୫-ଟି ସଚିବଙ୍କ ଗସ୍ତ ପରେ ତତ୍ପର ପ୍ରଶାସନ: ବିଏମ୍‌ସି ଭାଙ୍ଗିଲା ନିଜ ବେଆଇନ ନିର୍ମାଣ

ପୁରୁଣା ଭୁବନେଶ୍ୱର,୭।୧୨(ଡି.ଏନ.ଏ.): ୫-ଟି ସଚିବଙ୍କ ଗୁରୁବାର ଅଚାନକ ଗସ୍ତ ନେଇ ଏକାମ୍ର କ୍ଷେତ୍ରରେ ବିଭିନ୍ନ ବିଭାଗ କର୍ମଚାରୀଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ବିଏମ୍‌ସିର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ମିଳିତ ଉଚ୍ଛେଦ ଟିମ୍‌ ସହାୟତାରେ ନିଜେ ବିଏମ୍‌ସି ନିର୍ମାଣ କରିଥିବା ବେଆଇନ ନିର୍ମାଣ ମାଟିରେ ମିଶାଇଲା। ଗୌତମନଗର ମୌଜାର ପ୍ଲଟ ନଂ. ୨୨୨୪ ଓ ୨୨୨୫ ଉପରେ ବେଆଇନ ଭାବେ ଗଢି ତୋଳିଥିବା ବିଏମ୍‌ସି ଅର୍ଦ୍ଧନିର୍ମିତ ଘରଗୁଡିକୁ ଡ୍ରୋଜର ସାହାଯ୍ୟରେ ଶୁକ୍ରବାର ଭଙ୍ଗାଯାଇଛି। ୧୯୭୦ ଦେବୋତ୍ତର କମିଶନର ଚିଠି ନଂ. ୧୧୯୪୩ ଜରିଆରେ ତତ୍‌କାଳୀନ ଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭୁବନେଶ୍ୱର ନୋଟିଫାଏଡ ଏରିଆ କାଉନସିଲ ଓ ମହାସୁଆର ନିଯୋଗ ସମିତିଙ୍କୁ ଫୁଲ ବଗିଚା କରିବା ଉଦ୍ଦେଶ୍ୟରେ ଏହି ଜମି ଦେବା ନେଇ ଜଣାଇଥିଲେ। ମାତ୍ର କେଉଁ ପରିସ୍ଥିତିରେ ଏହି ସମ୍ପତ୍ତି ଫୁଲ ବଗିଚା ନ କରାଯାଇ ନଗରପାଳିକା ଭୁବନେଶ୍ୱରଙ୍କ ନାମରେ ପରବର୍ତ୍ତୀ ସମୟରେ ରେକର୍ଡ ଭୁକ୍ତ ହୋଇଥିଲା ଏ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଏହି ନିର୍ମାଣ ବିରୋଧରେ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନ ହେବା ଯୋଗୁ ପୂଜାପଣ୍ଡା ନିଯୋଗ ପକ୍ଷରୁ ଅଦାଲତରେ ମାମଲା କରାଯାଇ ସ୍ଥଗିତାଦେଶ ଜାରି କରାଯାଇଥିଲା। ସାଧାରଣ ଟିକସ ଦାତାଙ୍କ ଲକ୍ଷାଧିକ ଟଙ୍କା ବ୍ୟୟ କରି ବିଏମ୍‌ସି ଏଭଳି ବେଆଇନ ନିର୍ମାଣ କରିବା ଓ ପରବର୍ତ୍ତୀ ପର୍ଯ୍ୟାୟରେ ଭାଙ୍ଗିବା ଯୋଗୁ ସାଧାରଣରେ ନିନ୍ଦିତ ହୋଇଛି। ମୋଟ ୪୧୫ ଡିସିମିଲ ସମ୍ପତ୍ତି ଉଦ୍ଧାର ହେବା ପରେ ଏହା ସର୍ବସାଧାରଣ ହିତରେ ବ୍ୟବହାର ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

କର୍ପୋରେଟ ଦଖଲରୁ ଶ୍ରୀଲିଙ୍ଗରାଜଙ୍କ ରକ୍ଷିତ ଜମି ଉଦ୍ଧାର ନେଇ ମାପଚୁପ
ଶୁକ୍ରବାର ଅପରାହ୍ନରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ କେତେଜଣ କର୍ମଚାରୀ ଓ ଅମିନଙ୍କ ସହାୟତାରେ ସାମନ୍ତରାପୁରସ୍ଥିତ ଜଣେ ବ୍ୟକ୍ତି ତଥା କର୍ପୋରେଟ ହାଉସ ଦଖଲରେ ରହିଥିବା ବହୁମୂଲ୍ୟ ଦେବୋତ୍ତର ସମ୍ପତ୍ତି ଉଦ୍ଧାର ନେଇ ମାପଚୁପ ଆରମ୍ଭ ହୋଇଛି। ଜାତୀୟ ରାଜପଥ ସଂଲଗ୍ନ ଭୁବନେଶ୍ୱର ମୌଜାର ପ୍ଲଟ ନଂ. ୨୧୭୬ ଉପରେ ଟ୍ରାନ୍ସଫରମର ବସାଇବା, ହୋର୍ଡିଂ ଲଗାଇବା ଓ କଙ୍କ୍ରିଟ କରି ବ୍ୟକ୍ତିଗତ ଦଖଲରେ ୬୮ ଡିସିମିଲ ଜମି ଦଖଲ ହୋଇଥିବା ଅଭିଯୋଗ କରାଯାଇଥିଲା। କିଛି ମାସ ପୂର୍ବେ ଏହି ପ୍ଲଟ ସନ୍ନିକଟ ଜମି ଉପରେ ନିର୍ଦ୍ଦିଷ୍ଟ ସେବାୟତ ନିଯୋଗ ପକ୍ଷରୁ ନିର୍ମାଣାଧୀନ ମାର୍କେଟ କମ୍ପ୍ଲେକ୍ସକୁ ବନ୍ଦ କରିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଥିଲା। ଏହି ନିକଟରେ ୧୦ ଏକରରୁ ଊର୍ଦ୍ଧ୍ୱ ଶ୍ରୀଲିଙ୍ଗରାଜଙ୍କ ଅନାବାଦୀ ଜମିଗୁଡ଼ିକୁ ବିଭିନ୍ନ ପ୍ରତିପତ୍ତିଶାଳୀ ବ୍ୟକ୍ତି ଦଖଲ କରି ବ୍ୟବସାୟିକ କାର୍ଯ୍ୟରେ ଲଗାଇଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ପ୍ଲଟ ନଂ. ୨୧୭୪, ୨୧୭୫ ସମେତ କେତେକ ଜମିର ମାଲିକାନା ସ୍ବତ୍ୱ ବଦଳା ଯାଇଥିବାରୁ ଦେବୋତ୍ତର ବିଭାଗ ପକ୍ଷରୁ ପୁନର୍ବାର ଏଗୁଡିକୁ ନିଜ ଅଧୀନକୁ ଫେରାଇ ଆଣିବା ନେଇ ଏହି ମାପଚୁପ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡିଛି।
ଲିଙ୍ଗରାଜ ଥାନା ସ୍ଥାନାନ୍ତର ନେଇ ଅସନ୍ତୋଷ
ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସହ ଜଡିତ ଜମିଗୁଡ଼ିକ ଜବରଦଖଲକାରୀଙ୍କ ଦଖଲରୁ ଫେରାଇ ଆଣିବା ଦାବି ଜୋର ଧରିଛି। ଠାକୁରଙ୍କ ଲାଖ ବିନ୍ଧା ପଡିଆ ଓ ଶ୍ରୀପଞ୍ଚମୀ ପଡିଆରୁ ଜବରଦଖଲ ଉଚ୍ଛେଦ କରିବା ନେଇ ବହୁଦିନରୁ ଅଭିଯୋଗ ହେଉଛି। ଏକଦା ୮୦୦ ଡିସିମିଲରୁ ଊର୍ଦ୍ଧ୍ୱ ଜମି ଶ୍ରୀପଞ୍ଚମୀ ପଡିଆ ଭାବେ ବ୍ୟବହୃତ ହେଉଥିବାବେଳେ ଏବେ ମାତ୍ର ୮୦ ଡିସିମିଲରୁ କମ୍‌ ରହିଛି। ପୋଲିସ ବିଭାଗର କେତେଜଣ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସମେତ ଜିଲା ପ୍ରଶାସନର କର୍ମକର୍ତ୍ତା ଲିଙ୍ଗରାଜ ଥାନା ସ୍ଥାନାନ୍ତର ନେଇ ଶ୍ରୀପଞ୍ଚମୀ ପଡିଆ ନିରୀକ୍ଷଣ କରିବା ନେଇ ସେବାୟତ, ଶ୍ରଦ୍ଧାଳୁଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ଏହି ଶ୍ରୀପଞ୍ଚମୀ ପଡିଆ ଜବରଦଖଲ ଉଚ୍ଛେଦ କରାଯାଇ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ପାଇଁ ବ୍ୟବହାର କରାଯିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୁହନ୍ତି, ଶ୍ରୀଜୀଉଙ୍କ ରୀତିନୀତି ସହ ଜଡିତ କୌଣସି ସମ୍ପତ୍ତି ଅନ୍ୟ ବ୍ୟବହାର ନିମନ୍ତେ ଦିଆଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri