୫୫ କେଜି ପଲିଥିନ , ପ୍ଲାଷ୍ଟିକ ଜବତ

ଓଡ଼ଗାଁ,୨୬ା୯(ସ୍ବ.ପ୍ର.): ଏକକ ବ୍ୟବହୃତ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ଉପରେ କେନ୍ଦ୍ର ଓ ରାଜ୍ୟ ସରକାର କଟକଣା ଲାଗୁ କରୁଥିବା ବେଳେ ଏନେଇ ବ୍ୟବସାୟୀ ଓ ଗ୍ରାହକମାନେ ବେଧଡକ ଏହାର ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଏପରିସ୍ଥଳେ ଓଡ଼ଗାଁରେ ବିଜେ ଶ୍ରୀରଘୁନାଥଜୀଉଙ୍କ ମନ୍ଦିର ଭିତରକୁ ପ୍ଲାଷ୍ଟିକ ଓ ପଲିଥିନ ପ୍ରବେଶ ନିଷେଧ କରିବା ସହିତ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ପଲିଥିନ ମୁକ୍ତ କରିବାକୁ ପ୍ରଥମେ ସ୍ଥାନୀୟ ଓ ଲର୍ନିଂ ଏବଂ ଧରିତ୍ରୀ ତରଫରୁ ମନ୍ଦିର ନିକଟରୁ ହିଁ ସଚେତନତା ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଫଳସ୍ବରୂପ ମନ୍ଦିର ଭିତରକୁ ପଲିଥିନ ମୁଣା ବଦଳରେ ବାଉଁଶ ଡାଲାର ବ୍ୟବହାର ଆରମ୍ଭ ହୋଇଥିଲା। ହେଲେ ଏନaଏସି ତରଫରୁ ସଚେତନତା କରାଯାଇଥିବା ବେଳେ କେତେକ ଅସାଧୁ ବ୍ୟବସାୟୀ ଏହାର କାରବାର ବନ୍ଦ କରିନଥିଲେ । ମଙ୍ଗଳବାର ଏନଏସି ତରଫରୁ ସମସ୍ତଙ୍କୁ ପ୍ଲାଷ୍ଟିକ ଓ ପଲିଥିନ ବିକ୍ରି ଓ ବ୍ୟବହାର ନ କରିବାକୁ ମାଇକ ମାଧ୍ୟମରେ ଚେତାବନୀ ଦିଆଯାଇଥିଲା। ନିର୍ବାହୀ ଅଧିକାରୀ ପ୍ରଫୁଲ କୁମାର ମହାପାତ୍ର ସ୍ଥାନୀୟ ପୋଲିସ ସହାୟତାରେ କଦମ ବଜାର, ଲକ୍ଷ୍ମୀ ବଜାର, ଗଣେଶ ବଜାର ଆଦିରେ ଥିବା ଗୋଟିଏ ଗୋଦାମ ସହିତ ୧୬ ଦୋକାନ ଉପରେ ଚଢାଉ କରିଥିଲେ । ନିର୍ବାହୀ ଅଧିକାରୀ ସେମାନଙ୍କଠାରୁ ସମୁଦାୟ ୫୫ କିଗ୍ରା ୩୨୦ ଗ୍ରାମ୍‌ର ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକ, ପଲିଥିନ ଓ ଥର୍ମକୁଲ ପ୍ଲେଟ, ଗ୍ଲାସ ଓ ଦନା ଆଦି ଜବତ କରିଥିଲେ । ସେମାନଙ୍କୁ ଚେତାବନୀ ଦେବା ସହିତ ପ୍ରାଥମିକ ସ୍ତରରେ ମାତ୍ର ୫୫୦ ଟଙ୍କା ଫାଇନ ସ୍ବରୂପ ଆଦାୟ କରିଥିଲେ । ଆଗାମୀ ଦିନରେ ଏହିପରି ଚଢାଉ ଜାରି ରହିବ ବୋଲି ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଚଢାଉରେ ଏନଏସି ଷ୍ଟାଫ୍‌ଙ୍କ ସହିତ ପୋଲିସ ଏଏସଆଇ ଯୁଗଳ କିଶୋର ନାୟକ ଓ ହାବିଲଦାର ବିରେନ୍ଦ୍ର ମହାପାତ୍ର ସାମିଲ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶମୂଳକ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ଆମର ମୁଖ୍ୟ ଲକ୍ଷ୍ୟ: ରାଜସ୍ବ ମନ୍ତ୍ରୀ

ଭବାନୀପାଟଣା,୨୪।୬(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାକୁ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଝାରୀ ଦିନିକିଆ ଗସ୍ତରେ ଆସିଥିଲେ। ଏହି ସମୟରେ ଭବାନୀପାଟଣା ସ୍ଥିତ ଜିଲା…

ପାସପୋର୍ଟକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ବଡ଼ ସୂଚନା, ନାଗରିକତାର….

ନୂଆଦିଲ୍ଲୀ,୨୪।୬: ଭାରତୀୟ ପାସପୋର୍ଟ ନାଗରିକତା ପ୍ରମାଣିତ କରିବାର ଏକ ଦସ୍ତାବିଜ ନୁହେଁ, ଏହା ସମ୍ପୂର୍ଣ୍ଣ ଭାବରେ ଏକ ଯାତ୍ରା(ଟ୍ରାଭେଲ) ଡକ୍ୟୁମେଣ୍ଟ । ନାଗରିକତାର ପ୍ରମାଣ ଭାବରେ କିମ୍ବା ସରକାରୀ…

କାଦୁଅ ବିଲରୁ ଉଦ୍ଧାର ହୋଇଥିଲା ମୁହଁ ମାଡ଼ି ପଡ଼ିଥିବା ମହିଳାଙ୍କ ମୃତଦେହ, ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ କଲେ ଅତିରିକ୍ତ SP

ହାଟଡିହୀ,୨୪।୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ବାଲିଆ ଅଞ୍ଚଳର ଏକ ବିଲରୁ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର ହେବା ଘଟଣାରେ ଏକ ବଡ଼ ଖୁଲାସା…

ବଜ୍ରାଘାତ ପରେ ଘରେ ଫୁଟିଲା ବାଣ; ବିସ୍ଫୋରଣରେ ପୁଅର ମୃତ୍ୟୁ, ବାପା-ମା’ଙ୍କ ସହ ୩ ଗୁରୁତର

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଭୟାବହ ବାଣ ବିସ୍ଫୋରଣ ଘଟିଛି। ଗ୍ରାମର ପାଣିଟାଙ୍କି ରୋଡ଼୍‌ରେ ଥିବା…

ବୈଭବଙ୍କୁ ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମ୍‌ ମନା, ଦଳଠାରୁ ରହିବେ ଅଲଗା; ICCର ନିୟମକୁ ନେଇ… 

ନୂଆଦିଲ୍ଲୀ,୨୪।୬: ବୈଭବ ସୂର୍ଯ୍ୟବଂଶୀ ଟିମ୍‌ ଇଣ୍ଡିଆ ସହିତ ଆୟରଲ୍ୟାଣ୍ଡରେ ପହଞ୍ଚି ସାରିଛନ୍ତି। ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତରେ ଯିବାର ଅଛି,…

ଦିଗପହଣ୍ଡିରେ ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ ସଚେତନତା କାର୍ଯ୍ୟକ୍ରମ, ବିକଶିତ ଓଡ଼ିଶାର ପଟ୍ଟଚିତ୍ର…

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ ବୁଧବାର ସ୍ଥାନୀୟ ପୁଞ୍ଜିକଂୟା ଛକ ନିକଟ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପ ପରିସରରେ…

ଜଙ୍ଗଲରେ ଚାଷ କରି ଚାଲାଣ କରୁଥିଲେ ଗଞ୍ଜେଇ, ଚଢ଼ାଉ କରି ୩ଶହ…

ମୋହନା,୨୪।୬(ମନ୍ମଥ ମିଶ୍ର): ଗଜପତି ଜିଲା ରା. ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ଅଡବା ଥାନା ଅନ୍ତର୍ଗତ ଗୋବେଲ ଗାଁ ନିକଟସ୍ଥ ଜଙ୍ଗଲରେ ଅତର୍କିତ ଚଢ଼ାଉ…

ପେଶାରେ ଡାକ୍ତର, ପରିଚୟ ‘ବଲୁଚିସ୍ତାନର ସିଂହୀ’; ଜାଣନ୍ତୁ କିଏ ଏହି ମହିଳା, ଯାହାଙ୍କୁ  ଭୟ କରେ ପାକିସ୍ତାନୀ ସେନା! 

ଇସଲାମାବାଦ,୨୪।୬: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର ରାଜଧାନୀରେ ଥିବା ଆଣ୍ଟି-ଟେରରିଜିମ କୋର୍ଟ ବଲୁଚ୍‌ ଆକ୍ଟିଭିଷ୍ଟ ମହରଙ୍ଗ ବଲୋଚ୍‌ଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ମହରଙ୍ଗ ’ବଲୁଚିସ୍ତାନର ସିଂହୀ’ ଭାବେ ବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri