୪୮ ଘଣ୍ଟା ପୂରିଲା, ଫେରାର କଏଦୀଙ୍କ ପତ୍ତା ମିଳୁନି: କର୍ମଚାରୀଙ୍କୁ ଦୋଷଦେଲେ କର୍ତ୍ତୃପକ୍ଷ

ଢେଙ୍କାନାଳ ଅଫିସ, ୧୬।୧୨: ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ଚର୍ଚ୍ଚାକୁ ଆସିଛି ୧୦୦ ବର୍ଷ ପୁରୁଣା ଢେଙ୍କାନାଳ ଜିଲା କାରଗାର। ନାବାଳିକା ବଳାତ୍କାର ଭଳି ସଙ୍ଗିନ ମାମଲାର ବିଚାରାଧୀନ କଏଦୀ ଶିବ ମୁଣ୍ଡା (୨୩) ଯୋଜନାବଦ୍ଧ ଭାବେ ଜେଲ ପାଚେରି ଡେଇଁ ଚମ୍ପଟ ମାରିବା ଏବେ କାରାଗାରର ହୁଗୁଳା ବ୍ୟବସ୍ଥାକୁ ପଦାରେ ପକାଇଛି। ଘଟଣାକୁ ୪୮ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଫେରାର କଏଦୀଙ୍କ ପତ୍ତା ମିଳୁନାହିଁ। ଅନ୍ୟପଟେ ଜେଲ ପରିସରରେ କାର୍ଯ୍ୟରତ କର୍ମଚାରୀଙ୍କ ତ୍ରୁଟି ଯୋଗୁ ଏପରି ଘଟଣା ଘଟିଥିବା କହିଛନ୍ତି ଜେଲ ସୁପରିଣ୍ଟେଣ୍ଡେଣ୍ଟ।
ସ୍ବାଧୀନତା ସଂଗ୍ରାମର ସ୍ମୃତି ବହନ କରୁଥିବା ଢେଙ୍କାନାଳ ଜିଲା କାରଗାରକୁ ପୂରିଛି ୧୦୩ ବର୍ଷ। ହେଲେ ଶୁକ୍ରବାର ଅପରାହ୍ନ ୫ଟା ୪୫ରେ କଏଦୀ ଫେରାର ହେବା ପରେ ଜେଲ ଭିତରର ସୁରକ୍ଷା ବ୍ୟବସ୍ଥା ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫେରାର କଏଦୀ ଶିବ ମୁଣ୍ଡା ବିଦ୍ୟୁତ୍‌ ଟାୱାର ଲାଇନ୍‌ କାର୍ଯ୍ୟ କରନ୍ତି। ତାଙ୍କ ଘର ଭୁବନ ଥାନା କାଞ୍ଚନବାହାଳି ଢିପସାହି ଅଞ୍ଚଳରେ। ମାର୍ଚ୍ଚ ମାସରେ ସେ ତୁମୁସିଙ୍ଗା ଥାନା ଅଞ୍ଚଳକୁ ବିଦ୍ୟୁତ୍‌ ଟାଓ୍ବାର ଲାଇନ କାର୍ଯ୍ୟ କରିବାକୁ ଯାଇଥିଲେ। ସେଠାରେ ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଏଥିରେ ସମ୍ପୃକ୍ତ ଅଭିଯୋଗରେ ଶିବଙ୍କ ନାମରେ ନଂ. ୩୧/୧୯, ଦଫା ୩୬୩, ୩୭୬(୨) (ଏମ୍‌), ୬ ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ତାଙ୍କୁ ଢେଙ୍କାନାଳ ଜିଲା କାରାଗାରକୁ ପଠାଇ ଦିଆଯାଇଥିଲା।
ଢିଲା ସୁରକ୍ଷା ବ୍ୟବସ୍ଥାର ଫାଇଦା ନେଇ ଶିବ ଲୁଙ୍ଗି ସହାୟତାରେ ପାଚେରି ଡେଇଁ ଜନଗହଳି ରାସ୍ତାରେ ଫେରାର ହୋଇଯାଇଥିଲେ। ଏହି ଘଟଣାର ସମସ୍ତ ଦୃଶ୍ୟ ପାଚେରି ନିକଟରେ ଜଣେ ବ୍ୟକ୍ତିଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡିଂ ହୋଇଛି। ଏ ନେଇ ଜେଲ କର୍ତ୍ତୃପକ୍ଷଙ୍କ ଅଭିଯୋଗକ୍ରମେ ଟାଉନ ଥାନାରେ ନଂ. ୩୮୧/୧୯, ଦଫା ୨୨୪ରେ ଏକ ମାମଲା ରୁଜୁ କରାଯାଇଛି ା ତଦନ୍ତକାରୀ ଅଧିକାରୀ ତଥା ଟାଉନଥାନା ଏସ୍‌ଆଇ ଚନ୍ଦ୍ରକାନ୍ତ ସେଠୀ ରବିବାର ଶିବଙ୍କ ଗ୍ରାମକୁ ଯାଇ ତଦନ୍ତ କରିଛନ୍ତି। ଏଥିସହ ତାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।
ଏ ନେଇ ଜେଲ ସୁପରିଣ୍ଟେଣ୍ଡେଣ୍ଟ ବୀରେନ ସାହୁ କୁହନ୍ତି, ଡ୍ୟୁଟିରେ ଥିବା କର୍ମଚାରୀଙ୍କ ଅବହେଳାରୁ ଏପରି ଘଟଣା ଘଟିଲା। ଶନିବାର ସମ୍ବଲପୁରରୁ ଜେଲ୍‌ ଡିଆଇଜି କାରାଗାର ପରିଦର୍ଶନରେ ଆସି ତଦନ୍ତ କରି ଯାଇଛନ୍ତି। ଫେରାର କଏଦୀ ଟାୱାରରେ ଚଢ଼ି କାମ କରିବା ଅଭିଜ୍ଞତା ଥିବାରୁ ସେ ପାଚେରି ଡେଇଁ ପଳାଇବାକୁ ସକ୍ଷମ ହୋଇଛନ୍ତି, ଯାହା ତାଙ୍କର ରେକର୍ଡ ବିଷୟରେ ଅନୁଧ୍ୟାନ କରିବା ପରେ ଜଣାପଡ଼ିଛି। ଜେଲ ପାଚେରି ଉପରେ ଦିଆଯାଇଥିବା ତାର ବାଡ ଓ ଆଙ୍ଗେଲ ମଧ୍ୟରେ ଗ୍ୟାପ୍‌ ଥିବାରୁ ଜଣେ ସହଜରେ ଗଳି ଯାଇପାରିବ। ତାରବାଡ ଲାଗିବା ସମୟରେ ଏହି ତ୍ରୁଟିକୁ କେହି ଜାଣିପାରି ନ ଥିବା ଅନୁମାନ କରାଯାଉଛି। ସାଧାରଣତଃ ୱାଚଟାୱାର ପାଚେରି ବାହାରେ ନିର୍ମାଣ ହୋଇଥାଏ। ହେଲେ ଏଠି ଜେଲ ଭିତରେ ନିର୍ମାଣ ହୋଇଛି। ୱାଚଟାୱାର ପାଇଁ କର୍ମଚାରୀଙ୍କ ଅଭାବ ରହିଛି। ନାବାଳିକା ବଳାତ୍କାର ଘଟଣାର ଦଣ୍ଡାଦେଶ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ହେଉଛି। ଜେଲରେ ଥିବା ଟିଭିରୁ ଏ ସମ୍ପର୍କିତ ଖବର ଦେଖି କଏଦୀ ଜଣକ ଏପରି ଘଟଣା ଘଟାଇଥିବା ସନ୍ଦେହ କରାଯାଉଛି ବୋଲି ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ୨ ହୋମଗାର୍ଡ କରୋନା ପଜିଟିଭ୍‌

ଛତ୍ରପୁର,୨୭l୫(ଡି.ଏନ.ଏ)-ଗଞ୍ଜାମ ପୋଲିସ ଜିଲା ପୋଲସରା ଥାନାର ୨ ଜଣ ହୋମଗାର୍ଡ କରୋନା ସଂକ୍ରମିତ ହୋଇଥିବା ଏସ୍‌ପି ବ୍ରିଜେଶ କୁମାର ରୟ ଟୁଇଟ୍‌ କରି ସୂଚନା ଦେଇଛନ୍ତି।...

ଜିଲା ସଡ଼କ ସୁରକ୍ଷା କମିଟି ବୈଠକ: ଦୁର୍ଘଟଣା ହ୍ରାସ ଉପରେ ଗୁରୁତ୍ୱ

ଢେଙ୍କାନାଳ ଅଫିସ, ୨୬ା।୯ – ଢେଙ୍କାନାଳ ଜିଲା ସଦ୍‌ଭାବନା ଗୃହରେ ବୁଧବାର ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଭୂମେଶ ଚନ୍ଦ୍ର...

୩ ଭାଗରେ ବିଭକ୍ତ ହେଲା ପଟ୍ଟାଙ୍ଗି ଲ୍ୟାମ୍ପ୍‌ସ

ପଟ୍ଟାଙ୍ଗି,୭ା୨(ଡି.ଏନ.ଏ.):ଚାଷୀଙ୍କଠାରୁ ଆମଦାନୀ ହେଉଥିବା ଫସଲ ଏବଂ ସେମାନେ ଯେପରି ସୁବିଧାରେ ଋଣଠାରୁ ଆରମ୍ଭକରି ଚାଷ ପାଇଁ ଆବଶ୍ୟକ ବିଭିନ୍ନ କିସମର ଧାନ ବିହନ ଓ ସାର...

ରୋମାଞ୍ଚ ଭରିବ ‘ରାହାଗିରି’

ଅନୁଗୋଳ ଅଫିସ, ୭ା୫ ଦୀର୍ଘ ୬ ବର୍ଷ ପରେ ଅନୁଗୋଳ ରାସ୍ତାକୁ ଫେରିଛି ରାହାଗିରି। ପୁଣି ନାଚଗୀତରେ ମସ୍‌ଗୁଲ ହେବେ ସହରବାସୀ। ଆସନ୍ତା ରବିବାର ସକାଳ...

ଡିକି ଭାଙ୍ଗି ୫୦ ହଜାର ଲୁଟିନେଲେ ଦୁର୍ବୃତ୍ତ

ଖଣ୍ଡପଡା,୯।୮(ସ୍ବ.ପ୍ର.) : ନୟାଗଡ ଜିଲା କଣ୍ଟିଲୋ ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ଓ ରାହାଜାନି ବୃଦ୍ଧି ପାଉଥିବାବେଳେ ଗୁରୁବାର ଅପରାହ୍ନରେ ସ୍ପଷ୍ଟ ଦିବାଲୋକରେ ଜଣେ...

ଶିକ୍ଷାରେ ସବଳ ହେବେ ଦୁର୍ବଳ ଛାତ୍ରୀଛାତ୍ର

ଅନୁଗୋଳ ଅଫିସ, ୩ା୩ – କରୋନା କାରଣରୁ ଶିକ୍ଷା କ୍ଷେତ୍ରରେ ସୃଷ୍ଟି ହୋଇଥିବା ସଙ୍କଟ ଦୂର ପାଇଁ ସରକାରଙ୍କ ପକ୍ଷରୁ ଯଥାସମ୍ଭବ ଚେଷ୍ଟା କରାଯାଉଛି। ବିଶେଷକରି...

କରତକଳ ଉପରେ ଚଢ଼ାଉ: ଯନ୍ତ୍ରାଂଶ ଓପାଡ଼ି ଫିଙ୍ଗିଲା ବନବିଭାଗ

ବସ୍ତା, ୨୦।୪(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ବଇଞ୍ଚା ଗ୍ରାମରେ ଚାଲିଥିବା ବେଆଇନ କରତକଳ ଉପରେ ବନ ବିଭାଗ ଚଢାଉ କରି ଜେସିବି ଲଗାଇ ଯନ୍ତ୍ରାଂଶକୁ...

ଅନ୍ତେବାସୀ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ

ବାଲେଶ୍ୱର ଅଫିସ/ସୋର, ୨୧।୨(ଡି.ଏନ.ଏ.):ବାଲେଶ୍ୱର ଜିଲା ସୋର ପୌରାଞ୍ଚଳ ଅଧୀନ ଗାନ୍ଧୀ ସେବାସଂଘ ପୁରୁବାଈ କନ୍ୟାଶ୍ରମରେ ଅଜଣା ରୋଗ ବ୍ୟାପିବାର କାରଣ ସ୍ପଷ୍ଟ ହୋଇଛି। କନ୍ୟାଶ୍ରମର ୫...

Advertisement
Archives

Model This Week