୫ ପ୍ରମୁଖ ଅର୍ଥନୈତିକ ଚ୍ୟାଲେଞ୍ଜ

ସରକାରଙ୍କ ସାମ୍ନାରେ ୫ ଅର୍ଥନୈତିକ ଚ୍ୟାଲେଞ୍ଜ ରହିବ। ସେଗୁଡିକୁ ସାମ୍ନା କରିବାକୁ ସରକାରଙ୍କୁ ପ୍ରସ୍ତୁତ ହେବାକୁ ପଡିବ। ଦ୍ୱିତୀୟ ପାଳିରେ ଏନ୍‌ଡିଏ ସରକାର କିଭଳି ଏପ୍ରମୁଖ ଦିଗକୁ ଗ୍ରହଣ କରି କାର୍ଯ୍ୟପନ୍ଥା ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଲା। ପ୍ରମୁଖ ଚ୍ୟାଲେଞ୍ଜ ଗୁଡିକ ମଧ୍ୟରେ…

ବାଣିଜ୍ୟ ଯୁଦ୍ଧ
ଆମେରିକା ଏବଂ ଚାଇନା ଭଳି ପ୍ରମୁଖ ଅର୍ଥନୀତିଗୁଡିକ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ନୂଆ ସରକାରଙ୍କ ଲାଗି ଉଭୟ ଚ୍ୟାଲେଞ୍ଜ ଏବଂ ସୁଯୋଗ। ଚାଇନା ଏବଂ ୟୁଏସ୍‌ ସହ ରହିଥିବା ବାଣିଜ୍ୟ ସଙ୍କଟକୁ ଦୂର କରିବାକୁ ସରକାର ପ୍ରାଥମିକତା ଦେବାକୁ ପଡିବ ବୋଲି ବଜାର ବିଶେଷଜ୍ଞ କହିଛନ୍ତି। କେତେକ ସାମଗ୍ରୀ ଉପରେ ଭାରତକୁ ପ୍ରଦାନ କରୁଥିବା ଟିକସ ଛାଡ ସୁବିଧାକୁ ନିଷ୍ପତ୍ତିକୁ ଆମେରିକା ପ୍ରତ୍ୟାହାର କରିବ ବୋଲି କହିଥିବା ବେଳେ ସାଧାରଣ ନିର୍ବାଚନ ଯାଏ ଅପେକ୍ଷା କରିଥିଲା। ଏଭଳି ପ୍ରମୁଖ ପ୍ରସଙ୍ଗ ଉପରେ ସରକାର ଆମେରିକା ସହ ଆଲୋଚନା କରିବା ସହ ସମାଧାନ କରିବା ଆବଶ୍ୟକ ବୋଲି ବିଶେଷଜ୍ଞ କହିଛନ୍ତି।

ନିଯୁକ୍ତି ସଙ୍କଟ
ସରକାରଙ୍କ ସାମ୍ନାରେ ନିଯୁକ୍ତି ଏକ ପ୍ରମୁଖ ଚ୍ୟାଲେଞ୍ଜ। ମୋଦି ସରକାର ପୂର୍ବ ପାଳିରେ ନିଯୁକ୍ତିକୁ ଗୁରୁତ୍ୱ ଦେବେ ବୋଲି କହିଥିଲେ। ମାତ୍ର ଏକ୍ଷେତ୍ରରେ ଏତେଟା ସଫଳ ହୋଇ ନାହାନ୍ତି। ଏଥି ଲାଗି ବିରୋଧୀଙ୍କ ଦ୍ୱାରା ସରକାର ଟାର୍ଗେଟ ହୋଇଛନ୍ତି। ଜାତୀୟ ନମୁନା ସର୍ଭେ ଅଫିସର ପ୍ରଘଟ ଡାଟା ମୁତାବକ ବେରୋଜଗାରୀ ୪୫ ବର୍ଷର ସର୍ବୋଚ୍ଚ ସ୍ତରରେ ରହିଛି। ଏପରି ସ୍ଥିତିରି ସରକାରୀ ସ୍ତରରେ ରହିଥିବା ଖାଲି ପଦବୀଗୁଡିକ ପୂରଣ କରିବା ସହ ନିଯୁକ୍ତି ସୃଷ୍ଟି ଲାଗି ପଦକ୍ଷେପ ନେବାକୁ ହେବ ବୋଲି ବିଶେଷଜ୍ଞ ମତ ରଖିଛନ୍ତି।

ଅଭିବୃଦ୍ଧିରେ ମାନ୍ଦାବସ୍ଥା
ଅଭିବୃଦ୍ଧିରେ ମାନ୍ଦାବସ୍ଥା ମଧ୍ୟ ଅନ୍ୟ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ତଥ୍ୟ ମୁତାବକ ଡିସେମ୍ବର ତ୍ରୈମାସରେ ୫ ତ୍ରୈମାସର ସର୍ବନିମ୍ନ ସ୍ତରରେ ରହିଛି। ୨୦୧୮-୧୯ ଆର୍ଥତ୍କ ବର୍ଷ ଲାଗି ଅଭିବୃଦ୍ଧି ଆକଳନକୁ ୭.୨%ରୁ ଏହା ୭%କୁ କମାଇଛି। ମାନ୍ଦାବସ୍ଥା ଲାଗି ରହିବ ବୋଲି ଆକଳନ କରାଯାଇଥିବା ବେଳେ ଏନ୍‌ପିଏ ସମାଧାନ ଏବଂ ବ୍ୟାଙ୍କଗୁଡିକର ଋଣ ପ୍ରଦାନଧାରା ତ୍ୱରାନ୍ବିତ କରିବା ଉପରେ ଜୋର ଦେବା ଉଚିତ ହେବ ବୋଲି ବିଶେଷଜ୍ଞ କହିଛନ୍ତି।

ଗ୍ରାମାଞ୍ଚଳ କୃଷକଙ୍କ ସମସ୍ୟା
ଗ୍ରାମାଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟା ସମାଧାନକୁ ସରକାର ନଜରରେ ରଖିବେ ବୋଲି ଅନୁମାନ କରାଯାଉଛି। ଗ୍ରାମାଞ୍ଚଳ କୃଷକଙ୍କ ଲାଗି ଇଲେକଟ୍ରୋନିକ୍ସ ନ୍ୟାଶନାଲ ଏଗ୍ରିକଲଚର ମାର୍କେଟ(ଇନାମ) ବ୍ୟବସ୍ଥାକୁ ଆହୁରୀ ବ୍ୟବସ୍ଥିତ କରିବା ସହ ଲୋକମାନେ ଏହାର ଲାଭ କିଭଳି ପାଇବେ ସେ ନେଇ ସରକାରଙ୍କ ମୁ୍‌ଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତୀ ସୁବ୍ରମଣ୍ୟମ ନିକଟରେ ଗୁରୁତ୍ୱାରୋପ କରିଛନ୍ତି।

ଚାହିଦା ବୃଦ୍ଧି
ଚାହିଦାରେ ହ୍ରାସ ମଧ୍ୟ ସରକାରଙ୍କ ଲାଗି ଚିନ୍ତାର କାରଣ ହୋଇଛି। ଏନେଇ ପଲିସି ଆଣିବା ଉପରେ ସରକାର କାର୍ଯ୍ୟ କରିବା ସହ ବିତ୍ତିୟ ଶୃଙ୍ଖଳା ଧ୍ୟାନ ରଖିବା ଉପରେ ମଧ୍ୟ ବିଶେଷଜ୍ଞ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri