ୍ର ଏକ୍ଷେତ୍ରରେ ଏତେଟା ସଫଳ ହୋଇ ନାହାନ୍ତି। ଏଥି ଲାଗି ବିରୋଧୀଙ୍କ ଦ୍ୱାରା ସରକାର ଟାର୍ଗେଟ ହୋଇଛନ୍ତି। ଜାତୀୟ ନମୁନା ସର୍ଭେ ଅଫିସର ପ୍ରଘଟ ଡାଟା ମୁତାବକ ବେରୋଜଗାରୀ ୪୫ ବର୍ଷର ସର୍ବୋଚ୍ଚ ସ୍ତରରେ ରହିଛି। ଏପରି ସ୍ଥିତିରି ସରକାରୀ ସ୍ତରରେ ରହିଥିବା ଖାଲି ପଦବୀଗୁଡିକ ପୂରଣ କରିବା ସହ ନିଯୁକ୍ତି ସୃଷ୍ଟି ଲାଗି ପଦକ୍ଷେପ ନେବାକୁ ହେବ ବୋଲି ବିଶେଷଜ୍ଞ ମତ ରଖିଛନ୍ତି।

ଅଭିବୃଦ୍ଧିରେ ମାନ୍ଦାବସ୍ଥା
ଅଭିବୃଦ୍ଧିରେ ମାନ୍ଦାବସ୍ଥା ମଧ୍ୟ ଅନ୍ୟ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ତଥ୍ୟ ମୁତାବକ ଡିସେମ୍ବର ତ୍ରୈମାସରେ ୫ ତ୍ରୈମାସର ସର୍ବନିମ୍ନ ସ୍ତରରେ ରହିଛି। ୨୦୧୮-୧୯ ଆର୍ଥତ୍କ ବର୍ଷ ଲାଗି ଅଭିବୃଦ୍ଧି ଆକଳନକୁ ୭.୨%ରୁ ଏହା ୭%କୁ କମାଇଛି। ମାନ୍ଦାବସ୍ଥା ଲାଗି ରହିବ ବୋଲି ଆକଳନ କରାଯାଇଥିବା ବେଳେ ଏନ୍‌ପିଏ ସମାଧାନ ଏବଂ ବ୍ୟାଙ୍କଗୁଡିକର ଋଣ ପ୍ରଦାନଧାରା ତ୍ୱରାନ୍ବିତ କରିବା ଉପରେ ଜୋର ଦେବା ଉଚିତ ହେବ ବୋଲି ବିଶେଷଜ୍ଞ କହିଛନ୍ତି।

ଗ୍ରାମାଞ୍ଚଳ କୃଷକଙ୍କ ସମସ୍ୟା
ଗ୍ରାମାଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟା ସମାଧାନକୁ ସରକାର ନଜରରେ ରଖିବେ ବୋଲି ଅନୁମାନ କରାଯାଉଛି। ଗ୍ରାମାଞ୍ଚଳ କୃଷକଙ୍କ ଲାଗି ଇଲେକଟ୍ରୋନିକ୍ସ ନ୍ୟାଶନାଲ ଏଗ୍ରିକଲଚର ମାର୍କେଟ(ଇନାମ) ବ୍ୟବସ୍ଥାକୁ ଆହୁରୀ ବ୍ୟବସ୍ଥିତ କରିବା ସହ ଲୋକମାନେ ଏହାର ଲାଭ କିଭଳି ପାଇବେ ସେ ନେଇ ସରକାରଙ୍କ ମୁ୍‌ଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତୀ ସୁବ୍ରମଣ୍ୟମ ନିକଟରେ ଗୁରୁତ୍ୱାରୋପ କରିଛନ୍ତି।

ଚାହିଦା ବୃଦ୍ଧି
ଚାହିଦାରେ ହ୍ରାସ ମଧ୍ୟ ସରକାରଙ୍କ ଲାଗି ଚିନ୍ତାର କାରଣ ହୋଇଛି। ଏନେଇ ପଲିସି ଆଣିବା ଉପରେ ସରକାର କାର୍ଯ୍ୟ କରିବା ସହ ବିତ୍ତିୟ ଶୃଙ୍ଖଳା ଧ୍ୟାନ ରଖିବା ଉପରେ ମଧ୍ୟ ବିଶେଷଜ୍ଞ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri