Posted inପୁରୀ

୫୮ ଦିନ ପରେ ଘରକୁ ଫେରିଲେ ଛତିଶଗଡ଼ ଶ୍ରମିକ

ସାକ୍ଷୀଗୋପାଳ, ୨୪ା୫(ଡି.ଏନ.ଏ)- ଲକଡାଉନ ଯୋଗୁ ସତ୍ୟବାଦୀ ବ୍ଲକ କାଦୁଆ ପ୍ରାଥମିକ ବିଦ୍ୟାଳୟରେ ଆଶ୍ରୟ ନେଇଥିବା ଛତିଶଗଡ଼ ରାଜ୍ୟର ୭ଟି ଶ୍ରମଜୀବୀ ପରିବାରର ୩୫ଜଣ ସଦସ୍ୟ ୫୮ ଦିନ ପରେ ରବିବାର ନିଜ ଘରକୁ ଫେରିଛନ୍ତି। ଏକ ସ୍ବତନ୍ତ୍ର ବସ୍‌ରେ ସେମାନଙ୍କୁ ଭୁବନେଶ୍ୱର ପଠାଯାଇଛି। ଭୁବନେଶ୍ୱରରୁ ସେମାନେ ଟ୍ରେନରେ ନିଜ ଘରକୁ ଫେରିବା ନିମନ୍ତେ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଜିଲା ଶ୍ରମ ଅଧିକାରୀ ଦିଲୀପ କୁମାର ପାଣି, ସତ୍ୟବାଦୀ ବିଡିଓ ସରୋଜ କୁମାର ଦତ୍ତ, କାଦୁଆ ସରପଞ୍ଚ ସୁବାସ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରମିକମାନଙ୍କୁ ଫେରିବା ନେଇ ସୁବିଧା ଯୋଗାଇ ଦେଇଥିଲେ। ପେଟପାଟଣା ପାଇଁ ସେମାନେ ଏଠାରେ ରାଜମିସ୍ତ୍ରି, ହେଲପର ଭାବେ କାମ କରୁଥିବା ବେଳେ ମହିଳା ଓ ଛୋଟପିଲାମାନେ ଗ୍ରାମାଞ୍ଚଳରେ ଚୁଡି ଶଙ୍ଖା ଆଦି ବିକ୍ରୟ କରି ଜୀବିକା ନିର୍ବାହ କରୁଥିଲେ। ଲକଡାଉନ ଯୋଗୁ ସେମାନେ ଫସି ରହିଥିବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସେମାନଙ୍କୁ କାଦୁଆ ପ୍ରାଥମିକ ବିଦ୍ୟାଳୟରେ ଆଶ୍ରୟ ଦିଆଯିବା ସହ ଖାଦ୍ୟପେୟ ଯୋଗାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି କାଠ ଚିରଟ ଅନୁକୂଳ

ପୁରୀ ଅଫିସ, ୧୦।୪: ଆଜି ଶ୍ରୀରାମ ନବମୀ । ଏହି ଅବସରରେ ରଥ କାଠ ଚିରଟ ଅନୁକୂଳ ହେବ । ରଥ ନିର୍ମାଣ ପରମ୍ପରା ଅନୁସାରେ...

ସାକ୍ଷୀଗୋପାଳ ସ୍ବାସ୍ଥ୍ୟକେନ୍ଦ୍ର ସମସ୍ୟା ସୁଧୁରୁନି

ସାକ୍ଷୀଗୋପାଳ,୧୫।୬(ସ୍ବ.ପ୍ର.): ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ଦେଢଲକ୍ଷ ଲୋକ ନିର୍ଭର କରନ୍ତି। ସ୍ବାସ୍ଥ୍ୟସେବା ଓ ପରିମଳ ବ୍ୟବସ୍ଥା ପାଇଁ ଏହି ସ୍ବାସ୍ଥ୍ୟକେନ୍ଦ୍ର...

ଅବହେଳିତ ଅବସ୍ଥାରେ ସାକ୍ଷୀଗୋପାଳ ମନ୍ଦିର

ସାକ୍ଷୀଗୋପାଳ, ୬।୩(ସ୍ବ.ପ୍ର.): ବୈଷ୍ଣବ ଧର୍ମର ଅନନ୍ୟ କ୍ଷେତ୍ର ତଥା ପୁରୀ ଜିଲାର ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିର ଏବେ ଅବହେଳିତ ହୋଇପଡ଼ିଛି। ରାଜ୍ୟ ପର୍ଯ୍ୟଟନ ବିଭାଗ, ଦେବୋତ୍ତର...

ଖିଅପାଉନି କ୍ରାଇମ୍‌ବ୍ରାଞ୍ଚ

ପୁରୀ ଅଫିସ,୨୦ା୧୨: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତକୁ ୫ଦିନ ପୂରିଲାଣି।...

ଚିଲିକାରେ ଅଟକିଲା ଭେସେଲ

ବ୍ରହ୍ମଗିରି,୨୧।୧(ଡି.ଏନ୍‌.ଏ.): ଚିଲିକାରେ ପରିବହନ ସେବାରେ ନିୟୋଜିତ ହୋଇଥିବା ଭେସେଲ ଗୁରୁବାର ଯାତ୍ରୀ ଓ ମାଲ୍‌ ପରିବହନ ନେଇ ଯାଉଥିବାବେଳେ ମଝି ଚିଲିକାରେ ଅଟକି ଯାଇଥିଲା। ଫଳରେ...

ବନ୍ଧା ହେଲା ୧୪ ହାତିଆ ନାଲି ପତିତପାବନ ବାନା

ପୁରୀ ଅଫିସ,୨୦।୨: ରାଷ୍ଟ୍ରପତି ଓ ତାଙ୍କ ପରିବାରକୁ କୌଳିକ ପଣ୍ଡା ନାରାୟଣ ଗୋଚ୍ଛିକାର ଶ୍ରୀମନ୍ଦିରରେ ଦର୍ଶନ କରାଇଥିଲେ। ଏହାପରେ ରାଷ୍ଟ୍ରପତି ନାରାୟଣ ଗୋଚ୍ଛିକାରଙ୍କ ସହ କିଛି...

୬ ଫୁଟର ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ

ପୁରୀ ଅଫିସ, ୧୩ାା୮: ଚନ୍ଦନପୁର ଥାନା ଅନ୍ତର୍ଗତ ସେନାପଟିଆ ଅଞ୍ଚଳରୁ ମଙ୍ଗଳବାର ସକାଳେ ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ଏହି ସାପର ଲମ୍ବ ପ୍ରାୟ...

ପୁରୀରୁ ୩ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଲା

ପୁରୀ ଅଫିସ,୧୧ା୬: ପୁରୀରୁ ପୁଣି ୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗୁରୁବାର ଚିହ୍ନଟ ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ...

Advertisement
Archives

Model This Week