୪ ବିଶେଷଜ୍ଞ, ୬ ଷ୍ଟାଫ୍‌ନର୍ସ ପଦବୀ ଖାଲି

ବିରିଡି,୨୦।୩ (ଡି.ଏନ୍‌.ଏ.): ଗ୍ରାମାଞ୍ଚଳରେ ଲୋକମାନଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ସହ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ସୁଧାରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ବିପୁଳ ଟଙ୍କା ବ୍ୟୟରେ ବିିରିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତୀକାରଣ କରାଯାଇଥିବା ବେଳେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ କର୍ମଚାରୀ ନିଯୁକ୍ତ କରାଯାଉ ନ ଥିବାରୁ ଲୋକମାନଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟସେବା ମିଳିପାରୁନାହିଁ।
ପ୍ରାୟ ୯ ବର୍ଷ ହେବ ପ୍ରତିଷ୍ଠା କରାଯାଇଥିବା ବରିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବିରିଡ଼ି ବ୍ଲକର ୨୧ ପଞ୍ଚାୟତର ଲୋକେ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଫୁଲ କୁଣ୍ଡ ଲଗାଯାଇଥିବା ବେଳେ ଗାଡି ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ପାର୍କ ପାଇଁ ଜାଗା, ଫାଟକରେ ସିକ୍ୟୁରିଟି ଗାର୍ଡ ବ୍ୟବସ୍ଥା ସହ କାନ୍ଥରେ ରଙ୍ଗବେରଙ୍ଗର ବିଭିନ୍ନ ଚିତ୍ର ଅଙ୍କାଯାଇଛି। ହେଲେ ଡାକ୍ତରଖାନାରେ ୧୬ ଶଯ୍ୟା ପରିବର୍ତ୍ତେ ମାତ୍ର ୬ ଶଯ୍ୟା ରହିଛି। ସେହିପରି ଏଠାରେ କେବଳ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଥିବା ବେଳେ ବ୍ଲକ ପ୍ରୋଗ୍ରାମ ହେଲ୍‌ଥ ଅଫିସର ନାହାନ୍ତି। ସ୍ତ୍ରୀ ଓ ପ୍ରସୂତି ବିଭାଗ, ଭେଷଜ ବିଭାଗ, ଶିଶୁ ରୋଗ ବିଭାଗ, ଅସ୍ଥିଶଲ୍ୟ ବିଶେଷଜ୍ଞ ପଦବୀ ଖାଲି ପଡ଼ିଛି। ଫଳରେ ସ୍ଥାନୀୟ ଲୋକେ ଆବଶ୍ୟକ ସ୍ବାସ୍ଥ୍ୟସେବା ପାଇପାରୁନାହାନ୍ତି। ସାମାନ୍ୟ ରୋଗ ହେଲେ ବି ଲୋକମାନେ ଜଗତ୍‌ସିଂହପୁର ବା କଟକ ବଡ଼ ମେଡିକାଲକୁ ଯାଇ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି। ୫ ଜଣ ଆସିଷ୍ଟାଣ୍ଟ ସର୍ଜନ ପଦବୀ ଥିଲେ ବି ଗୋଟିଏ ପଦବୀ ଖାଲି ପଡ଼ିଛି। ୬ ଜଣ ଷ୍ଟାଫ ନର୍ସ ରହିବା ନିୟମ ରହିଥିଲେ ବି ଜଣେ ହେଲେ ନର୍ସଙ୍କୁ ନିଯୁକ୍ତି ଦିଆଯାଇନାହିଁ। ୧୨ ପୁରୁଷ ସ୍ବାସ୍ଥ୍ୟକର୍ମୀ ପଦବୀରେ ୯ ଜଣ, ମହିଳା ସ୍ବାସ୍ଥ୍ୟକର୍ମୀ ୧୯ ପଦବୀରେ ୧୬ ଜଣ ଓ ଆଟେଣ୍ଡାଣ୍ଟ ୪ ପଦବୀରେ ୨ ଜଣ କାମ ଚଳାଉଛନ୍ତି। ସେହପରି ୩ ସୁଇପର ରହିବାର ନିୟମ ଥିବା ବେଳେ ଜଣେ ହେଲେ ନିଯୁକ୍ତି ପାଇନହାନ୍ତି। ଏକମାତ୍ର ରୋଷେୟା ପଦବୀ ମଧ୍ୟ ଖାଲି ପଡ଼ିଛି। ଫଳରେ ରେଗୀଙ୍କୁ ରନ୍ଧା ଖାଦ୍ୟ ଦିଆଯାଇପାରୁନାହିଁ।
ଅନ୍ୟପଟେ ଆଉଟଡୋର ଗୃହଟି ଟିଣ ଛପର ଥିବା ବେଳେ ଛୋଟ ଘର ଯୋଗୁ ରୋଗୀ ଓ ଡାକ୍ତର ବସିବାରେ ସମସ୍ୟା ଉପୁଜୁଛି। ମେଡିକାଲ ପରିସରରେ ସାଧାରଣତଃ ମିଟିଂ ହଲଟିଏ ନାହିଁ। କୌଣସି ମିଟିଂ ହେଲେ ବ୍ଲକ କିମ୍ବା ଆଇସିଡିଏସ୍‌ ମିଟିଂ ହଲ୍‌କୁ ଯିବାକୁ ପଡୁଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭଲ ଓଟି ବି ନାହିଁ। ସେହିପରି ଷ୍ଟାଫ୍‌ମାନଙ୍କ କ୍ୱାର୍ଟର୍ସ ଜରାଜୀର୍ଣ୍ଣ ହୋଇପଡ଼ିରହିଛି। ଫଳରେ ଅଧିକାଂଶ ଷ୍ଟାଫ ନିଜ ନିଜ ଘରୁ ଯାତାୟାତ କରୁଥିବା ଦେଖାଯାଉଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ସିଡିଏମ୍‌ଓ ବିଜୟା ପଣ୍ଡାଙ୍କୁ ପଚାରିବାରେ, ବିରିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ ଅସୁବିଧା ସମ୍ପର୍କରେ ଅବଗତ ଅଛି। ବାସ୍ତବରେ ଆବଶ୍ୟକ ସଂଖ୍ୟକ ସ୍ପୋଶାଲିଷ୍ଟ, ଡାକ୍ତର, ଷ୍ଟାଫ ନର୍ସ ନ ଥିବା ବେଳେ ମିଟିଂ ହଲ ନାହିଁ। ଆଉଟଡୋର ଘର ଟିଣ ହୋଇଥିବାରୁ ଡାକ୍ତର ଓ ରୋଗୀମାନେ ଅସୁବିଧା ଭୋଗୁଛନ୍ତି। ଏଗୁଡ଼ିକର ସମାଧାନ ପାଇଁ ସରକାରଙ୍କୁ ଚିଠି ଲେଖାଯାଇଛି। ଅନୁମତି ମିଳିଲେ ମେଡିକାଲରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ସିଡିଏମ୍‌ଓ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri