୪ ଶିକାରୀ ଗିରଫ: ବନ୍ଧୁକ ସହ ବିସ୍ଫୋରକ ଜବତ

ସଜନାଗଡ଼, ୧୨।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟ ଅଧୀନ ଋଷିଆ ଡ୍ୟାମ୍‌ ନିକଟରେ ଶୁକ୍ରବାର ବନବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଚଢ଼ାଉ କରି ୪ଜଣ ଶିକାରୀଙ୍କୁ ଗିରଫ କରିଛି। ଆଗକୁ ରଜ ଥିବାରୁ ଶିକାରୀମାନେ ଜନ୍ତୁ ଶିକାର କରିବା ଉଦ୍ଦେଶ୍ୟରେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଥିବା ବେଳେ ବନବିଭାଗ ହାବୁଡ଼ରେ ପଡ଼ିଛନ୍ତି। ଗିରଫ ଶିକାରୀମାନେ ହେଲେ ବରହମ୍‌ପୁର ଥାନା କେସିପୁର ପଞ୍ଚାୟତ ଅଧୀନ ଭେଜିଗୋଠ ଗ୍ରାମର ରାମ ସିଂ, ବୁଦୁଡାହି ଗ୍ରାମର ଜେନା ସିଂ, ସମା ସିଂ ଏବଂ ବଢ଼େଇପଲା ଗ୍ରାମର ଗଣେଶ୍ୱର ସିଂ। ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, କଳା ଓ ଧଳା ବାରୁଦ ସହିତ ଶିକାର ଯନ୍ତ୍ରପାତି ଜବତ କରାଯାଇଛି। ଶିକାରୀମାନଙ୍କ ବିରୋଧରେ ମାମଲା (ନଂ. ୧୪/୨୦-୨୧) ରୁଜୁ କରାଯାଇ ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବା କୁଲଡ଼ିହା ରେଞ୍ଜର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ଡିଏଫ୍‌ଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶରେ ଚଢ଼ାଉ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ମଦ ଦୋକାନ ଭାଙ୍ଗିଲେ ଅସନ୍ତୁଷ୍ଟ ମହିଳା

ଖଇରା, ୧୨।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଗଗନଧୂଳି ପଞ୍ଚାୟତ ଅଧୀନ ରାଇଗଢିଆ ଗ୍ରାମରେ ଗତ ୫ବର୍ଷରୁ ଊର୍ଦ୍ଧ୍ୱ ହେଲା ବେଆଇନ ମଦ ବିକ୍ରୟ କେନ୍ଦ୍ର ଚାଲିଥିବା...

‘ଲକ୍‌ଡାଉନ ନିୟମରେ ପରିବର୍ତ୍ତନ ହୋଇନି’ ସ୍ପଷ୍ଟ କଲା ଜିଲା ପ୍ରଶାସନ

ବାଲେଶ୍ୱର ଅଫିସ, ୧୪।୭-ବାଲେଶ୍ୱର ଜିଲାରେ ଲକ୍‌ଡାଉନ ନିୟମରେ ପରିବର୍ତ୍ତନ ହୋଇଥିବା ନେଇ ରବିବାରଠାରୁ ବିଭିନ୍ନ ସୋସିଆଲ ମିଡିଆରେ ଗୁଜବ ପ୍ରଚାରିତ ହୋଇଛି। ଏହାକୁ ବାଲେଶ୍ୱର ଜିଲା...

ତାଳସାରୀ ବେଳାଭୂମିରୁ ମୃତ ଡଲଫିନ ଉଦ୍ଧାର

ଜଳେଶ୍ୱର/ଭୋଗରାଇ,୧୫।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ସମୁଦ୍ର ବେଳାଭୂମିରୁ ଏକ ମୃତ ଡଲଫିନ ଉଦ୍ଧାର ହୋଇଛି। ରବିବାର ସକାଳେ ତାଳସାରୀ ବେଳାଭୂମିରେ ମାଛ ଧରିବାକୁ ଯାଇଥିବା...

ବିଜେଡିକୁ ଭୟ କ୍ରସ୍‌ ଭୋଟିଂ

ବାହାନଗା, ୮ା୩(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିବା ପରେ ଏବେ ଆରମ୍ଭ ହୋଇଛି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଲାଗି ପ୍ରସ୍ତୁତି। ଆସନ୍ତା ୧୨ ତାରିଖରେ ହେବ...

ତହସିଲ, ବ୍ଲକ ଅଫିସରେ ଭିଜିଲାନ୍ସ: ଚାଲିଛି ରେକର୍ଡପତ୍ର ଯାଞ୍ଚ

ଖଇରା, ୧୩।୧୦(ଡି.ଏନ.ଏ.)-ବାଲେଶ୍ୱର ଭିଜିଲାନ୍ସ ବିଭାଗର ଏକ ଟିମ୍‌ ଶୁକ୍ରବାର ଖଇରା ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ପହଞ୍ଚତ୍ କାଗଜପତ୍ର ଯାଞ୍ଚ କରିଛନ୍ତି। ଭିଜିଲାନ୍ସ ଏସ୍‌ପି ସୁନୀଲ...

୫୦ ଦିନ ଗଲାନି ୫୦ ଲକ୍ଷର ଅମୃତ ପାର୍କ

ଭଦ୍ରକ ଅଫିସ, ୧୦।୬- ଭଦ୍ରକ ପୌରପାଳିକାର ୨ ନମ୍ବର ୱାର୍ଡ ଅନ୍ତର୍ଗତ ରହଣିଆଠାରେ ପ୍ରତିଷ୍ଠା କରାଯାଇଥିବା ଅମୃତ ପାର୍କକୁ ବର୍ଷେ ନ ପୂରୁଣୁ ସୌନ୍ଦର୍ଯ୍ୟ ହରାଇ...

ବାଲେଶ୍ୱରରେ ବିଜେଡି ଆଗୁଆ

ବାଲେଶ୍ୱର ଅଫିସ, ୨୩।୫- ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡିର ଜୀବନପ୍ରଦୀପ ଦାଶ ୧୩୫୬୩ ଭୋଟ ପାଇଥିବାବେଳେ ଭାଜପାର ମଦନ ମୋହନ ଦତ୍ତ...

ଟାର୍ଗେଟକୁ ଚାହିଁ ରହିଛନ୍ତି ଚାଷୀ

ଖଇରା,୧୮।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକରେ ଧାନ କିଣାରେ ମନ୍ଥର ଯୋଗୁ ୧୪ଟି ସେବା ସମବାୟ ସମିତି ଅଧୀନ ଚାଷୀମାନେ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି।...

Advertisement
Archives

Model This Week